ଭାଙ୍ଗ ଭର୍ତ୍ତି ପିକ୍‍ଅପ୍‍ ଭ୍ୟାନ ଜବତ, ୫ ଗିରଫ

The Sakala Picture
Published On

ସୋରଡ଼ା: ଫସୋରଡ଼ା ଥାନା ଅନ୍ତର୍ଗତ ଶଶୀଭୂଷଣ ଛକ ନିକଟରୁ ଭାଙ୍ଗ ଭର୍ତ୍ତି ପିକ୍‍ଅପ୍‍ ଭ୍ୟାନକୁ ପୁଲିସ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଗ୍ରାମର ଶ୍ୟାମ ସୁନ୍ଦର ପାଢ଼ୀ, ଅନନ୍ତ ଜେନା ଏବଂ ନୟାଗଡ଼଼ ଜିଲ୍ଲା ରଗଡ଼ିମଡ଼ା ଗ୍ରାମର ସନ୍ତୋଷ ପାତ୍ର, ବସନ୍ତ ପାତ୍ର, ଶଙ୍କର ପାତ୍ର। ସୂଚନା ମୁତାବକ, ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ସୋରଡ଼ା ପୁଲିସ ଜରଉ ଛକ ନିକଟରେ ଗାଡିଗୁଡିକ ଯାଞ୍ଚ […]

ସୋରଡ଼ା: ଫସୋରଡ଼ା ଥାନା ଅନ୍ତର୍ଗତ ଶଶୀଭୂଷଣ ଛକ ନିକଟରୁ ଭାଙ୍ଗ ଭର୍ତ୍ତି ପିକ୍‍ଅପ୍‍ ଭ୍ୟାନକୁ ପୁଲିସ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଗ୍ରାମର ଶ୍ୟାମ ସୁନ୍ଦର ପାଢ଼ୀ, ଅନନ୍ତ ଜେନା ଏବଂ ନୟାଗଡ଼଼ ଜିଲ୍ଲା ରଗଡ଼ିମଡ଼ା ଗ୍ରାମର ସନ୍ତୋଷ ପାତ୍ର, ବସନ୍ତ ପାତ୍ର, ଶଙ୍କର ପାତ୍ର।

ସୂଚନା ମୁତାବକ, ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ସୋରଡ଼ା ପୁଲିସ ଜରଉ ଛକ ନିକଟରେ ଗାଡିଗୁଡିକ ଯାଞ୍ଚ କରୁଥିଲା। ଏହି ସମୟରେ ଓଆର୦୨ବିଏସ୍‍-୧୭୮୭ ନମ୍ବରର ପିକ୍‍ଅପ୍‍ ଭ୍ୟାନ ପୁଲିସକୁ ଦେଖି ଦ୍ରୁତଗତିରେ ପଳାଇଥିଲା। ପୁଲିସ ଗାଡ଼ିର ପିଛା କରି ଶଶୀଭୂଷଣ ଛକ ନିକଟରେ ଅଟକାଇଥିଲା। ଯାଞ୍ଚ ବେଳେ ସେଥିରୁ ୧୧କୁଇଣ୍ଟାଲ ୯୬ କେଜି ୯ଶହ ଗ୍ରାମର ୩୯ ବସ୍ତା ଭାଙ୍ଗ ଜବତ କରିଥିଲା। ଦୁଇଟି ବାଇକରେ ୪ଜଣ ଅଭିଯୁକ୍ତ ପିକ୍‍ଅପ୍‍ ଭ୍ୟାନ୍‍କୁ ସୁରକ୍ଷା ଦେଉଥିବାବେଳେ ସେମାନେ ମଧ୍ୟ ପୁଲିସ ହାତରେ ପଡ଼ିଛନ୍ତି। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ମାନଙ୍କ ଠାରୁ ୫ଟି ମୋବାଇଲ ଓ ନଗତ ୫୧୦୦ ଟଙ୍କା ଜବତ ହୋଇଛି। ଏହି ଭାଙ୍ଗ ଗଜପତି ଜିଲ୍ଲାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ଥାନାଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଥାନା କେସ ନମ୍ୱର ୩୮୮/୨୧ରେ ମାମଲା ରୁଜୁ ହୋଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

30 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର