ତହସିଲଦାର ହେବ ତ ଏମିତି; ଅସହାୟଙ୍କ କୋକେଇରେ କାନ୍ଧ ଦେଇ ସମ୍ମାନପୂର୍ବକ ଶବଦାହ କଲେ ତହସିଲଦାର ନୀତିଶ

The Sakala Picture
Published On

ପୁରୁଷୋତ୍ତମପୁର: ମାନବ ସେବା ହିଁ ମାଧବ ସେବା । ଏହାର ଅନ୍ୟତମ ଉଦାହରଣ ହେଉଛନ୍ତି ପୁରୁଷୋତ୍ତମପୁର ବ୍ଲକ୍ ତହସିଲଦାର ନୀତିଶ କୁମାର ତ୍ରିପାଠୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ତହସିଲଦାରଙ୍କ ମାନବିକତା ଓ ଦରଦୀ ମନୋଭାବ ସାରା ଅଞ୍ଚଳରେ ତାଙ୍କୁ ଚର୍ଚ୍ଚିତ କରିଛି । ରାଜ୍ୟ ସରକାରଙ୍କ ସମ୍ବେଦନଶୀଳ ପ୍ରଶାସନର ଆଉ ଏକ ନମୁନା। ଅସହାୟ, ଦୁଃସ୍ଥ ଓ ପୀଡ଼ିତଙ୍କ ନିକଟରେ ପହଞ୍ଚିବ ପ୍ରଶାସନ, ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି […]

ପୁରୁଷୋତ୍ତମପୁର: ମାନବ ସେବା ହିଁ ମାଧବ ସେବା । ଏହାର ଅନ୍ୟତମ ଉଦାହରଣ ହେଉଛନ୍ତି ପୁରୁଷୋତ୍ତମପୁର ବ୍ଲକ୍ ତହସିଲଦାର ନୀତିଶ କୁମାର ତ୍ରିପାଠୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ତହସିଲଦାରଙ୍କ ମାନବିକତା ଓ ଦରଦୀ ମନୋଭାବ ସାରା ଅଞ୍ଚଳରେ ତାଙ୍କୁ ଚର୍ଚ୍ଚିତ କରିଛି । ରାଜ୍ୟ ସରକାରଙ୍କ ସମ୍ବେଦନଶୀଳ ପ୍ରଶାସନର ଆଉ ଏକ ନମୁନା। ଅସହାୟ, ଦୁଃସ୍ଥ ଓ ପୀଡ଼ିତଙ୍କ ନିକଟରେ ପହଞ୍ଚିବ ପ୍ରଶାସନ, ସେମାନଙ୍କ ସୁଖଦୁଃଖରେ ଭାଗିଦାରୀ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟ ତାଙ୍କ ପ୍ରଶାସନିକ କଳର ତଳସ୍ତରରେ ମଧ୍ୟ ପ୍ରତିଫଳିତ ହେଉଥିବାର ଗୋଟିଏ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଶିକୁଳା ଗ୍ରାମରେ। ଉକ୍ତ ଗାଁର ବାସହୀନ ଗରିବ ଶିବରାମ ନାୟକ ଯେକି ଗତ ୧୦ ବର୍ଷ ଧରି କିଡନୀ ରୋଗାକ୍ରାନ୍ତ ଥିଲେ ସୋମବାର ଅପରାହ୍ନରେ ତାଙ୍କର ବିୟୋଗ ଘଟିଥିଲା। ଅସହାୟ ପରିବାର ତ ଦୁଃଖରେ ଭାଙ୍ଗି ପଡ଼ିଥିଲା, ଗାଁରେ ମଧ୍ୟ ଏହି ଦୁଃଖଦ ଘଟଣାରେ ଶୋକର ଛାୟା ଖେଳିଯାଇ ଥିଲା। ତେବେ ଏହି ଖବର ପାଇଥିଲେ ପୁରୁଷୋତ୍ତମପୁର ତହସିଲଦାର ନୀତିଶ କୁମାର ତ୍ରିପାଠୀ। ସେ କୌଣସି ବିଳମ୍ବ ନକରି ଶିକୁଳା ଗ୍ରାମରେ ପହଞ୍ଚିଥିଲେ। ଶିବରାମଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ତେବେ ଏତିକିରେ ନିଜ କର୍ତ୍ତବ୍ୟ ସାରି ଦେଇ ନଥିଲେ ତହସିଲଦାର। ନିଜେ ଶିବରାମଙ୍କ ମରଶରୀର ଲଦା ହୋଇଥିବା କୋକେଇକୁ ବୋହି ଗ୍ରାମ ଶ୍ମଶାନ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ସମ୍ମାନପୂର୍ବକ ଶବଦାହ ବ୍ୟବସ୍ଥା ମଧ୍ୟ କରିଥିଲେ। ପୁରୁଷୋତ୍ତମପୁର ତହସିଲଦାରଙ୍କ ଏହି ମାନବିକତା ଓ ଦରଦୀ ମନୋଭାବ ଅଞ୍ଚଳରେ ଚର୍ଚ୍ଚିତ ହୋଇଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଉଲ୍ଲେଖଯୋଗ୍ୟ ଯେ- ଶିବରାମ ନାୟକ କିଡନୀ ରୋଗର ଚିକିତ୍ସା ପାଇଁ ନିଜର ସବୁ ଧନସମ୍ପତ୍ତି ଖର୍ଚ୍ଚ କରି ସାରିଥିଲେ। ନିଜର ବୋଲି ଘର ଖଣ୍ଡେ ନଥିବା ବେଳେ ୩ ଝିଅ ଓ ପରିବାର ଲୋକଙ୍କ ସହ କୁଡ଼ିଆରେ ରହି ଆସୁଥିଲେ। ଏ ବାବଦରେ ଅବଗତ ହୋଇ ପୁରୁଷୋତ୍ତମପୁର ତହସିଲଦାର ଗତ ମାସ ୨୮ ତାରିଖରେ ଶିବରାମଙ୍କୁ ଭେଟି ରାଜ୍ୟ ସରକାରଙ୍କ ସହାୟତା ରାଶି ବାବଦ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ମାସକ ପାଇଁ ରାସନ୍ ସାମଗ୍ରୀ, ଲୁଗାପଟା, କମ୍ବଳ, ଝିଅମାନଙ୍କ ପାଇଁ ପୋଷାକ ଆଦି ପ୍ରଦାନ କରିବା ସହ ଶିବରାମଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ତହସିଲଦାରଙ୍କ ପ୍ରେରଣାରେ ଶିବରାମଙ୍କୁ ଅନ୍ୟ ଆଡୁ ମଧ୍ୟ ସହାୟତା ମିଳିବା ଆରମ୍ଭ ହୋଇଥିଲା। ଏପରିକି ତହସିଲଦାର ନୀତିଶ ତ୍ରିପାଠୀ ସେମାନଙ୍କ ମୁଣ୍ଡ ଉପରେ ଛାତ ବ୍ୟବସ୍ଥା କରିବାକୁ ତଥା ସରକାରୀ ଆବାସ ଖଣ୍ଡିଏ ପ୍ରଦାନ କରିବାକୁ ମଧ୍ୟ ଆଶ୍ଵାସନା ଦେଇଥିଲେ। ହେଲେ ମାସେ ନପୁରୁଣୁ ଶିବରାମ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଦରଦୀ ତହସିଲଦାର ଆତ୍ମୀୟ ସ୍ବଜନଙ୍କ ପରି ଉକ୍ତ ପରିବାରର ଦୁଃଖରେ ସେମାନଙ୍କ ସହ ଠିଆ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର