କନ୍ଧମାଳ ପୋଲିସକୁ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ, ବିସ୍ପୋରକ ସରଞ୍ଜାମ ଜବତ

The Sakala Picture
Published On

ଫୁଲବାଣୀ: କନ୍ଧମାଳ ପୋଲିସକୁ ବଡ଼ ସଫଳତା। ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । ଚଢ଼ାଉ ପରେ ସେଠାରୁ ବିପୁଳ ମାତ୍ରାର ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ୍ […]

ଫୁଲବାଣୀ: କନ୍ଧମାଳ ପୋଲିସକୁ ବଡ଼ ସଫଳତା। ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । ଚଢ଼ାଉ ପରେ ସେଠାରୁ ବିପୁଳ ମାତ୍ରାର ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ୍ ଷ୍ଟିକ୍, ଇନସାସ ମାଗାଜିନ୍, ମାଗାଜିନ ପ୍ରସ୍ତୁତ ଉପକରଣ, ମାଓ ୟୁନିଫର୍ମ ଓ ସାହିତ୍ୟ, ଔଷଧ, ଗର୍ଭ ନିରୋଧକ ବଟିକା, ସୈର ଉପକରଣ ଆଦି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସଶିକେତା ଗ୍ରାମ ନିକଟରୁ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ଏ ସବୁ ସାମଗ୍ରୀ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା

ସ୍ଥାନୀୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ ଉପରୋକ୍ତ ସୂଚନା ଦେଇଛନ୍ତି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ଏବଂ ଡିଭିଏଫ୍ ଯବାନଙ୍କ ଦ୍ବାରା ମିଳିତ କୁମ୍ବିଂ ଅପରେସନ୍ କରାଯାଇଥିଲା। ଅପରେସନ ବେଳେ ସଶୀକେତା ଗ୍ରାମ ନିକଟ ଜଙ୍ଗଲରେ ଥିବା ଏକ ପଥର କୋରଡ଼ ମଧ୍ୟରେ ଲୁଚାଇ ରଖା ଯାଇଥିବା ଏହି ସବୁ ସାମଗ୍ରୀ ଠାବ କରିଥିଲା ପୋଲିସ ବାହିନୀ। ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି। ସେମାନେ ଅଭ୍ୟାସ ତଥା ବିଶ୍ରାମ ପାଇଁ ଏହି ସ୍ଥାନ ଉପଯୋଗ କରୁଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି

12 Jun 2022 By The Sakala

କନ୍ଧମାଳ ପୋଲିସକୁ ସଫଳତା: ବିପୁଳ ପରିମାଣର ମାଓ ସାମଗ୍ରୀ, ବିସ୍ପୋରକ ସରଞ୍ଜାମ ଜବତ

ଫୁଲବାଣୀ: କନ୍ଧମାଳ ପୋଲିସକୁ ବଡ଼ ସଫଳତା। ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । ଚଢ଼ାଉ ପରେ ସେଠାରୁ ବିପୁଳ ମାତ୍ରାର ବିସ୍ଫୋରକ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲୋଟିନ୍ ଷ୍ଟିକ୍, ଇନସାସ ମାଗାଜିନ୍, ମାଗାଜିନ ପ୍ରସ୍ତୁତ ଉପକରଣ, ମାଓ ୟୁନିଫର୍ମ ଓ ସାହିତ୍ୟ, ଔଷଧ, ଗର୍ଭ ନିରୋଧକ ବଟିକା, ସୈର ଉପକରଣ ଆଦି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସଶିକେତା ଗ୍ରାମ ନିକଟରୁ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ଏ ସବୁ ସାମଗ୍ରୀ ଜବତ କରାଯାଇଛି।

ସ୍ଥାନୀୟ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ ଉପରୋକ୍ତ ସୂଚନା ଦେଇଛନ୍ତି। ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା ପୋଲିସ, ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ଏବଂ ଡିଭିଏଫ୍ ଯବାନଙ୍କ ଦ୍ବାରା ମିଳିତ କୁମ୍ବିଂ ଅପରେସନ୍ କରାଯାଇଥିଲା। ଅପରେସନ ବେଳେ ସଶୀକେତା ଗ୍ରାମ ନିକଟ ଜଙ୍ଗଲରେ ଥିବା ଏକ ପଥର କୋରଡ଼ ମଧ୍ୟରେ ଲୁଚାଇ ରଖା ଯାଇଥିବା ଏହି ସବୁ ସାମଗ୍ରୀ ଠାବ କରିଥିଲା ପୋଲିସ ବାହିନୀ। ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି। ସେମାନେ ଅଭ୍ୟାସ ତଥା ବିଶ୍ରାମ ପାଇଁ ଏହି ସ୍ଥାନ ଉପଯୋଗ କରୁଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର