ହୋଟେଲ ଓ ଲଜ୍‌ରେ ପାଳନ ହେଉନି ସରକାରୀ ନିର୍ଦ୍ଦେଶାନାମା, ବଢୁଛି ଅନୈତିକ କାମ ଓ ଦେହ ବେପାର

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଓ ଲଜ ଗୁଡିକରେ ସରକାରୀ ନିୟମ ପାଳନ କରା ଯାଉନଥିବାରୁ ହୋଟେଲ ଗୁଡିକରେ ଅନୈତିକ କାର୍ଯ୍ୟ ବା ଦେହ ବେପାର ଚାଲି ଆସୁଛି ବୋଲି ଅଭିଯୋଗ ହୋଇଛି। ଫଳରେ ଏହା ସମାଜ ଉପରେ ଗଭୀର ପ୍ରଭାବ ପକାଉଛି। ବିବରଣୀ ରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୦ ରୁ ଉର୍ଦ୍ଧ ପର୍ଯ୍ୟଟନ ସ୍ଥଳୀ ରହିଛି। ଏହା ବ୍ୟତୀତ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ସରକାରୀ,ବେସରକାରୀ […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଓ ଲଜ ଗୁଡିକରେ ସରକାରୀ ନିୟମ ପାଳନ କରା ଯାଉନଥିବାରୁ ହୋଟେଲ ଗୁଡିକରେ ଅନୈତିକ କାର୍ଯ୍ୟ ବା ଦେହ ବେପାର ଚାଲି ଆସୁଛି ବୋଲି ଅଭିଯୋଗ ହୋଇଛି। ଫଳରେ ଏହା ସମାଜ ଉପରେ ଗଭୀର ପ୍ରଭାବ ପକାଉଛି। ବିବରଣୀ ରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୦ ରୁ ଉର୍ଦ୍ଧ ପର୍ଯ୍ୟଟନ ସ୍ଥଳୀ ରହିଛି। ଏହା ବ୍ୟତୀତ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ସରକାରୀ,ବେସରକାରୀ ଅନୁଷ୍ଠାନ,ବ୍ୟାଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନ,ଶିଳ୍ପାନୁଷ୍ଠାନ ଗଢି ଉଠିଥିବାରୁ ଏହାକୁ ଆୟୁଧ କରି ତମାମ ଜିଲ୍ଲାରେ ଛତୁ ଫୁଟିବା ଭଳି ହୋଟେଲ ବା ଲଜ ଖୋଲାଯାଇଛି। ତେବେ ଏହିସବୁ ଲଜ ଗୁଡିକରେ ସରକାରୀ ନିୟମ କାର୍ଯ୍ୟକାରୀ ହେଉନଥିବାର ସୂଚନା ମିଳିଛି। ହୋଟେଲ ମାଲିକ ଓ କର୍ମଚାରୀ ମାନେ ଅଧିକ ଲାଭ ନିଶାରେ ସରକାରୀ ନିୟମକୁ ଉଲଙ୍ଘନ କରି ହୋଟେଲ ଭିତରକୁ ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ହୋଟେଲ କିମ୍ବା ଲଜକୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ପରିଚୟ ଓ ଠିକଣା ହୋଟେଲର ରେଜିଷ୍ଟ୍ରାରରେ ଉଲ୍ଲେଖ ରହିବ। ସେହିପରି ଯେକୌଣସି ବାସିନ୍ଦା ପ୍ରମାଣପତ୍ରର ନକଲ ମଧ୍ୟ ହୋଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ରହିବ। ହୋଟେଲକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ରେଜିଷ୍ଟ୍ରାରରେ ମଧ୍ୟ ସେହି ବ୍ୟକ୍ତିଙ୍କ ଦସ୍ତଖତ ରହିବ। ହୋଟେଲ ମାଲିକ ହୋଟେଲର ସୁପରିଚାଳନା ଓ ଯେକୌଣସି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ହୋଟେଲ ସମ୍ମୁଖରେ ସିସିଟିଭି କ୍ୟାମେରା ଲଗାଇବେ। ସବୁଠାରୁ ବଡ଼କଥା ହେଉଛି ସ୍ଥାନୀୟ ଥାନାକୁ ପ୍ରତିଦିନ ସନ୍ଧ୍ୟାରେ ହୋଟେଲ ମାଲିକ କିମ୍ବା ତାଙ୍କ କର୍ମଚାରୀ ମାନେ ଯିବା ସହ ରେଜିଷ୍ଟ୍ରାର ସମ୍ପର୍କରେ (ହୋଟେଲକୁ କିଏ ଆସିଲା କିଏ ଗଲା)ସୂଚନା ଦେବେ। ସେହିପରି ପୁଲିସ ମଧ୍ୟ ନିୟମିତ ବ୍ୟବଧାନରେ ହୋଟେଲକୁ ଯାଇ ରୁଟିନ ଚେକ କରିବ ବୋଲି ସରକାରୀ ନିର୍ଦ୍ଦେଶାନାମା ରହିଛି। ତେବେ ଜିଲ୍ଲାର କାଁ ଭାଁ ହାତଗଣତି କେତୋଟି ହୋଟେଲକୁ ଛାଡିଦେଲେ ୯୫ ପ୍ରତିଶତ ହୋଟେଲ ମାଲିକ ଏହି ନିୟମ ପାଳନ କରୁନାହାନ୍ତି।ପୁଲିସ ଅତ୍ୟଧିକ କାମ ଚାପ ଯୋଗୁଁ ହୋଟେଲ ଗୁଡ଼ିକରେ ନିୟମ ପାଳନ ହେଉଛି କି ନାହିଁ ତାହାର ମଧ୍ୟ ସମୀକ୍ଷା କରିବାକୁ ବେଳ ପାଉନାହିଁ। ଫଳରେ ଏହାର ସୁଯୋଗରେ ହୋଟେଲ ଭିତରେ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ମହିଳା ଓ ଯୁବତୀ ମାନଙ୍କୁ ଅଣାଯାଇ ଦେହ ବେପାରରେ ଲଗା ଯାଉଛି। କୁହାଯାଉଛି ବାଲେଶ୍ଵର, ଚାନ୍ଦିପୁର, ନିଳଗିରି, ଜଳେଶ୍ଵର,ଲକ୍ଷ୍ମଣନାଥ ଓ ତାଳସାରି ଆଦି ସ୍ଥାନରେ ବିଭିନ୍ନ ହୋଟେଲରେ ନିୟମିତ ଦେହ ବେପାର ବା ସେକ୍ସ ରାକେଟ ଚାଲିଛି। ଚଳିତ ମାସରେ ଚାନ୍ଦିପୁର ଓ କିଛି ମାସ ତଳେ ଜଳେଶ୍ଵରର ଏକ ହୋଟେଲରେ ଏହି ଅନୈତିକ କାମ ଚାଲିଥିବା ଅଭିଯୋଗ ରେ ହୋଟେଲର ମ୍ୟାନେଜର ଗିରଫ ହେବା ଘଟଣା ଏହି କଥାକୁ ପ୍ରମାଣିତ କରୁଛି। ବାଲେଶ୍ଵର ଜିଲ୍ଲା ଏବେ ବ୍ରାଉନସୁଗର ବେପାରର ହବ ପାଲଟିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏପରିକି ଅନ୍ୟ ରାଜ୍ୟରୁ ବ୍ରାଉନସୁଗର ମାଫିଆ ମାନେ ମଧ୍ୟ ଏଠାକୁ ଆସି ହୋଟେଲରେ ରହି ବେପାର କରୁଛନ୍ତି। ଏହିସବୁ ହୋଟେଲ ଗୁଡିକ ଉପରେ ନଜର ରଖିବା ପାଇଁଁ ଜିଲ୍ଲାରେ ଜଣେ ସ୍ବତନ୍ତ୍ର ପୁଲିସ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ଵ ଦେବାକୁ ସବୁ ମହଲରୁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

28 Aug 2021 By The Sakala

ହୋଟେଲ ଓ ଲଜ୍‌ରେ ପାଳନ ହେଉନି ସରକାରୀ ନିର୍ଦ୍ଦେଶାନାମା, ବଢୁଛି ଅନୈତିକ କାମ ଓ ଦେହ ବେପାର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ହୋଟେଲ ଓ ଲଜ ଗୁଡିକରେ ସରକାରୀ ନିୟମ ପାଳନ କରା ଯାଉନଥିବାରୁ ହୋଟେଲ ଗୁଡିକରେ ଅନୈତିକ କାର୍ଯ୍ୟ ବା ଦେହ ବେପାର ଚାଲି ଆସୁଛି ବୋଲି ଅଭିଯୋଗ ହୋଇଛି। ଫଳରେ ଏହା ସମାଜ ଉପରେ ଗଭୀର ପ୍ରଭାବ ପକାଉଛି। ବିବରଣୀ ରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୦ ରୁ ଉର୍ଦ୍ଧ ପର୍ଯ୍ୟଟନ ସ୍ଥଳୀ ରହିଛି। ଏହା ବ୍ୟତୀତ ଜିଲ୍ଲା ସଦର ମହକୁମାରେ ବିଭିନ୍ନ ସରକାରୀ,ବେସରକାରୀ ଅନୁଷ୍ଠାନ,ବ୍ୟାଙ୍କ ଓ ବ୍ୟବସାୟ ପ୍ରତିଷ୍ଠାନ,ଶିଳ୍ପାନୁଷ୍ଠାନ ଗଢି ଉଠିଥିବାରୁ ଏହାକୁ ଆୟୁଧ କରି ତମାମ ଜିଲ୍ଲାରେ ଛତୁ ଫୁଟିବା ଭଳି ହୋଟେଲ ବା ଲଜ ଖୋଲାଯାଇଛି। ତେବେ ଏହିସବୁ ଲଜ ଗୁଡିକରେ ସରକାରୀ ନିୟମ କାର୍ଯ୍ୟକାରୀ ହେଉନଥିବାର ସୂଚନା ମିଳିଛି। ହୋଟେଲ ମାଲିକ ଓ କର୍ମଚାରୀ ମାନେ ଅଧିକ ଲାଭ ନିଶାରେ ସରକାରୀ ନିୟମକୁ ଉଲଙ୍ଘନ କରି ହୋଟେଲ ଭିତରକୁ ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି।

ହୋଟେଲ କିମ୍ବା ଲଜକୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ପରିଚୟ ଓ ଠିକଣା ହୋଟେଲର ରେଜିଷ୍ଟ୍ରାରରେ ଉଲ୍ଲେଖ ରହିବ। ସେହିପରି ଯେକୌଣସି ବାସିନ୍ଦା ପ୍ରମାଣପତ୍ରର ନକଲ ମଧ୍ୟ ହୋଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ରହିବ। ହୋଟେଲକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ରେଜିଷ୍ଟ୍ରାରରେ ମଧ୍ୟ ସେହି ବ୍ୟକ୍ତିଙ୍କ ଦସ୍ତଖତ ରହିବ। ହୋଟେଲ ମାଲିକ ହୋଟେଲର ସୁପରିଚାଳନା ଓ ଯେକୌଣସି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ହୋଟେଲ ସମ୍ମୁଖରେ ସିସିଟିଭି କ୍ୟାମେରା ଲଗାଇବେ। ସବୁଠାରୁ ବଡ଼କଥା ହେଉଛି ସ୍ଥାନୀୟ ଥାନାକୁ ପ୍ରତିଦିନ ସନ୍ଧ୍ୟାରେ ହୋଟେଲ ମାଲିକ କିମ୍ବା ତାଙ୍କ କର୍ମଚାରୀ ମାନେ ଯିବା ସହ ରେଜିଷ୍ଟ୍ରାର ସମ୍ପର୍କରେ (ହୋଟେଲକୁ କିଏ ଆସିଲା କିଏ ଗଲା)ସୂଚନା ଦେବେ। ସେହିପରି ପୁଲିସ ମଧ୍ୟ ନିୟମିତ ବ୍ୟବଧାନରେ ହୋଟେଲକୁ ଯାଇ ରୁଟିନ ଚେକ କରିବ ବୋଲି ସରକାରୀ ନିର୍ଦ୍ଦେଶାନାମା ରହିଛି। ତେବେ ଜିଲ୍ଲାର କାଁ ଭାଁ ହାତଗଣତି କେତୋଟି ହୋଟେଲକୁ ଛାଡିଦେଲେ ୯୫ ପ୍ରତିଶତ ହୋଟେଲ ମାଲିକ ଏହି ନିୟମ ପାଳନ କରୁନାହାନ୍ତି।ପୁଲିସ ଅତ୍ୟଧିକ କାମ ଚାପ ଯୋଗୁଁ ହୋଟେଲ ଗୁଡ଼ିକରେ ନିୟମ ପାଳନ ହେଉଛି କି ନାହିଁ ତାହାର ମଧ୍ୟ ସମୀକ୍ଷା କରିବାକୁ ବେଳ ପାଉନାହିଁ। ଫଳରେ ଏହାର ସୁଯୋଗରେ ହୋଟେଲ ଭିତରେ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି।

ଓଡ଼ିଶା ସମେତ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ମହିଳା ଓ ଯୁବତୀ ମାନଙ୍କୁ ଅଣାଯାଇ ଦେହ ବେପାରରେ ଲଗା ଯାଉଛି। କୁହାଯାଉଛି ବାଲେଶ୍ଵର, ଚାନ୍ଦିପୁର, ନିଳଗିରି, ଜଳେଶ୍ଵର,ଲକ୍ଷ୍ମଣନାଥ ଓ ତାଳସାରି ଆଦି ସ୍ଥାନରେ ବିଭିନ୍ନ ହୋଟେଲରେ ନିୟମିତ ଦେହ ବେପାର ବା ସେକ୍ସ ରାକେଟ ଚାଲିଛି। ଚଳିତ ମାସରେ ଚାନ୍ଦିପୁର ଓ କିଛି ମାସ ତଳେ ଜଳେଶ୍ଵରର ଏକ ହୋଟେଲରେ ଏହି ଅନୈତିକ କାମ ଚାଲିଥିବା ଅଭିଯୋଗ ରେ ହୋଟେଲର ମ୍ୟାନେଜର ଗିରଫ ହେବା ଘଟଣା ଏହି କଥାକୁ ପ୍ରମାଣିତ କରୁଛି। ବାଲେଶ୍ଵର ଜିଲ୍ଲା ଏବେ ବ୍ରାଉନସୁଗର ବେପାରର ହବ ପାଲଟିଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏପରିକି ଅନ୍ୟ ରାଜ୍ୟରୁ ବ୍ରାଉନସୁଗର ମାଫିଆ ମାନେ ମଧ୍ୟ ଏଠାକୁ ଆସି ହୋଟେଲରେ ରହି ବେପାର କରୁଛନ୍ତି। ଏହିସବୁ ହୋଟେଲ ଗୁଡିକ ଉପରେ ନଜର ରଖିବା ପାଇଁଁ ଜିଲ୍ଲାରେ ଜଣେ ସ୍ବତନ୍ତ୍ର ପୁଲିସ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ଵ ଦେବାକୁ ସବୁ ମହଲରୁ ଦାବି ହେଉଛି।

https://www.thesakala.in/latest-odisha-news/hotels-and-lodges-do-not-comply-government-regulations/article-4979
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର