ଚାମେଲି ଓଝାଙ୍କ ଉପରେ ଅତ୍ୟାଚାର ଘଟଣାକୁ ତୀବ୍ର ନିନ୍ଦା କଲେ ନବୀନ; କହିଲେ, ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ବିଜେପି ସରକାରଙ୍କ ହୀନ ଉଦ୍ୟମ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ଅତ୍ୟାଚାରକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ପୁଲିସ ପ୍ରଶାସନ ତଥା ଶାସକ ଦଳର ଅତ୍ୟାଚାରକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଲୋକଙ୍କ ସ୍ୱର ଉଠାଇ ଜଣେ ମହିଳା ସରପଞ୍ଚ ବିଜେପି ସରକାରରେ ଦମନଲୀଳାର ଶିକାର ହେବାର ସାକ୍ଷୀ ଓଡ଼ିଶା ରହୁଛି ବୋଲି ନବୀନ କହିଛନ୍ତି।
ସାମାଜିକ ଗଣଣାଧ୍ୟମ ଏକ୍ସରେ ଏନେଇ ପୋଷ୍ଟ କରି ନବୀନ କହିଛନ୍ତି ଯେ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ସର୍ବସମ୍ମୁଖରେ ସରକାରୀ କାର୍ଯ୍ୟାଳୟ ଭିତରେ ହୋଇଥିବା ଅକଥନୀୟ ଅତ୍ୟାଚାର ଗଣତନ୍ତ୍ର ରାଷ୍ଟ୍ରରେ କଦାପି ଶୋଭନୀୟ ନୁହେଁ। ମହିଳା ସରପଞ୍ଚଙ୍କ ସ୍ୱର ଚାପିବା ପାଇଁ ବିଜେପି ସରକାର ସବୁ ସ୍ତରରେ କରୁଥିବା ହୀନ ଉଦ୍ୟମ ଜଳଜଳ ଦେଖାଯାଉଛି। ‘ନାରୀ ଶକ୍ତି ବନ୍ଦନ’ ଭଳି ବଡ଼ ବଡ଼ କଥା କହୁଥିବା ବିଜେପିର ବାସ୍ତବରେ ଏହା କ’ଣ ନାରୀଙ୍କୁ ସମ୍ମାନ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ବିଜେପି ସରକାରରେ ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ଦାବି ଉଠାଇ ଯଦି ଏପରି ସ୍ଥିତିର ସାମ୍ନା କରୁଛି, ତେବେ ରାଜ୍ୟରେ ଅଗଣିତ ମହିଳାଙ୍କ ସ୍ଥିତି କ’ଣ ତାହା ସ୍ପଷ୍ଟ ଅନୁମେୟ। ବିଜେପି ନେତାମାନେ ବାରମ୍ୱାର ସରକାରୀ କାର୍ଯ୍ୟାଳୟରେ ପଶି ଘଟାଉଥିବା ଅଭାବନୀୟ କାଣ୍ଡ ସାରା ଓଡ଼ିଶା ଦେଖୁଛି। ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି? ବିଜେପି ଶାସନରେ ଆଇନ କ’ଣ ଅଲଗା ଅଲଗା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ୱାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ନବୀନ ଦାବି କରିଛନ୍ତି।