ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ

The Sakala Picture
Published On

ଭୁବନେଶ୍ୱର: ବାଲେଶ୍ବର ନୀଳଗିରି ଅଞ୍ଚଳରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମନ୍ତ୍ରୀ ତଥା ବାଲେଶ୍ଵର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୩୨ଜଣ ପ୍ରମୁଖ ନେତା ସାମିଲ ହୋଇଛନ୍ତି। ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର, ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ଓ୍ବାର୍ଡର କାଉନସିଲର ପ୍ରତାପ ସେଠୀ, ନୀଳଗିରି ବ୍ଳକ ପୂର୍ବତନ ଅଧ୍ୟକ୍ଷା ଝରଣା ସିଂ, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, […]

ଭୁବନେଶ୍ୱର: ବାଲେଶ୍ବର ନୀଳଗିରି ଅଞ୍ଚଳରେ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ। ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ମନ୍ତ୍ରୀ ତଥା ବାଲେଶ୍ଵର ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ଉପସ୍ଥିତିରେ ୩୨ଜଣ ପ୍ରମୁଖ ନେତା ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର, ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ଓ୍ବାର୍ଡର କାଉନସିଲର ପ୍ରତାପ ସେଠୀ, ନୀଳଗିରି ବ୍ଳକ ପୂର୍ବତନ ଅଧ୍ୟକ୍ଷା ଝରଣା ସିଂ, ପୂର୍ବତନ ସରପଞ୍ଚ ମଧୁସ୍ମିତା ସିଂ, ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଅର୍ଜୁନ ମାରାଣ୍ଡିଙ୍କ ସମେତ ଏକାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ନେତା ଓ କର୍ମୀମାନେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବିଜେଡି ବାଲେଶ୍ଵର ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସମସ୍ତଙ୍କୁ ଉତ୍ତରୀୟ ପିନ୍ଧେଇ ଦଳକୁ ସ୍ବାଗତ କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୀଳଗିରି ଗସ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ସ୍ଵଚ୍ଛ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ଏହି ସବୁ ସଦସ୍ୟ ସାମିଲ ହେବା ପରେ ଦଳ ଆହୁରି ମଜଭୁତ ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର