ଝିଅକୁୁ ସୁସ୍ଥ କରିବାର ସ୍ୱପ୍ନ ଅଧାରେ ରହିଲା: ହୃଦଘାତରେ ଚାଲିଗଲେ ସ୍ବାମୀ, ଝିଅ କିଡନୀ ରୋଗରେ ପୀଡିତ

The Sakala Picture
Published On

ସୋର: ପରିବାର ପ୍ରତିପୋଷଣ ପାଇଁ ସୂଦୁର କୋରାପୁଟକୁ ଯାଇ ଜଣେ ଯୁବକ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯୁବକଙ୍କ ଝିଅ କିଡନୀରେ ଆକ୍ରାନ୍ତଥିବାରୁ ଝିଅକୁୁ ସୁସ୍ଥ କରିବାର ସ୍ୱପ୍ନ ଅଧାରୁ ରହିଯାଇଛି । କାର୍ଯ୍ୟ କରୁଥିବା କମ୍ପାନୀ ଆର୍ଥିଥକ ସହଯୋଗ ଠାରୁ ଦୂରେଇ ଯିବାରୁ ବିଧବା ମହିଳା କିଡନୀ ରୋଗରେ ଆକ୍ରାନ୍ତ ଝିଅର ଚିକିତ୍ସା ଓ କିପରି ପରିବାର ଚଳାଇବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଧୁସୂଦନପୁର ପଞ୍ଚାୟତ କୃଷ୍ଣଦାସପୁର ଗ୍ରାମର ନାରାୟଣ ବାରିକଙ୍କ ପୁଅ […]

ସୋର: ପରିବାର ପ୍ରତିପୋଷଣ ପାଇଁ ସୂଦୁର କୋରାପୁଟକୁ ଯାଇ ଜଣେ ଯୁବକ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯୁବକଙ୍କ ଝିଅ କିଡନୀରେ ଆକ୍ରାନ୍ତଥିବାରୁ ଝିଅକୁୁ ସୁସ୍ଥ କରିବାର ସ୍ୱପ୍ନ ଅଧାରୁ ରହିଯାଇଛି । କାର୍ଯ୍ୟ କରୁଥିବା କମ୍ପାନୀ ଆର୍ଥିଥକ ସହଯୋଗ ଠାରୁ ଦୂରେଇ ଯିବାରୁ ବିଧବା ମହିଳା କିଡନୀ ରୋଗରେ ଆକ୍ରାନ୍ତ ଝିଅର ଚିକିତ୍ସା ଓ କିପରି ପରିବାର ଚଳାଇବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଧୁସୂଦନପୁର ପଞ୍ଚାୟତ କୃଷ୍ଣଦାସପୁର ଗ୍ରାମର ନାରାୟଣ ବାରିକଙ୍କ ପୁଅ ପଦ୍ମନ(୪୬) ପରିବାର ପ୍ରତିପୋଷଣ ପାଇଁ କୋରାପୁଟ ଜୟପୁର ଭରଡାପଟସ୍ଥ ଗୁରୁ ମହାରାଜ ଜିକନ ପ୍ରାଇଭେଟ ଲିମିଟେଡରେ ଏକାଉଟେଣ୍ଡେଣ୍ଟଭାବେ କାର୍ଯ୍ୟ କରୁଥିଲା । ଗତ ସୋମବାର ପଦ୍ମନ କମ୍ପାନୀ କାର୍ଯ୍ୟାଳୟରେ ସକାଳେ ଶୌଚ ଆସିବା ପରେ ଛାତିରେ ଯନ୍ତ୍ରଣା ହେଉଥିବାର ସହକର୍ମୀଙ୍କୁ କହିବାରୁ ସେମାନେ ଜୟପୁର ଡାକ୍ତରଖାନାକୁ ନେଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବାର ପରିବାର ଲୋକଙ୍କୁ କହିଥିଲ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

ସେଠାରେ ପଦ୍ମନଙ୍କ ମର ଶରୀରକୁ ବ୍ୟବଚ୍ଛେଦ ନକରି ଘରକୁ ପଠାଇ ଦେଇଥିଲେ। କମ୍ପାନୀର ମାଲିକ ଘର ଭୁବନେଶ୍ୱରରେ ହୋଇଥିବା ବେଳେ ପଦ୍ମନର ମୃତ୍ୟୁ ପରେ ସେ ଭରଡପଟକୁ ଆସି ନ ଥିଲେ । ପଦ୍ମନର ଶବକୁ ଭଡା ଗାଡି କରି କୃଷ୍ଣଦାସପୁରକୁ ପଠାଇ ଦେଇଥିଲା କମ୍ପାନୀ କ୍ରିୟାକର୍ମ ପାଇଁ ୧୦ ହଜାର ଟଙ୍କା ଦେଇ କମ୍ପାନୀ ଆର୍ଥିକ ସହଯୋଗ କରିବାକୁ ମନା କରି ଦେଇଛି । ପଦ୍ମନର ମୃତ୍ୟୁ ପରେ ପରିବାରର ଏକ ମାତ୍ର ରୋଜଗାର ବନ୍ଦ ହୋଇଯାଇଛି । ପଦ୍ମନର ସ୍ତ୍ରୀ ରେବତୀ ବର୍ତ୍ତମାନ ୧୦ ବର୍ଷର କିଡନୀ ପୀଡିତ ବଡ ଝିଅ ବିଷ୍ଣୁପ୍ରିୟାକୁ କିପରି ଚିକିତ୍ସା କରିବ ଚିନ୍ତାରେ ପଡିଯାଇଛି । ଏପରି ଜିମି ବାଡି ସ୍ୱଳ୍ପ ଥିବା ରେବତୀ ବର୍ତ୍ତମାନ ପରିବାରକୁ କିପରି ଚଳାଇବ ସେନେଇ ମୁଣ୍ଡରେ ହାତ ଦେଇ ବସିଛି । ମୃତ ପଦ୍ମନ କାର୍ଯ୍ୟ କରୁଥିବା ଗୁରୁ ମହାରାଜ ଜିକନ ପ୍ରା: ଲିମିଟେଡର କତ୍ତୃପକ୍ଷଙ୍କୁ ଆର୍ଥିକ ସହଯୋଗ କରିବାକୁ ଆକୁଳ ନିବେଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର