କଟକଣାରେ ବି ମତୁଆଲା ହୁକାବାର୍‍

The Sakala Picture
Published On

ଭୁବନେଶ୍ୱର : ହୁକାବାର ଖୋଲିବା ଉପରେ କଟକଣା ଲଗାଇଛନ୍ତି ସରକାର। ମାତ୍ର ଏସବୁକୁ ବେଖାତିର କରି ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଛି ହୁକାବାର୍‍। ଯୁବପିଢ଼ିଙ୍କ ଠାରୁ ବୟସ୍କମାନେ ହୁକା ମାୟାରେ ପଡ଼ି ବାର୍‍ରେ ଭିଡ଼ ଜମାଉଛନ୍ତି। ବିଶେଷକରି କଲେଜ ପଢ଼଼ୁଆ ଛାତ୍ରଛାତ୍ରୀ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ସନ୍ଧ୍ୟା ହେଲେ ରାଜଧାନୀର ବିଭିନ୍ନ ହୁକାବାରରେ ଯୁବପିଢ଼ିଙ୍କ ଭିଡ଼ ଜମୁଛି। କଟକଣା କୋହଳ ହେବା ପରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଲାଣି। ବାହାରୁ ଆସି ରାଜଧାନୀରେ ପାଠପଢ଼଼ୁଥିବା ଛାତ୍ରଛାତ୍ରୀମାନେ ହୁକାବାର୍‍ଗୁଡ଼ିକରେ […]

ଭୁବନେଶ୍ୱର : ହୁକାବାର ଖୋଲିବା ଉପରେ କଟକଣା ଲଗାଇଛନ୍ତି ସରକାର। ମାତ୍ର ଏସବୁକୁ ବେଖାତିର କରି ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଛି ହୁକାବାର୍‍। ଯୁବପିଢ଼ିଙ୍କ ଠାରୁ ବୟସ୍କମାନେ ହୁକା ମାୟାରେ ପଡ଼ି ବାର୍‍ରେ ଭିଡ଼ ଜମାଉଛନ୍ତି। ବିଶେଷକରି କଲେଜ ପଢ଼଼ୁଆ ଛାତ୍ରଛାତ୍ରୀ ଏଥିପ୍ରତି ଆକର୍ଷିତ ହେଉଛନ୍ତି। ସନ୍ଧ୍ୟା ହେଲେ ରାଜଧାନୀର ବିଭିନ୍ନ ହୁକାବାରରେ ଯୁବପିଢ଼ିଙ୍କ ଭିଡ଼ ଜମୁଛି। କଟକଣା କୋହଳ ହେବା ପରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିଲାଣି। ବାହାରୁ ଆସି ରାଜଧାନୀରେ ପାଠପଢ଼଼ୁଥିବା ଛାତ୍ରଛାତ୍ରୀମାନେ ହୁକାବାର୍‍ଗୁଡ଼ିକରେ ଆଡ୍ଡା ଜମାଉଛନ୍ତି। ସହରର ଚନ୍ଦ୍ରଶେଖରପୁର, ସହିଦନଗର ଓ ଖଣ୍ଡଗିରି ଭଳି ଅଞ୍ଚଳରେ ବହୁ ପ୍ରମୁଖ ଶିକ୍ଷାନୁଷ୍ଠାନ ଥିବାରୁ ସେସବୁ ଅଞ୍ଚଳରେ ହୁକାର ଚାହିଦା ଅଧିକ ରହିଛି। ସପିଙ୍ଗ୍‍ ମଲ୍‍, ବାର୍‍ଗୁଡ଼ିକରେ ମଧ୍ୟ ବେଧଡ଼କ ଭାବେ ଚାଲିଛି ହୁକା କାରବାର।

ଆହୁରି ପଢ଼ନ୍ତୁ: ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର ନିଲମ୍ବିତ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର

ସହରରେ ନିକୋଟିନ୍‍ ଯୁକ୍ତ ହୁକାର ବୃଦ୍ଧି ହେବା ସହ ବିଭିନ୍ନ ବାର୍‍ରେ ମଧ୍ୟ ହୁକା ଦେଖିବାକୂୁ ମିଳୁଛି। ବିଭିନ୍ନ ସ୍ୱାଦ ବା ଫ୍ଲେଭର ଯୁକ୍ତ ହୁକା ଦିଆଯାଇଛି। ଚକୋଲେଟ୍‍, ଭାନିଲା, ଅରେଞ୍ଜ୍‍, ମ୍ୟାଙ୍ଗୋ ଭଳି ୧୦୦ରୁ ଊର୍ଦ୍ଧ୍ବ ଫ୍ଲେଭର ଯୁକ୍ତ ହୁକାର ଚାହିଦା ରହିଛି। ବାର୍‍ରେ ୨୫୦ ଟଙ୍କାରୁ ଆରମ୍ଭ କରି ୩ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି। ସେହିପରି ରାଜଧାନୀ ବଜାରରେ ଇ-ସିଗାରେଟ ବିକ୍ରି ହେଉଛି। କରୋନା ଲାଗି ଅନ୍‍ଲାଇନ୍‍ରେ ଅର୍ଡର ଦେଲେ ଇ-ସିଗାରେଟ୍‍ ଘରେ ପହଞ୍ଚିଯାଉଛି। ଇ-ସିଗାରେଟ୍‍ ଚାହିଦା ଦୃଷ୍ଟିରୁ ଖୋଲା ବଜାରରେ ମିଳୁଛି। ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼଼ାଇ ଦେଇଛି। ପୂର୍ବରୁ ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ମିଜୋରାମ, ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟରେ ପୂର୍ବରୁ ହୁକା ସହ ଇ-ସିଗାରେଟ ମଧ୍ୟ ବ୍ୟାନ୍‍ କରାଯାଇଥିଲା। ଓଡ଼ିଶାରେ ବର୍ତ୍ତମାନ ଏସବୁକୁ ବ୍ୟାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଅତିଥି ଭବନ ‘ପତିତପାବନ ଭକ୍ତ ନିବାସ’ ନିର୍ମାଣ କରିବ ଶ୍ରୀମନ୍ଦିର ପ୍ରଶାସନ

ଇ-ସିଗାରେଟ୍‍ ଉତ୍ପାଦନ, ନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ଆବଣ୍ଟନ ବିଜ୍ଞାପନ ଓ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ରାଜ୍ୟରେ ହୁକା ଓ ଇ-ସିଗାରେଟ ବ୍ୟାନ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାପରେ ଭେଷଜ ବିଭାଗ ପକ୍ଷରୁ ସାରାରାଜ୍ୟରେ ଚଢ଼ଉ କରାଯାଇ ହୁକାରେ ନିକୋଟିନ୍‍ ଅଛି କି ନାହିଁ ଯାଞ୍ଚ କରାଯାଉଥିଲା। ତେବେ କରୋନା ଲାଗି ଚଢ଼ଉ ଶିଥିଳ ହେବା ପରେ ଆହୁରି ବେଆଇନ୍‍ ଭାବେ ହୁକାବାର ଗଢ଼ିଉଠିଛି। କରୋନାର ପ୍ରଥମ ଲହର ସମୟରେ ସହିଦନଗର ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବେଆଇନ୍‍ ଭାବେ ହୁକାବାର ଖୋଲାଯାଇଥିବାରୁ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯିବା ସହ ସିଲ୍‍ କରାଯାଇଥିଲା। ମାତ୍ର ଏଥର ପୁଣି ହୁକାରେ ଭିଡ଼ ଜମୁଛି। କିନ୍ତୁ ପୁଲିସ କିଛି ବି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦୁଝରରେ ଗଣେଶ ଭସାଣି ବେଳେ ଶବ୍ଦ ପ୍ରଦୂଷଣ ନିୟମ ଉଲ୍ଲଂଘନ: ଡିଜେ ସିଷ୍ଟମ୍ ଜବତ କଲା ପୋଲିସ

ଏଥିସହିତ ପୁଲିସ ଜାଣତରେ ହୁକାବାର ଖୋଲାଯାଇ ସେଥିରେ କାରବାର କରାଯାଉଥିବା ସ୍ଥାନୀୟଲୋକେ ଅଭିଯୋଗ କରୁଛନ୍ତି। ତେବେ କମିସନରେଟ ପୁଲିସ ନିକଟରେ ଏଭଳି ଅଭିଯୋଗ ବଢ଼଼ିବା ପରେ ପୁଲିସ କେତେକ ହୁକାବାର ତାଲିକା ପ୍ରସ୍ତୁତ କରିଛି। ହୁକାବାରଗୁଡ଼ିକ ଉପରେ ଅଚାନକ ଚଢ଼ଉ କରିବା ଲାଗି ଯୋଜନା କରାଯାଉଥିବା କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, କରୋନା ଲାଗି ହୁକାବାର ଉପରେ ଚଢ଼ଉ କରାଯାଉନି। ଖୁବ୍‍ଶୀଘ୍ର କମିସନରେଟ ପୁଲିସ, ଅବକାରୀ ବିଭାଗ ଓ ଔଷଧ ନିୟନ୍ତ୍ରକଙ୍କ ଦ୍ୱାରା ମିଳିତ ଚଢ଼ଉ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର