ମେଲୋଡି ଗାୟିକାଙ୍କୁ ୭ ହଜାରରେ ବିକ୍ରି ଅଭିଯୋଗ: ଯୋର ଜବରଦସ୍ତ ଦୁଇ ବର୍ଷ ଧରି ଦୁଷ୍କର୍ମ ମାମଲା, ଅଭିଯୁକ୍ତ ଗିରଫ

The Sakala Picture
Published On

ବ୍ରହ୍ମପୁର: ମଣିଷର ପରିସ୍ଥିତି କେତେବେଳେ ଯେ କଣ ହୁଏ ତାହା ଜଣାପଡେନି। ଆବଶ୍ୟକ ପଡ଼ିଲେ ନିଜର ସ୍ୱାର୍ଥ ପାଇଁ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ବିକ୍ରି କରିବା ଘଟଣା ସାଧାରଣଙ୍କୁ ବ୍ୟଥିତ କରିଛି। ଘଟଣା ବଡ଼ବଜାର ଥାନାରେ ପହଞ୍ଚିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି। ଜଣେ ମହିଳା ପିଡିତାଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ ଓ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଦୁଇ ବର୍ଷ କାଳ ଯୋର ଜବତଦସ୍ତ ଘରେ ରଖି ଦୁଷ୍କର୍ମ ଓ ଅକଥନୀୟ […]

ବ୍ରହ୍ମପୁର: ମଣିଷର ପରିସ୍ଥିତି କେତେବେଳେ ଯେ କଣ ହୁଏ ତାହା ଜଣାପଡେନି। ଆବଶ୍ୟକ ପଡ଼ିଲେ ନିଜର ସ୍ୱାର୍ଥ ପାଇଁ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ବିକ୍ରି କରିବା ଘଟଣା ସାଧାରଣଙ୍କୁ ବ୍ୟଥିତ କରିଛି। ଘଟଣା ବଡ଼ବଜାର ଥାନାରେ ପହଞ୍ଚିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହୋଇଛି। ଜଣେ ମହିଳା ପିଡିତାଙ୍କୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ ଓ ସମ୍ପୃକ୍ତ ବ୍ୟକ୍ତି ତାଙ୍କୁ ଦୁଇ ବର୍ଷ କାଳ ଯୋର ଜବତଦସ୍ତ ଘରେ ରଖି ଦୁଷ୍କର୍ମ ଓ ଅକଥନୀୟ ଅତ୍ୟାଚାର କରୁଥିଲେ ବୋଲି ଥାନାରେ ଅଭିଯୋଗ କରିଛନ୍ତି ମହିଳା। ପୀଡିତା କୌଣସି ମତେ ବ୍ୟକ୍ତି ଜଣକ ରଖିଥିବା ଘରୁ ଖସି ଆସି ରାତି ୧୦ଟାରେ ବଡବଜାର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଗତକାଲି ରାତିରେ ବୁଗୁଡା ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମର ଅଭି ପ୍ରଧାନଙ୍କୁ ଗିରଫ କରିଛି। ଉଭୟ ଅଭି ଏବଂ ପୀଡିତାଙ୍କ ଡାକ୍ତର ମାଇନା ହେବା ପରେ ଅଭିଙ୍କୁ କୋର୍ଟଚାଲାଣ କରାଯାଇଛି। କୋର୍ଟରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସୂଚନାଯୋଗ୍ୟ ଯେ, ମାଆ ଏବଂ ବାପା ଛେଉଣ୍ଡ ଟିକରପଡ଼ା ଅଞ୍ଚଳର ଜଣେ ମହିଳା ମେଲୋଡି ଗ୍ରୁପ୍ରେ ଗୀତ ଗାଇ ବେଶ୍ କିଛି ଟଙ୍କା ଉପାର୍ଜନ କରୁଥିଲେ। ଛତ୍ରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ସ୍ୱାମୀଙ୍କ ଠାରୁ ନିର୍ଯ୍ୟାତନା ପାଇ ମଧ୍ୟ ପରିବାର ପାଇଁ ସହିଯାଉଥିଲେ। ତାଙ୍କର ଏକ ପୁତ୍ର ମଧ୍ୟ ଜନ୍ମ ହୋଇଥିଲା। ତେବେ ସ୍ୱାମୀଠାରୁ ନିର୍ଯ୍ୟାତନା ପାଉଥିବା ଦେଖି ସେହି ଗ୍ରାମର ଜନୈକା ମହିଳା ତାଙ୍କୁ ବ୍ରହ୍ମପୁର ସହରର ଜଣେ ମେଲୋଡି ଗାୟିକାଙ୍କ ସହ ପରିଚୟ କରାଇଥିଲେ ଏବଂ ଉକ୍ତ ମହିଳାଙ୍କ ସହ ରହିଲେ ମେଲୋଡିରେ ଗୀତ ଗାଇବା ସହ ଅଧିକ ଟଙ୍କା ମଧ୍ୟ ଉପାର୍ଜନ ହୋଇପାରିବ ବୋଲି କହିଥିଲେ।। ଲକ୍ ଡାଉନ୍ ସମୟରେ ଗୀତ ଏବଂ ନାଚ ସହ ମେଲୋଡି ଆଦି ଉପରେ କଟକଣା ଲାଗିବା ଯୋଗୁଁ ମହିଳା ଜଣକ ବାଧ୍ୟ ହୋଇ ସ୍ୱାମୀ ନିର୍ଯ୍ୟାତନାରୁ ବର୍ତ୍ତିବା ପାଇଁ ସମ୍ପୃକ୍ତ ମହିଳାଙ୍କ କଥା ମାନି ବ୍ରହ୍ମପୁର ସହରର ଗାୟିକାଙ୍କ ନିକଟରେ ଆସି ରହିଥିଲେ। ଇତି ମଧ୍ୟରେ ପୀଡିତା ମହିଳା ନିଜେ ୭ ହଜାର ଟଙ୍କାରେ ସେ ବିକ୍ରି ହୋଇଯାଇଥିବା କଥା ଜାଣିବାକୁ ପାଇଥିଲେ।

୨୦୨୦ ମାର୍ଚ୍ଚ ମାସରୁ କୋଭିଡ୍ କଟକଣା ଆରମ୍ଭ ହୋଇଯାଇଥିବା ଯୋଗୁଁ ମେଲୋଡି ବନ୍ଦ ହୋଇଯାଇଥିଲା। ଏବଂ ମହିଳାଙ୍କୁ ଟଙ୍କା ଆଦାୟ କରିବାର ବାଟ ମଧ୍ୟ ବନ୍ଦ ହୋଇଯାଇଥିଲା। ଇତି ମଧ୍ୟରେ ମହିଳା ଜଣକଙ୍କୁ ଅଭି ପ୍ରଧାନଙ୍କ ସହ ଏକାଠି ରହିବା ପାଇଁ ବ୍ରହ୍ମପୁରର ଗାୟିକା ବାଧ୍ୟ କରିଥିଲେ। ନିଜର ଛୁଆ ସହ ଦୁଇ ଓଳା ଖାଇବା ପାଇଁ ବାଧ୍ୟ ହୋଇ ପୀଡ଼ିତା ଅଭି ପ୍ରଧାନଙ୍କ ସହ ରହିଥିଲେ। ଦୀର୍ଘ ଦୁଇ ବର୍ଷ କାଳ ସେ ରହିଥିବା ମଧ୍ୟରେ ସେ ଉକ୍ତ ବ୍ୟକ୍ତିଙ୍କଠାରୁୂ ନାନା ନିର୍ଯ୍ୟାତନା ମଧ୍ୟ ପାଇ ଆସୁଥିଲେ। କେବଳ ଦୁଇ ମୁଠା ଖାଇବା ସହ ଛୁଆକୁ ବଞ୍ଚାଇବା ପାଇଁ ସେ ସ୍ୱାମୀଠାରୁ ଖସି ଆସି ଆଉ ଏକ ଦାନବ ହାବୁଡ଼ରେ ପଡ଼ିଯାଇଥିଲେ। ରବିବାର ରାତିରେ ଅଭି ପ୍ରଧାନ ଉକ୍ତ ମହିଳାଙ୍କୁ ସହ ଫୋଟ ଉଠାଇବାକୁ ବାଧ୍ୟ କରିବା ବେଳେ ମହିଳା ଜଣକ ବାଧ୍ୟ ହୋଇ ବାହାରକୁ ଯାଇ ଫୋଟ ଷ୍ଟୁଡିଓରେ ଫୋଟ ଉଠାଇଥିଲେ। ତେବେ ଉକ୍ତ ଫୋଟକୁ ନେଇ କିଛି ଅଘଟଣ ଘଟାଇପାରେ ବୋଲି ଭାବି ମହିଳା ଜଣକ ସେଠାରୁ ଦୌଡି ଦୌଡି ଛୁଆ ସହ ବଡବଜାର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତ ଅଭିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର