ନିର୍ମାଣ କାମ ଚାଲିଥିବାବେଳେ କଟକ ସିଡିଏରେ ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌, ଲୋକେ ଆତଙ୍କିତ

Madhusudan Das Picture
Published On

କଟକ: ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌ । କଟକ ସିଡିଏ ୯ ନଂରେ ନିର୍ମାଣ କାମ ଚାଲିଥିବାବେଳେ ପାଇପ୍‌ ଲାଇନ୍‌ ଫାଟି ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗ୍ୟାସ୍‌ ପାଇପ୍‌ କମ୍ପାନୀ ପହଞ୍ଚି ଗ୍ୟାସ୍ ଲିକକୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, କଟକ ସିଡିଏ ୧୦ ନମ୍ବର ପରିବା ମାର୍କେଟ ନିକଟରେ ଜେସିବି ମାଟି ଖୋଳିବା ବେଳେ ପାଇପ ଫାଟି ଗ୍ୟାସ୍ ଲିକ୍ ହୋଇଛି। ମାର୍କେଟ ନିକଟରେ ଥିବା ପେଟ୍ରୋଲ ପମ୍ପ ପରିସରରେ ଗଛ କଟା ଓ ଗାତ ଖୋଳା ବେଳେ ଡ୍ରୋଜର ମାଡ଼ରେ ଗ୍ୟାସ୍ ପାଇପ ଫାଟି ଯାଇଥିଲା । ଯାହାପରେ ଗ୍ୟାସ୍ ଲିକ୍ ହୋଇ ଉପରକୁ ଉଠିଥିଲା । ଗ୍ୟାସ୍ ଲିକ୍ ହେଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗେଲ୍ ଏକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ହେଉଥିବା ସ୍ଥାନକୁ ନୀରିକ୍ଷଣ କରୁଛନ୍ତି । ଗ୍ୟାସ୍ ଲିକକୁ ନିୟନ୍ତ୍ରଣ ପାଇଁ ଉଭୟ ଟିମ୍ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

19 Jan 2026 By Madhusudan Das

ନିର୍ମାଣ କାମ ଚାଲିଥିବାବେଳେ କଟକ ସିଡିଏରେ ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌, ଲୋକେ ଆତଙ୍କିତ

କଟକ: ଫାଟିଲା ଗ୍ୟାସ୍‌ ପାଇପ୍ ଲାଇନ୍‌ । କଟକ ସିଡିଏ ୯ ନଂରେ ନିର୍ମାଣ କାମ ଚାଲିଥିବାବେଳେ ପାଇପ୍‌ ଲାଇନ୍‌ ଫାଟି ଗ୍ୟାସ୍ ଲିକ୍ ହେଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଗ୍ୟାସ୍‌ ପାଇପ୍‌ କମ୍ପାନୀ ପହଞ୍ଚି ଗ୍ୟାସ୍ ଲିକକୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି । ସୂଚନା ଅନୁସାରେ, କଟକ ସିଡିଏ ୧୦ ନମ୍ବର ପରିବା ମାର୍କେଟ ନିକଟରେ ଜେସିବି ମାଟି ଖୋଳିବା ବେଳେ ପାଇପ ଫାଟି ଗ୍ୟାସ୍ ଲିକ୍ ହୋଇଛି। ମାର୍କେଟ ନିକଟରେ ଥିବା ପେଟ୍ରୋଲ ପମ୍ପ ପରିସରରେ ଗଛ କଟା ଓ ଗାତ ଖୋଳା ବେଳେ ଡ୍ରୋଜର ମାଡ଼ରେ ଗ୍ୟାସ୍ ପାଇପ ଫାଟି ଯାଇଥିଲା । ଯାହାପରେ ଗ୍ୟାସ୍ ଲିକ୍ ହୋଇ ଉପରକୁ ଉଠିଥିଲା । ଗ୍ୟାସ୍ ଲିକ୍ ହେଉଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଗେଲ୍ ଏକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକ୍ ହେଉଥିବା ସ୍ଥାନକୁ ନୀରିକ୍ଷଣ କରୁଛନ୍ତି । ଗ୍ୟାସ୍ ଲିକକୁ ନିୟନ୍ତ୍ରଣ ପାଇଁ ଉଭୟ ଟିମ୍ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର