ଚୋରା ବନ୍ଧୁକ କାରବାର: ଅନ୍ୟ ରାଜ୍ୟକୁ ଯାଉଛି ଦେଶୀ, ଆସୁଛି ବିଦେଶୀ

The Sakala Picture
Published On

ଭୁବନେଶ୍ବର: ବନ୍ଧୁକ କଥା ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶୁଛି। ଦାଦାବଟି, ଟେଣ୍ଡର୍ ଫିକ୍ସିଂ, ଡକାୟତି, ଲୁଟ୍‌ପାଟ୍ ଭଳି ଅପରାଧିକ ଘଟଣା ଆଦିରେ ବନ୍ଧୁକ ବ୍ୟବହାର କରାଯାଉଛି। ବିଦେଶୀ ବନ୍ଧୁକ ଅପେକ୍ଷା ଦେଶୀ ବନ୍ଧୁକର ଚାହିଦା ଅଧିକ ରହିଛି। ସହରର ଉପକଣ୍ଠଗୁଡ଼ିକ ଛୋଟ ଛୋଟ କମାରଶାଳ କରି ବନ୍ଧୁକ ତିଆରି କରୁଛନ୍ତି । ଏହାର କିଛି ବି ସୁରାକ୍ ପୁଲିସ କିମ୍ବା ତଦନ୍ତକାରୀ ସଂସ୍ଥା ପାଉନି । ସେହିପରି ଓଡ଼ିଶାରୁ ଦେଶୀ ବନ୍ଧୁକ ଅନ୍ୟ ରାଜ୍ୟକୁ ଚାଲାଣ […]

ଭୁବନେଶ୍ବର: ବନ୍ଧୁକ କଥା ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶୁଛି। ଦାଦାବଟି, ଟେଣ୍ଡର୍ ଫିକ୍ସିଂ, ଡକାୟତି, ଲୁଟ୍‌ପାଟ୍ ଭଳି ଅପରାଧିକ ଘଟଣା ଆଦିରେ ବନ୍ଧୁକ ବ୍ୟବହାର କରାଯାଉଛି। ବିଦେଶୀ ବନ୍ଧୁକ ଅପେକ୍ଷା ଦେଶୀ ବନ୍ଧୁକର ଚାହିଦା ଅଧିକ ରହିଛି। ସହରର ଉପକଣ୍ଠଗୁଡ଼ିକ ଛୋଟ ଛୋଟ କମାରଶାଳ କରି ବନ୍ଧୁକ ତିଆରି କରୁଛନ୍ତି । ଏହାର କିଛି ବି ସୁରାକ୍ ପୁଲିସ କିମ୍ବା ତଦନ୍ତକାରୀ ସଂସ୍ଥା ପାଉନି । ସେହିପରି ଓଡ଼ିଶାରୁ ଦେଶୀ ବନ୍ଧୁକ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି। ୩୫୦୦ ଟଙ୍କା ଦେଲେ ଦେଶୀ ବନ୍ଧୁକ ମିଳିଯାଉଛି। ଏହାଠାରୁ କମ୍ ମୂଲ୍ୟରେ ଦେଶୀ ବନ୍ଧୁକ କିଣି ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି। ସେହିପରି ବିହାରର ମୁଙ୍ଗେର ଓ ଉତ୍ତରପ୍ରଦେଶରୁ ବିଦେଶୀ ବନ୍ଧୁକ ଓଡ଼ିଶାକୁ ଆସୁଛି । ବନ୍ଧୁକକୁ ଅପରାଧୀ ଅଣ୍ଟାରେ ଖୋସି ସହରରେ ଆତଙ୍କରାଜ ସୃଷ୍ଟି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ସେପଟେ କାରବାର ପାଇଁ ମାଫିଆମାନେ କୋର୍ଡୱାର୍ଡ ବ୍ୟବହାର କରୁଥିବା ଜଣାପଡିଛି । କେଉଁଠି ଗୁଳି ତ ଆଉ କିଏ ତୀର କହିଲେ ମିଳୁଛି ବନ୍ଧୁକ। ଏଥିସହିତ ଘର ସାଜସଜ୍ଜାରେ ମଧ୍ୟ କିଛି ବ୍ୟକ୍ତି ଦେଶୀ ବନ୍ଧୁକ ବ୍ୟବହାର କରୁଛନ୍ତି। ପୂର୍ବରୁ ରାଜାରାଜୁଡ଼ା ସମୟରେ ଚଳଚ୍ଚିତ୍ରରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏହାକୁ ପାଥେୟ କରି କିଛି ପ୍ରଭାବଶାଳୀ ବ୍ୟକ୍ତି ଘରେ ଦେଶୀ ବନ୍ଧୁକ ସୌଖୀନ ପାଇଁ ରଖୁଛନ୍ତି। ତେବେ ଦେଶୀ ବନ୍ଧୁକ କାରବାର କରୁଥିବା ବେପାରୀଙ୍କ ଆନ୍ତଃରାଜ୍ୟ ଲିଙ୍କ୍ ରହୁଛି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଶିବାଜୀ ମାଝୀଙ୍କ ପରଲୋକ

୧୬୪ ଦେଶୀ ବନ୍ଧୁକ ଜବତ

ଆହୁରି ପଢ଼ନ୍ତୁ: ଟ୍ୱିନ୍‌‌ସିଟିରେ ଖାଦ୍ୟ ସୁରକ୍ଷା ଯାଞ୍ଚ କଡ଼ାକଡ଼ି: ବିପୁଳ ପରିମାଣର ଭେଜାଲ ପନିର, ନକଲି ଛେନା ଜବତ

ସେପଟେ ମୁଣ୍ଡରେ ଦୁବୃତ୍ତ ବନ୍ଧୁକ ଲଗାଇ ଅପରାଧୀ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଦେଶୀ ବନ୍ଧୁକ ହେଉ କିମ୍ବା ବିଦେଶୀ ବନ୍ଧୁକ ଧରି ଦୁର୍ବୃତ୍ତ ସହରରେ ଲୁଟ୍‌ପାଟ୍‌ କରୁଛନ୍ତି। ମିଳିଥିବା ଏକ ତଥ୍ୟରେ ରାଜଧାନୀରୁ ଗତ ୮ବର୍ଷ ମଧ୍ୟରେ ୧୪୮ଟି ଦେଶୀ ବନ୍ଧୁକ ଜବତ ହୋଇଛି। ୨୦୧୪ରେ ୪୩ଟି, ୨୦୧୫ରେ ୭ଟି, ୨୦୧୬ରେ ୧୭ଟି, ୨୦୧୭ରେ ୨୩ଟି, ୨୦୧୮ରେ ୧୯ଟି, ୨୦୧୯ରେ ୨୯ଟି, ୨୦୨୦ରେ ୬ଟି ଏବଂ ଚଳିତବର୍ଷ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି |

୫୬ ବନ୍ଧୁକ ଓ ୯୩ ଗୁଳି ଏଭଳି ଜବତ କରିଛି ଏସ୍‌ଏଫ୍

ରାଜ୍ୟରେ ବନ୍ଧୁକ କାରବାର ବଢ଼ୁଛି। ଏହାକୁ ମୂଳୋତ୍ପାଟନ କରିବା ଲାଗି ସ୍ପେଶାଲ ଟାସ୍କଫୋର୍ସ( ଏସ୍‌ଟିଏଫ୍) ଅଣ୍ଟା ଭିଡ଼ିଥିଲା। ଗୋଟିଏ ବର୍ଷରେ ଏସ୍‌ଟିଏଫ୍ ସାରା ରାଜ୍ୟରୁ ବନ୍ଧୁକ ବେପାରୀଙ୍କୁ ଧରିବା ଲାଗି ଏକ ସ୍ଵତନ୍ତ୍ର ଅଭିଯାନ ଚଳାଇଛି। ରାଜ୍ୟରୁ ୫୭ଟି ବନ୍ଧୁକ ଓ ୯୧ଟି ଅଫୁଟା ଗୁଳି ଜବତ ହୋଇଛି। ରାଜଧାନୀ ଭୁବନେଶ୍ବର, ନୟାଗଡ଼, ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧାର ଜଙ୍କିଆ ଭଳି ଜିଲ୍ଲାରୁ ଅଧିକ ବନ୍ଧୁକ ଜବତ ହୋଇଛି ।

ଦେଶୀ ବନ୍ଧୁକରେ ବନ୍ୟଜନ୍ତୁ ଶିକାର

ରାଜ୍ୟରେ ବନ୍ୟଜନ୍ତୁ ଶିକାର କମୁନି । ବାଘ, ହାତୀ, ହରିଣ ଆଦି ବନ୍ୟଜନ୍ତୁ ରାଜ୍ୟରୁ ଲୋପ ପାଇବାକୁ ବସିଲାଣି । କାରଣ ରାଜ୍ୟରେ ଶିକାରୀ ବିଭିନ୍ନ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରୁଛନ୍ତି | ବାଘର ଛାଲ, ନଖ, ଦାନ୍ତ ବିକ୍ରି କରାଯାଉଥିବାବେଳେ ହାତୀର ଦାନ୍ତ, ହରିଣ ମାଂସ, ଛାଲ ବିକ୍ରି କରାଯାଉଛି । ଗୋଟିଏ ବର୍ଷରେ ଏସ୍‌ଟିଏଫ୍ ଓ ବନବିଭାଗ ପକ୍ଷରୁ ୨୦ରୁ ଅଧିକ ବାଘଛାଲ ଜବତ କରାଯାଇଛି। ବାଘଛାଲ ଜବତ ହେବା ପରେ ଏହାକୁ ଯାଞ୍ଚ କରିବା ପରେ ବାଘକୁ ଗୁଳି କରି ମରାଯାଉଥିବା ସ୍ପଷ୍ଟ ହେଉଛି । ତେବେ ଏଭଳି ହିଂସ୍ର ଜନ୍ତୁଗୁଡ଼ିକୁ ଦେଶୀ ବନ୍ଧୁକ ଦ୍ୱାରା ହତ୍ୟା କରାଯାଉଛି । କାରଖାନାରୁ ଶିକାରୀ ଦେଶୀ ବନ୍ଧୁକ କିଣି ସେଥିରେ ଶିକାର କରୁଛନ୍ତି । ଖାଲି ବାଘ ନୁହେଁ ବରଂ ସମ୍ବର, କୁଟୁରା ସହ ଆଉ କିଛି ବନ୍ୟଜନ୍ତୁଙ୍କୁ ଦେଶୀ ବନ୍ଧୁକରେ ହତ୍ୟା କରାଯାଉଛି । ସେହିପରି ବନବିଭାଗ ବର୍ଷେ ଭିତରେ ୩୦ରୁ ଅଧିକ ଶିକାରୀଙ୍କୁ ଗିରଫ କରିବା ସହ ୫୦ଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି।

26 Sep 2021 By The Sakala

ଚୋରା ବନ୍ଧୁକ କାରବାର: ଅନ୍ୟ ରାଜ୍ୟକୁ ଯାଉଛି ଦେଶୀ, ଆସୁଛି ବିଦେଶୀ

ଭୁବନେଶ୍ବର: ବନ୍ଧୁକ କଥା ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶୁଛି। ଦାଦାବଟି, ଟେଣ୍ଡର୍ ଫିକ୍ସିଂ, ଡକାୟତି, ଲୁଟ୍‌ପାଟ୍ ଭଳି ଅପରାଧିକ ଘଟଣା ଆଦିରେ ବନ୍ଧୁକ ବ୍ୟବହାର କରାଯାଉଛି। ବିଦେଶୀ ବନ୍ଧୁକ ଅପେକ୍ଷା ଦେଶୀ ବନ୍ଧୁକର ଚାହିଦା ଅଧିକ ରହିଛି। ସହରର ଉପକଣ୍ଠଗୁଡ଼ିକ ଛୋଟ ଛୋଟ କମାରଶାଳ କରି ବନ୍ଧୁକ ତିଆରି କରୁଛନ୍ତି । ଏହାର କିଛି ବି ସୁରାକ୍ ପୁଲିସ କିମ୍ବା ତଦନ୍ତକାରୀ ସଂସ୍ଥା ପାଉନି । ସେହିପରି ଓଡ଼ିଶାରୁ ଦେଶୀ ବନ୍ଧୁକ ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି। ୩୫୦୦ ଟଙ୍କା ଦେଲେ ଦେଶୀ ବନ୍ଧୁକ ମିଳିଯାଉଛି। ଏହାଠାରୁ କମ୍ ମୂଲ୍ୟରେ ଦେଶୀ ବନ୍ଧୁକ କିଣି ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଛି। ସେହିପରି ବିହାରର ମୁଙ୍ଗେର ଓ ଉତ୍ତରପ୍ରଦେଶରୁ ବିଦେଶୀ ବନ୍ଧୁକ ଓଡ଼ିଶାକୁ ଆସୁଛି । ବନ୍ଧୁକକୁ ଅପରାଧୀ ଅଣ୍ଟାରେ ଖୋସି ସହରରେ ଆତଙ୍କରାଜ ସୃଷ୍ଟି କରୁଛନ୍ତି।

ସେପଟେ କାରବାର ପାଇଁ ମାଫିଆମାନେ କୋର୍ଡୱାର୍ଡ ବ୍ୟବହାର କରୁଥିବା ଜଣାପଡିଛି । କେଉଁଠି ଗୁଳି ତ ଆଉ କିଏ ତୀର କହିଲେ ମିଳୁଛି ବନ୍ଧୁକ। ଏଥିସହିତ ଘର ସାଜସଜ୍ଜାରେ ମଧ୍ୟ କିଛି ବ୍ୟକ୍ତି ଦେଶୀ ବନ୍ଧୁକ ବ୍ୟବହାର କରୁଛନ୍ତି। ପୂର୍ବରୁ ରାଜାରାଜୁଡ଼ା ସମୟରେ ଚଳଚ୍ଚିତ୍ରରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏହାକୁ ପାଥେୟ କରି କିଛି ପ୍ରଭାବଶାଳୀ ବ୍ୟକ୍ତି ଘରେ ଦେଶୀ ବନ୍ଧୁକ ସୌଖୀନ ପାଇଁ ରଖୁଛନ୍ତି। ତେବେ ଦେଶୀ ବନ୍ଧୁକ କାରବାର କରୁଥିବା ବେପାରୀଙ୍କ ଆନ୍ତଃରାଜ୍ୟ ଲିଙ୍କ୍ ରହୁଛି।

୧୬୪ ଦେଶୀ ବନ୍ଧୁକ ଜବତ

ସେପଟେ ମୁଣ୍ଡରେ ଦୁବୃତ୍ତ ବନ୍ଧୁକ ଲଗାଇ ଅପରାଧୀ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଦେଶୀ ବନ୍ଧୁକ ହେଉ କିମ୍ବା ବିଦେଶୀ ବନ୍ଧୁକ ଧରି ଦୁର୍ବୃତ୍ତ ସହରରେ ଲୁଟ୍‌ପାଟ୍‌ କରୁଛନ୍ତି। ମିଳିଥିବା ଏକ ତଥ୍ୟରେ ରାଜଧାନୀରୁ ଗତ ୮ବର୍ଷ ମଧ୍ୟରେ ୧୪୮ଟି ଦେଶୀ ବନ୍ଧୁକ ଜବତ ହୋଇଛି। ୨୦୧୪ରେ ୪୩ଟି, ୨୦୧୫ରେ ୭ଟି, ୨୦୧୬ରେ ୧୭ଟି, ୨୦୧୭ରେ ୨୩ଟି, ୨୦୧୮ରେ ୧୯ଟି, ୨୦୧୯ରେ ୨୯ଟି, ୨୦୨୦ରେ ୬ଟି ଏବଂ ଚଳିତବର୍ଷ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି |

୫୬ ବନ୍ଧୁକ ଓ ୯୩ ଗୁଳି ଏଭଳି ଜବତ କରିଛି ଏସ୍‌ଏଫ୍

ରାଜ୍ୟରେ ବନ୍ଧୁକ କାରବାର ବଢ଼ୁଛି। ଏହାକୁ ମୂଳୋତ୍ପାଟନ କରିବା ଲାଗି ସ୍ପେଶାଲ ଟାସ୍କଫୋର୍ସ( ଏସ୍‌ଟିଏଫ୍) ଅଣ୍ଟା ଭିଡ଼ିଥିଲା। ଗୋଟିଏ ବର୍ଷରେ ଏସ୍‌ଟିଏଫ୍ ସାରା ରାଜ୍ୟରୁ ବନ୍ଧୁକ ବେପାରୀଙ୍କୁ ଧରିବା ଲାଗି ଏକ ସ୍ଵତନ୍ତ୍ର ଅଭିଯାନ ଚଳାଇଛି। ରାଜ୍ୟରୁ ୫୭ଟି ବନ୍ଧୁକ ଓ ୯୧ଟି ଅଫୁଟା ଗୁଳି ଜବତ ହୋଇଛି। ରାଜଧାନୀ ଭୁବନେଶ୍ବର, ନୟାଗଡ଼, ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧାର ଜଙ୍କିଆ ଭଳି ଜିଲ୍ଲାରୁ ଅଧିକ ବନ୍ଧୁକ ଜବତ ହୋଇଛି ।

ଦେଶୀ ବନ୍ଧୁକରେ ବନ୍ୟଜନ୍ତୁ ଶିକାର

ରାଜ୍ୟରେ ବନ୍ୟଜନ୍ତୁ ଶିକାର କମୁନି । ବାଘ, ହାତୀ, ହରିଣ ଆଦି ବନ୍ୟଜନ୍ତୁ ରାଜ୍ୟରୁ ଲୋପ ପାଇବାକୁ ବସିଲାଣି । କାରଣ ରାଜ୍ୟରେ ଶିକାରୀ ବିଭିନ୍ନ ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରୁଛନ୍ତି | ବାଘର ଛାଲ, ନଖ, ଦାନ୍ତ ବିକ୍ରି କରାଯାଉଥିବାବେଳେ ହାତୀର ଦାନ୍ତ, ହରିଣ ମାଂସ, ଛାଲ ବିକ୍ରି କରାଯାଉଛି । ଗୋଟିଏ ବର୍ଷରେ ଏସ୍‌ଟିଏଫ୍ ଓ ବନବିଭାଗ ପକ୍ଷରୁ ୨୦ରୁ ଅଧିକ ବାଘଛାଲ ଜବତ କରାଯାଇଛି। ବାଘଛାଲ ଜବତ ହେବା ପରେ ଏହାକୁ ଯାଞ୍ଚ କରିବା ପରେ ବାଘକୁ ଗୁଳି କରି ମରାଯାଉଥିବା ସ୍ପଷ୍ଟ ହେଉଛି । ତେବେ ଏଭଳି ହିଂସ୍ର ଜନ୍ତୁଗୁଡ଼ିକୁ ଦେଶୀ ବନ୍ଧୁକ ଦ୍ୱାରା ହତ୍ୟା କରାଯାଉଛି । କାରଖାନାରୁ ଶିକାରୀ ଦେଶୀ ବନ୍ଧୁକ କିଣି ସେଥିରେ ଶିକାର କରୁଛନ୍ତି । ଖାଲି ବାଘ ନୁହେଁ ବରଂ ସମ୍ବର, କୁଟୁରା ସହ ଆଉ କିଛି ବନ୍ୟଜନ୍ତୁଙ୍କୁ ଦେଶୀ ବନ୍ଧୁକରେ ହତ୍ୟା କରାଯାଉଛି । ସେହିପରି ବନବିଭାଗ ବର୍ଷେ ଭିତରେ ୩୦ରୁ ଅଧିକ ଶିକାରୀଙ୍କୁ ଗିରଫ କରିବା ସହ ୫୦ଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର