ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି ନେତା ଓ କର୍ମୀ

The Sakala Picture
Published On

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ପ୍ରଚାର ଚଳାଇଛନ୍ତି। ଏହାରି ମଧ୍ୟରେ ପିପିଲିରେ ଅଧିକ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ। ଉପନିର୍ବାଚନ ପୂର୍ବରୁ ବିଜେପିରୁ ମୁହଁ ଫେରାଉଛନ୍ତି ଦଳର ନେତା ଓ କର୍ମୀ। ଶନିବାର ର ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଳକ୍ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ […]

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ପ୍ରଚାର ଚଳାଇଛନ୍ତି। ଏହାରି ମଧ୍ୟରେ ପିପିଲିରେ ଅଧିକ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ। ଉପନିର୍ବାଚନ ପୂର୍ବରୁ ବିଜେପିରୁ ମୁହଁ ଫେରାଉଛନ୍ତି ଦଳର ନେତା ଓ କର୍ମୀ। ଶନିବାର ର ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଳକ୍ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ମଞ୍ଜରୀ ମହାନ୍ତି, ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠ ନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁଙ୍କ ଉପସ୍ଥିତିରେ ବିଜେପି ଦଳ ଛାଡି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ଅପରପକ୍ଷରେ ଉପ-ନିର୍ବାଚନ ନେଇ ବିଜେଡିର ପ୍ରଚାର ଜୋରଦାର ଚାଲିଛି । ଏବେଠୁ ପ୍ରଚାର ଅଭିଯାନରେ ଢେର ଆଗରେ ରହିଛି ବିଜେଡି । ବିଜେଡି ଗଡ଼ରେ ପୁଣି ବିଜୟ ଶଙ୍ଖ ବଜାଇବା ସହ ମାର୍ଜିନ୍‌ ବୃଦ୍ଧି ମିଶନ୍‌ ନେଇ ଆକ୍ସନ୍‌ ମୋଡ୍‌ରେ ନେତା ଓ କର୍ମୀ । ବିଭିନ୍ନ ସ୍ଥାନରେ ରୋଡ ଶୋ’ ଓ ସଭା କରିବା ସମୟରେ ରୁଦ୍ରଙ୍କୁ ମିଳୁଛି ବିପୁଳ ସମର୍ଥନ । ଆଜି ପିପିଲି ଏନଏସିର ସମସ୍ତ ଓ୍ବାର୍ଡ, ନୂଆ ଶାସନ ଓ ଜଗନ୍ନାଥପୁର ପଞ୍ଚାୟତରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

03 Apr 2021 By The Sakala

ଉପନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି ନେତା ଓ କର୍ମୀ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଜୋରଦାର ଚାଲିଛି ପ୍ରଚାର। ୩ ପ୍ରମୁଖ ଦଳ ଯଥାକ୍ରମେ କଂଗ୍ରେସ, ବିଜେପି, ବିଜେଡି ପ୍ରଚାର ଚଳାଇଛନ୍ତି। ଏହାରି ମଧ୍ୟରେ ପିପିଲିରେ ଅଧିକ ଶକ୍ତିଶାଳୀ ହେଉଛି ବିଜୁ ଜନତା ଦଳ। ଉପନିର୍ବାଚନ ପୂର୍ବରୁ ବିଜେପିରୁ ମୁହଁ ଫେରାଉଛନ୍ତି ଦଳର ନେତା ଓ କର୍ମୀ। ଶନିବାର ର ପୁରୀ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଇଶ୍ୱର ପ୍ରସାଦ ଦାଶ ମହତାବ, ପୂର୍ବତନ ବ୍ଳକ୍ ମହିଳା ମୋର୍ଚ୍ଚା ସଭାପତି ଓ ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମମତା ମଞ୍ଜରୀ ମହାନ୍ତି, ଶଙ୍କର୍ଷଣ ସ୍ୱାଇଁ, ଧୀରେନ୍ଦ୍ରନାଥ ଦଳେଇ, ଅଭିରାମ ବେହେରା, ବୈକୁଣ୍ଠ ନାଥ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁଙ୍କ ଉପସ୍ଥିତିରେ ବିଜେପି ଦଳ ଛାଡି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଅପରପକ୍ଷରେ ଉପ-ନିର୍ବାଚନ ନେଇ ବିଜେଡିର ପ୍ରଚାର ଜୋରଦାର ଚାଲିଛି । ଏବେଠୁ ପ୍ରଚାର ଅଭିଯାନରେ ଢେର ଆଗରେ ରହିଛି ବିଜେଡି । ବିଜେଡି ଗଡ଼ରେ ପୁଣି ବିଜୟ ଶଙ୍ଖ ବଜାଇବା ସହ ମାର୍ଜିନ୍‌ ବୃଦ୍ଧି ମିଶନ୍‌ ନେଇ ଆକ୍ସନ୍‌ ମୋଡ୍‌ରେ ନେତା ଓ କର୍ମୀ । ବିଭିନ୍ନ ସ୍ଥାନରେ ରୋଡ ଶୋ’ ଓ ସଭା କରିବା ସମୟରେ ରୁଦ୍ରଙ୍କୁ ମିଳୁଛି ବିପୁଳ ସମର୍ଥନ । ଆଜି ପିପିଲି ଏନଏସିର ସମସ୍ତ ଓ୍ବାର୍ଡ, ନୂଆ ଶାସନ ଓ ଜଗନ୍ନାଥପୁର ପଞ୍ଚାୟତରେ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର