ଲକ୍‍ଡାଉନ ଦେଲା ରୋଜଗାର: ଦାଦନ ଶ୍ରମିକରୁ ଚାଷୀ ପାଲଟିଲେ ଯୁବକ

The Sakala Picture
Published On

ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଧନୁ ମହାନ୍ତିଙ୍କ ପୁଅ ଶ୍ରୀଧର। ସେ ଦୀର୍ଘ ବର୍ଷ ହେଲା ସୁରତରେ ସୂତା କଳରେ କାମ କରି ଆସୁଥିଲେ। କୋରନା ସମୟରେ କାମ ବନ୍ଦ ହୋଇଯିବାରୁ ରୋଜଗାର ହରାଇ ସୁରତରେ ଥିଲେ। ଶେଷରେ ପାଖରେ ଥିବା ବଳକା ଟଙ୍କାକୁ ନେଇ ଗାଁକୁ ଫେରିଥିଲେ। ଗାଁକୁ ଫେରି କିଛି ଦିନ ଘରେ ବସିବା ପରେ ସେ ଏଠାରେ କିଛି କାମ କରିବେ କିନ୍ତୁ ଆଉ ସୁରତ ଫେରିବେନି […]

ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଧନୁ ମହାନ୍ତିଙ୍କ ପୁଅ ଶ୍ରୀଧର। ସେ ଦୀର୍ଘ ବର୍ଷ ହେଲା ସୁରତରେ ସୂତା କଳରେ କାମ କରି ଆସୁଥିଲେ। କୋରନା ସମୟରେ କାମ ବନ୍ଦ ହୋଇଯିବାରୁ ରୋଜଗାର ହରାଇ ସୁରତରେ ଥିଲେ। ଶେଷରେ ପାଖରେ ଥିବା ବଳକା ଟଙ୍କାକୁ ନେଇ ଗାଁକୁ ଫେରିଥିଲେ। ଗାଁକୁ ଫେରି କିଛି ଦିନ ଘରେ ବସିବା ପରେ ସେ ଏଠାରେ କିଛି କାମ କରିବେ କିନ୍ତୁ ଆଉ ସୁରତ ଫେରିବେନି ବୋଲି ନିଷ୍ପତ୍ତି ନେଇଥିଲେ। ବାପାଙ୍କ ସହ କଥା ହୋଇ ଗାଁଠାରୁ କିଛି ଦୂରରେ ଥିବା ଦୁଇ ଏକର ଜମିରେ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଲେ। ସେଠାରେ ଫୁଲକୋବି, ବାଇଗଣ, ଫଳକୋବି, ଭେଣ୍ଡି ଓ ଧନିଆ ପତ୍ର ଚାଷ କଲେ। ଏଥିସହ ବିଲ ପାଖରେ କଡକନାଥ କୁକୁଡା ଫାର୍ମ ମଧ୍ୟ କରିଛନ୍ତି। ଫାର୍ମରେ ପାଖାପାଖି ୩୦୦ କୁକୁଡା ରହିଛନ୍ତି। ଆଦାୟ ହେଉଥିବା ପନିପରିବା ସହ କୁକୁଡ଼ା ଓ ଅଣ୍ଡାକୁ ନିଜ ଗାଁ ବଜାର କିମ୍ୱା ପାଖରେ ଥିବା ଖଲ୍ଲିକୋଟ ବଜାରରେ ବିକ୍ରି କରୁଛନ୍ତି। ଯାହା ଫଳରେ ସେ ଦୁଇ ପଇସା ରୋଜଗାର କରିବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

ବର୍ତ୍ତମାନ ଶ୍ରୀଧର ଖଲ୍ଲିକୋଟ ଅଞ୍ଚଳରେ ଯୁବ ଚାଷୀ ଭାବେ ପରିଚିତ ହୋଇଛନ୍ତି। ତାଙ୍କୁ ଚାଷବାସରେ ବାପା ଧନୁ ସହଯୋଗ କରୁଛନ୍ତି। ଶ୍ରୀଧରଙ୍କ ଏହି ପରିବା ଚାଷରେ ସ୍ଥାନୀୟ ଅଞ୍ଚଳର କିଛି ମହିଳା କାମ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି। ବିଲରେ କାମ କରି ଯାହା ପାରିଶ୍ରମିକ ପାଉଛନ୍ତି ସେଥିରେ ତାଙ୍କର ପରିବାର ପ୍ରତିପୋଷଣ ହେଉଛି ବୋଲି ମହିଳା କନକ ଗୌଡ଼ ଓ ଝୁନୁ ମୁଦୁଲି କହିଛନ୍ତି। ଶ୍ରୀଧର ଅନ୍ୟ ଯୁବକଙ୍କ ପାଇଁ ଉଦାହରଣ ପାଲଟିଥିବା ମତପ୍ରକାଶ ପାଇଛି। ଯୁବ ଗୋଷ୍ଠୀ ସୁରତ ନ ଯାଇ ଗାଁରେ ରହି ଚାଷବାସ କିମ୍ୱା ଅନ୍ୟ କୌଣସି କାମ କରନ୍ତୁ ବୋଲି ଶ୍ରୀଧର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

08 Dec 2021 By The Sakala

ଲକ୍‍ଡାଉନ ଦେଲା ରୋଜଗାର: ଦାଦନ ଶ୍ରମିକରୁ ଚାଷୀ ପାଲଟିଲେ ଯୁବକ

ଖଲ୍ଲିକୋଟ: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଧନୁ ମହାନ୍ତିଙ୍କ ପୁଅ ଶ୍ରୀଧର। ସେ ଦୀର୍ଘ ବର୍ଷ ହେଲା ସୁରତରେ ସୂତା କଳରେ କାମ କରି ଆସୁଥିଲେ। କୋରନା ସମୟରେ କାମ ବନ୍ଦ ହୋଇଯିବାରୁ ରୋଜଗାର ହରାଇ ସୁରତରେ ଥିଲେ। ଶେଷରେ ପାଖରେ ଥିବା ବଳକା ଟଙ୍କାକୁ ନେଇ ଗାଁକୁ ଫେରିଥିଲେ। ଗାଁକୁ ଫେରି କିଛି ଦିନ ଘରେ ବସିବା ପରେ ସେ ଏଠାରେ କିଛି କାମ କରିବେ କିନ୍ତୁ ଆଉ ସୁରତ ଫେରିବେନି ବୋଲି ନିଷ୍ପତ୍ତି ନେଇଥିଲେ। ବାପାଙ୍କ ସହ କଥା ହୋଇ ଗାଁଠାରୁ କିଛି ଦୂରରେ ଥିବା ଦୁଇ ଏକର ଜମିରେ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଲେ। ସେଠାରେ ଫୁଲକୋବି, ବାଇଗଣ, ଫଳକୋବି, ଭେଣ୍ଡି ଓ ଧନିଆ ପତ୍ର ଚାଷ କଲେ। ଏଥିସହ ବିଲ ପାଖରେ କଡକନାଥ କୁକୁଡା ଫାର୍ମ ମଧ୍ୟ କରିଛନ୍ତି। ଫାର୍ମରେ ପାଖାପାଖି ୩୦୦ କୁକୁଡା ରହିଛନ୍ତି। ଆଦାୟ ହେଉଥିବା ପନିପରିବା ସହ କୁକୁଡ଼ା ଓ ଅଣ୍ଡାକୁ ନିଜ ଗାଁ ବଜାର କିମ୍ୱା ପାଖରେ ଥିବା ଖଲ୍ଲିକୋଟ ବଜାରରେ ବିକ୍ରି କରୁଛନ୍ତି। ଯାହା ଫଳରେ ସେ ଦୁଇ ପଇସା ରୋଜଗାର କରିବା ସହ ସ୍ୱାବଲମ୍ୱୀ ହୋଇପାରିଛନ୍ତି।

ବର୍ତ୍ତମାନ ଶ୍ରୀଧର ଖଲ୍ଲିକୋଟ ଅଞ୍ଚଳରେ ଯୁବ ଚାଷୀ ଭାବେ ପରିଚିତ ହୋଇଛନ୍ତି। ତାଙ୍କୁ ଚାଷବାସରେ ବାପା ଧନୁ ସହଯୋଗ କରୁଛନ୍ତି। ଶ୍ରୀଧରଙ୍କ ଏହି ପରିବା ଚାଷରେ ସ୍ଥାନୀୟ ଅଞ୍ଚଳର କିଛି ମହିଳା କାମ କରି ରୋଜଗାରକ୍ଷମ ହୋଇ ପାରିଛନ୍ତି। ବିଲରେ କାମ କରି ଯାହା ପାରିଶ୍ରମିକ ପାଉଛନ୍ତି ସେଥିରେ ତାଙ୍କର ପରିବାର ପ୍ରତିପୋଷଣ ହେଉଛି ବୋଲି ମହିଳା କନକ ଗୌଡ଼ ଓ ଝୁନୁ ମୁଦୁଲି କହିଛନ୍ତି। ଶ୍ରୀଧର ଅନ୍ୟ ଯୁବକଙ୍କ ପାଇଁ ଉଦାହରଣ ପାଲଟିଥିବା ମତପ୍ରକାଶ ପାଇଛି। ଯୁବ ଗୋଷ୍ଠୀ ସୁରତ ନ ଯାଇ ଗାଁରେ ରହି ଚାଷବାସ କିମ୍ୱା ଅନ୍ୟ କୌଣସି କାମ କରନ୍ତୁ ବୋଲି ଶ୍ରୀଧର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର