ବଢ଼ିବନି ଗ୍ରୀଷ୍ମ ଛୁଟି, ନିର୍ଦ୍ଧାରିତ ସମୟ ଜୁନ ୧୮ରେ ଖୋଲିବ ସମସ୍ତ ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ୧୮ରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସ୍ପଷ୍ଟ କରିଛନ୍ତି ଯେ, ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଜୁନ୍ ୧୮ ତାରିଖରେ ହିଁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ।
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, "ବର୍ତ୍ତମାନ ସୁଦ୍ଧା ଗ୍ରୀଷ୍ମ ଛୁଟି ବଢ଼ାଇବା ନେଇ କୌଣସି ଯୋଜନା ନାହିଁ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜୁନ୍ ୧୮ରେ ହିଁ ସ୍କୁଲ ଖୋଲିବ। ତେବେ ଆଗାମୀ ଦିନରେ ଯଦି ଗ୍ରୀଷ୍ମ ପ୍ରବାହ ଅସହ୍ୟ ହୁଏ, ତେବେ ସରକାର ପରିସ୍ଥିତିର ସମୀକ୍ଷା କରି ପରବର୍ତ୍ତୀ ସମୟରେ ଉପଯୁକ୍ତ ନିଷ୍ପତ୍ତି ନେବେ।" ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ଦିନରେ ତାପମାତ୍ରା ହ୍ରାସ ପାଇବାର ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ମେ' ୧୨ ରୁ ଜୁନ୍ ୧୮ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ।
ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯଦି କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବା ଅତ୍ୟଧିକ ତାପମାତ୍ରା ଜାରି ରହେ, ତେବେ ସ୍କୁଲ ସମୟ ପରିବର୍ତ୍ତନ (ସକାଳିଆ ସ୍କୁଲ) କରିବା କିମ୍ବା ପରିସ୍ଥିତି ଅନୁଯାୟୀ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। ଏହା ସହିତ ପ୍ରତ୍ୟେକ ବିଦ୍ୟାଳୟରେ ଓଆରଏସ୍ (ORS) ଏବଂ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ କରାଇବାକୁ ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।