ନଦୀରେ ଗାଧୋଉଥିବାବେଳେ ନାବାଳକକୁ ଟାଣିନେଲା କୁମ୍ଭୀର

The Sakala Picture
Published On

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସେବକ ଟିକରପଡ଼ା ଗ୍ରାମ ଘୋଡାହଡ ନଦୀ ଗଣ୍ଡରେ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ଗାଧୋଉଥିବା ବେଳେ ଜଣେ ନାବାଳକକୁ ଏକ କୁମ୍ଭୀର ଟାଣି ନେଇଛି । ପ୍ରାୟ ୧ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଖମ୍ୱାରୀଗାଁ ପଞ୍ଚାୟତ ସେବକଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୌଡ (୧୧) । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ । ଶୁଭ୍ରାଂଶୁ ଗାଧୋଇବା ସମୟରେ […]

ଦିଗପହଣ୍ଡି: ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସେବକ ଟିକରପଡ଼ା ଗ୍ରାମ ଘୋଡାହଡ ନଦୀ ଗଣ୍ଡରେ ସୋମବାର ଅପରାହ୍ନ ପ୍ରାୟ ୪ଟାରେ ଗାଧୋଉଥିବା ବେଳେ ଜଣେ ନାବାଳକକୁ ଏକ କୁମ୍ଭୀର ଟାଣି ନେଇଛି । ପ୍ରାୟ ୧ ଘଣ୍ଟା ପରେ ଗ୍ରାମବାସୀଙ୍କ ସହାୟତାରେ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଖମ୍ୱାରୀଗାଁ ପଞ୍ଚାୟତ ସେବକଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୌଡ (୧୧) । ସେ ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ । ଶୁଭ୍ରାଂଶୁ ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ଶୁଭ୍ରାଂଶୁ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବା ଦେଖି ପରିବାର ଲୋକ ନଦୀ ଗଣ୍ଡକୁ ଯାଇଥିଲେ । ସେଠାରେ ତାଙ୍କ ଡ୍ରେସ୍‌ ଓ ଚପଲ ରହିଥିବା ବେଳେ ଶୁଭ୍ରାଂଶୁ ନ ଥିଲେ । ଖବର ପ୍ରଚାରିତ ପରେ ଅଳ୍ପ ଦୂରରେ ଲୋକେ କୁମ୍ଭୀରକୁ ଦେଖିବା କ୍ଷଣି ଗ୍ରାମବାସୀ ଓ ସେଠାକାର କୈବର୍ତ୍ତ ସମ୍ପ୍ରଦାୟ ଲୋକମାନେ ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ । ଯାହାଫଳରେ କୁମ୍ଭୀର ଶୁଭ୍ରାଂଶୁକୁ ଛାଡି ପଳାଇଥିଲା । ଏପଟେ ଶୁଭ୍ରାଂଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର !

ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ୱାର ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପକ୍ଷରେ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ଏବଂ କେ. ନୂଆଗାଁ ପୁଲିସ ଟିମ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜଣାପଡିଛି । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛି । ସନ୍ଧ୍ୟା ହୋଇଯିବାରୁ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି କେ.ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି । ଏନେଇ ଦିଗପହଣ୍ଡି ବନବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ଘଟଣା ଦୁର୍ଭାଗ୍ୟଜନକ । ଏନେଇ ବିଭାଗୀୟ ତଦନ୍ତ ପରେ ବନବିଭାଗ ପକ୍ଷରୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ ।

26 Jun 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର