କଲେଜ ଭିତରେ ନିଜ ସହପାଠୀକୁ ମାରଣାସ୍ତ୍ରରେ ଆକ୍ରମଣ, ଜଣେ ଛାତ୍ର ଗୁରୁତର

The Sakala Picture
Published On

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି  ଅଘଟଣ । ନିଜ ସହପାଠୀ ଛାତ୍ରକୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଛାତ୍ର। ଆହତ ଛାତ୍ର ଜଣକ ହେଲେ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟ ପୁର ଗ୍ରାମର ରାଜା ସେଠି। ଛାତ୍ରଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି। ଗୁରୁବାର +୨ କଳା ନିଜ କ୍ଲାସ ରୁମରେ ବସିଥିବା ସମୟରେଥିବା ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ୪ ଜଣ ଛାତ୍ର ଉତକ୍ଷିପ୍ତ […]

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି  ଅଘଟଣ । ନିଜ ସହପାଠୀ ଛାତ୍ରକୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଛାତ୍ର। ଆହତ ଛାତ୍ର ଜଣକ ହେଲେ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟ ପୁର ଗ୍ରାମର ରାଜା ସେଠି। ଛାତ୍ରଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି। ଗୁରୁବାର +୨ କଳା ନିଜ କ୍ଲାସ ରୁମରେ ବସିଥିବା ସମୟରେଥିବା ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ୪ ଜଣ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ପଞ୍ଜା, ଖଣ୍ଡା, ଷ୍ଟିଲ ବଳାରେ ସହପାଠୀ ଛାତ୍ର ରାଜା ସେଠକୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡ ଓ ପିଠିକୁ ଗଭୀର ଆଘାତ ଲାଗିଥିଲା। ଆହତ ଛାତ୍ରକୁ ଉଦ୍ଧାରକରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ପାଟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଖବରପାଇ ପାଟପୁର ଥାନା ଏସଆଇ ଶୁଭଲକ୍ଷ୍ମି କହଁର ସଦଳବଳେ ପାଟପୁର କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ରଙ୍କୁ ଭେଟିଛନ୍ତି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

03 Oct 2024 By The Sakala

କଲେଜ ଭିତରେ ନିଜ ସହପାଠୀକୁ ମାରଣାସ୍ତ୍ରରେ ଆକ୍ରମଣ, ଜଣେ ଛାତ୍ର ଗୁରୁତର

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି  ଅଘଟଣ । ନିଜ ସହପାଠୀ ଛାତ୍ରକୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଛାତ୍ର। ଆହତ ଛାତ୍ର ଜଣକ ହେଲେ ରାମଚନ୍ଦ୍ରପୁର ପଞ୍ଚାୟତ ଧର୍ମରାୟ ପୁର ଗ୍ରାମର ରାଜା ସେଠି। ଛାତ୍ରଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଛି। ଗୁରୁବାର +୨ କଳା ନିଜ କ୍ଲାସ ରୁମରେ ବସିଥିବା ସମୟରେଥିବା ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ୪ ଜଣ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ପଞ୍ଜା, ଖଣ୍ଡା, ଷ୍ଟିଲ ବଳାରେ ସହପାଠୀ ଛାତ୍ର ରାଜା ସେଠକୁ ଆକ୍ରମଣ କରିଥିଲେ। ଫଳରେ ଛାତ୍ରଙ୍କ ମୁଣ୍ଡ ଓ ପିଠିକୁ ଗଭୀର ଆଘାତ ଲାଗିଥିଲା। ଆହତ ଛାତ୍ରକୁ ଉଦ୍ଧାରକରାଯାଇ ପ୍ରାଥମିକ ଚିକିତ୍ସା ପାଇଁ ପାଟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଡପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଖବରପାଇ ପାଟପୁର ଥାନା ଏସଆଇ ଶୁଭଲକ୍ଷ୍ମି କହଁର ସଦଳବଳେ ପାଟପୁର କଲେଜରେ ପହଞ୍ଚି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ସହ ଆହତ ଛାତ୍ରଙ୍କୁ ଭେଟିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର