ଦିଗହରା ବିଶ୍ୱବିଦ୍ୟାଳୟ କ୍ୟାରିୟର କାଉନସେଲିଂ ସେଲ୍‌, ଉଚ୍ଚଶିକ୍ଷିତ ହୋଇ ବି ପିଲାଙ୍କୁ ମିଳୁନି ନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ୱର: ଉତ୍କଟ ହେଉଛି ବେକାରୀ ସମସ୍ୟା। ବଢ଼଼ୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରୁ ସ୍ୱାତକ ଏବଂ ସ୍ନାତକୋତ୍ତର ଡିଗ୍ରି ହାସଲ କରି ମଧ୍ୟ ଚାକିରି ଟିଏ ପାଇବାରେ ଛାତ୍ରଛାତ୍ରୀ ସକ୍ଷମ ହେଉ ନାହାନ୍ତି। ଯାହାର ପ୍ରମୁଖ କାରଣ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ନିଷ୍କ୍ରିୟତା। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଥିବାବେଳେ ସରକାରୀ ଡିଗ୍ରି କଲେଜରେ ଏହାକୁ ବିଗତ […]

ଭୁବନେଶ୍ୱର: ଉତ୍କଟ ହେଉଛି ବେକାରୀ ସମସ୍ୟା। ବଢ଼଼ୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରୁ ସ୍ୱାତକ ଏବଂ ସ୍ନାତକୋତ୍ତର ଡିଗ୍ରି ହାସଲ କରି ମଧ୍ୟ ଚାକିରି ଟିଏ ପାଇବାରେ ଛାତ୍ରଛାତ୍ରୀ ସକ୍ଷମ ହେଉ ନାହାନ୍ତି। ଯାହାର ପ୍ରମୁଖ କାରଣ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ନିଷ୍କ୍ରିୟତା। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଥିବାବେଳେ ସରକାରୀ ଡିଗ୍ରି କଲେଜରେ ଏହାକୁ ବିଗତ ବର୍ଷ ଫେବୃଆରୀ ମାସରୁ ବନ୍ଦ କରାଯାଇଛି। ଯାହାକୁ ନେଇ ସିଏଜି ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

୨୦୧୮ ମସିହା ଜୁନ୍‍ ମାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୫୨ଟି ସରକାରୀ ଡିଗ୍ରି କଲେଜ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଲ୍‌ ଗଠନ କରିଥିଲେ। ଉଚ୍ଚଶିକ୍ଷା କ୍ଷେତ୍ରରେ ପିଲାଙ୍କ ମାର୍ଗଦର୍ଶନ କରିବା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ପ୍ରତି କଲେଜକୁ ଏଥି ପାଇଁ ତିନି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା। ଶିକ୍ଷାନୁଷ୍ଠାନର ଜଣେ ଯୁବ ଅଧ୍ୟାପକଙ୍କୁ ଏହି ସେଲର ସଂଯୋଜନଭାବେ ନିଯୁକ୍ତ କରାଯାଇଥିଲା। ଏହି ସେଲ୍‌ ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ କାଉନସେଲିଂ କରିବା ସହିତ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଥିଲେ। ହେଲେ ୨ ବର୍ଷ ପରେ ବିଭାଗ ୫୨ଟି ଡିଗ୍ରି କଲେଜରେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ୨୦୨୧ ମସିହା ଫେବୃଆରୀ ୪ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଏହାକୁ ବନ୍ଦ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ଯୋଜନା ଲକ୍ଷ୍ୟ ହାସଲ କରି ନଥିବାରୁ ଏହାକୁ ବନ୍ଦ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଥିଲା। ଅପରପକ୍ଷେ ଭାରତୀୟ ମହାଲେଖାଗାର(ସିଏଜି) ତାଙ୍କ ରିପୋର୍ଟରେ ଉଚ୍ଚଶିକ୍ଷା ବିଭାଗର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌କୁ ନେଇ ଆସନ୍ତୋଷ ପ୍ରକାଶ କରିଥିଲେ। ସିଏଜି ଦର୍ଶାଇଥିଲେ ଯେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ନିଯୁକ୍ତି ପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନର ଅଗ୍ରଗତି ଦୃଢ଼ ହେବା ଆବଶ୍ୟକ ବୋଲି କହିଥିଲେ। ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ହାରାହାରି ୨୫ ପ୍ରତିଶତ ଛାତ୍ର ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ମାତ୍ର ୩.୭୯% ଛାତ୍ରଛାତ୍ରୀମାନେ ପ୍ଲେସମେଣ୍ଟ ସେଲ୍‌/ ଚାକିରୀ ମେଳା ମାଧ୍ୟମରେ ସ୍ଥାନ ପାଇଛନ୍ତି। ସେହିପରି ରାଜ୍ୟରେ ଅନେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ କ୍ୟାରିୟର କାଉନସେଲିଂ ସେଲ୍‌ଗୁଡିକ ଠିକ୍‍ ଭାବରେ କାର୍ଯ୍ୟକ୍ଷମ ନ ଥିଲା। ଅନେକ କ୍ଷେତ୍ରରେ କ୍ୟାରିୟର କାଉନସେଲିଂ ଓ ନିୟୋଜନ ମେଳାର ସମ୍ପୂର୍ଣ୍ଣ ଅଭାବ ରହିଛି ବୋଲି ସେ ଦର୍ଶାଇଥିଲେ। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଖୋଲିଛି। ସେଲ୍‌ ଦ୍ୱାରା ପିଲାଙ୍କୁ ନିଯୁକ୍ତି ପାଇଁ କୌଣସି ସୁଯୋଗ ପ୍ରଦାନ କରାଯାଉ ନଥିବା ଏବଂ କ୍ୟାରିୟର କାଉନସେଲିଂ କ୍ଷେତ୍ରରେ ସେଭଳି ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରୁ ନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ତେବେ କ୍ୟାରିୟର କାଉନସେଲିଂ ସେଲ୍‌ ବାବଦରେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି ଛାତ୍ର ସତ୍ୟଜିତ ବେହେରା କହନ୍ତି, କ୍ୟାରିୟର ଓ ନିଯୁକ୍ତି ସମ୍ପର୍କିତ କୌଣସି କାଉନସେଲିଂ ବିଶ୍ୱବିଦ୍ୟାଳୟରେ ହେଉ ନାହିଁ। ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟ ଏ ବାବଦରେ ଆଦୌ ଜାଣନ୍ତି ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକ ଏଥିପ୍ରତି ଧ୍ୟାନ ଦେଲେ ଛାତ୍ରଛାତ୍ରୀ ନିଯୁକ୍ତି ପାଇବାର ସୁଯୋଗ ପାଇ ପାରନ୍ତେ। ସେହିପରି ଶିକ୍ଷାବିତ ଡ. ଚିତ୍ତ ରଞ୍ଜନ ପଣ୍ଡା କହନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଥମେ ଗୁଣାତ୍ମକ ଶିକ୍ଷା ପ୍ରତି ଧ୍ୟାନ ଦେବା ଦରକାର। ଏଥି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଆବଶ୍ୟକ। ହେଲେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ଅଧାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଶିକ୍ଷକ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ଧ୍ୟାନ ଦେବା ଜରୁରୀ। ଅନଲାଇନ୍‍ରେ ପିଲାଙ୍କ କ୍ୟାରିୟର କାଉନସେଲିଂ ପାଇଁ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିନ୍ତି। ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ଫୋନର ଉତ୍ତର ଦେଇ ନଥିଲେ।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର