Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

Madhusudan Das Picture
Published On

କେନ୍ଦ୍ରାପଡା: ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା । ବିଡିଓ ଓ ପୋଲିସକୁ ଦୁର୍ବ୍ୟବାହର କରିବା ଓ ଆଙ୍ଗୁଠି କାମୁଡ଼ିବା ଘଟଣାରେ ଚାମେଲିଙ୍କୁ ଜେଲ ପଠାଇ ଦିଆଯାଇଛି । ଚାମେଲିଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହିତ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଜେଲ ହାଜତକୁ ଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । 

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶରେ କାୟା ମେଲାଇଲାଣି କୋଭିଡ ମହାମାରୀ, ସୀମାନ୍ତ ଓଡ଼ିଶାରେ ହାଇ ଆଲର୍ଟ

ଗତ ଗୁରୁବାର ମହାକାଳପଡ଼ା ବିଡ଼ିଓ ଚାମେଲିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । ସେହିପରି ଗତକାଲି ମହାକାଳପଡ଼ା ଥାନା ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ତାଙ୍କ ନାମରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ଆଉ ଆଜି ଡାକ୍ତରଙ୍କ ସହ ପରାମର୍ଶ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଚାମେଲିଙ୍କୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ଆଜି ଛୁଟି ଥିବାରୁ ଜେଏମଏଫସିଙ୍କ ବାସଭବନରେ ହାଜର କରାଇ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଥିଲା ପୋଲିସ ।

ଆହୁରି ପଢ଼ନ୍ତୁ: ରଥଯାତ୍ରାରେ ପୁରୀ ଆସୁଥିଲେ ଏହି ସ୍ଥାନରେ କରନ୍ତୁ ଗାଡି ପାର୍କିଂ, ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଜାରି...

ଚାମେଲିଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ
ସେପଟେ ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମାଙ୍କ ନେତୃତ୍ବରେ ସମସ୍ତ ବ୍ଲକ ସଭାପତି ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାମେଲି ଓଝା ନିଜ ପଞ୍ଚାୟତ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଆସିଥିଲେ, କିନ୍ତୁ ତାଙ୍କ ପ୍ରତି ବିଜେପି କର୍ମୀଙ୍କ ଦୁର୍ବ୍ୟବହାର ଓ ପୋଲିସ ଚାମେଲିଙ୍କୁ ଉଠାଇ ନେବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଅନ୍ୟପଟରେ ବିଜେପି ନେତା ସୌଭାଗ୍ୟ ପରିଡା ସମର୍ଥକଙ୍କୁ ନେଇ ଏକ ବିଶାଳ ରାଲିରେ ଯାଇ ମହାକାଳପଡ଼ା ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲା: ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

13 Jun 2026 By Madhusudan Das

Chameli Ojha Arrested: ଜାମିନ ନାମଞ୍ଜୁର ପରେ ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡା: ଜେଲ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା । ବିଡିଓ ଓ ପୋଲିସକୁ ଦୁର୍ବ୍ୟବାହର କରିବା ଓ ଆଙ୍ଗୁଠି କାମୁଡ଼ିବା ଘଟଣାରେ ଚାମେଲିଙ୍କୁ ଜେଲ ପଠାଇ ଦିଆଯାଇଛି । ଚାମେଲିଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହିତ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ଜେଲ ହାଜତକୁ ଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । 

ଗତ ଗୁରୁବାର ମହାକାଳପଡ଼ା ବିଡ଼ିଓ ଚାମେଲିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା । ସେହିପରି ଗତକାଲି ମହାକାଳପଡ଼ା ଥାନା ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ତାଙ୍କ ନାମରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ଆଉ ଆଜି ଡାକ୍ତରଙ୍କ ସହ ପରାମର୍ଶ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଚାମେଲିଙ୍କୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ଆଜି ଛୁଟି ଥିବାରୁ ଜେଏମଏଫସିଙ୍କ ବାସଭବନରେ ହାଜର କରାଇ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଥିଲା ପୋଲିସ ।

ଚାମେଲିଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ
ସେପଟେ ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦେବସ୍ମିତା ଶର୍ମାଙ୍କ ନେତୃତ୍ବରେ ସମସ୍ତ ବ୍ଲକ ସଭାପତି ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଚାମେଲି ଓଝା ନିଜ ପଞ୍ଚାୟତ ସମସ୍ୟା ନେଇ ବିଡିଓଙ୍କୁ ଭେଟିବା ପାଇଁ ଆସିଥିଲେ, କିନ୍ତୁ ତାଙ୍କ ପ୍ରତି ବିଜେପି କର୍ମୀଙ୍କ ଦୁର୍ବ୍ୟବହାର ଓ ପୋଲିସ ଚାମେଲିଙ୍କୁ ଉଠାଇ ନେବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଅନ୍ୟପଟରେ ବିଜେପି ନେତା ସୌଭାଗ୍ୟ ପରିଡା ସମର୍ଥକଙ୍କୁ ନେଇ ଏକ ବିଶାଳ ରାଲିରେ ଯାଇ ମହାକାଳପଡ଼ା ଆଇଆଇସିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର