ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନରେ ୫ ବ୍ଲକରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ୫-ଟି ସଚିବ, ଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଗସ୍ତରେ ଯାଇଥିବା ୫-ଟି ସଚିବ ଆଜି ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି । ଆଜି ସକାଳେ ଗଜପତିରୁ ଆସି ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଶ୍ରୀ ପାଣ୍ଡିଆନ୍‌ ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ସମେତ ଲଗାତର ଦ୍ଵିତୀୟ ଦିନ ପାଇଁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଥିଲେ। ଭଞ୍ଜନଗର କେଏସ୍‌ୟୁବି କଲେଜ ଖେଳ ପଡ଼ିଆ, ସୋରଡ଼ା ମିନି ଷ୍ଟାଡିୟମ୍‌, […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଗସ୍ତରେ ଯାଇଥିବା ୫-ଟି ସଚିବ ଆଜି ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପର ସମୀକ୍ଷା କରିବା ସହିତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି । ଆଜି ସକାଳେ ଗଜପତିରୁ ଆସି ଗଞ୍ଜାମ ଜିଲ୍ଲାରେ ପହଞ୍ଚିବା ପରେ ଶ୍ରୀ ପାଣ୍ଡିଆନ୍‌ ଭଞ୍ଜନଗର, ସୋରଡ଼ା, ଆସିକା, ପୋଲସରା ସମେତ ଲଗାତର ଦ୍ଵିତୀୟ ଦିନ ପାଇଁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଥିଲେ। ଭଞ୍ଜନଗର କେଏସ୍‌ୟୁବି କଲେଜ ଖେଳ ପଡ଼ିଆ, ସୋରଡ଼ା ମିନି ଷ୍ଟାଡିୟମ୍‌, ଆସିକା ବିଜ୍ଞାନ କଲେଜ, ପୋଲସରା ଲୁଣିଘାଟି ଖେଳ ପଡ଼ିଆ ଏବଂ ଖଲ୍ଲିକୋଟ ଆର୍‌ସିଏମ୍‌ ବିଜ୍ଞାନ କଲେଜ ପଡ଼ିଆରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା। ସବୁଠି ୫ଟି ସଚିବଙ୍କୁ ଭେଟିବା, ତାଙ୍କୁ ଆପତ୍ତି ଅଭିଯୋଗ ଜଣାଇବା, ବିଭିନ୍ନ ସମସ୍ୟାର ସମାଧାନ ତଥା ବିକାଶମୂଳକ କାର୍ଯ୍ୟ କରିବା ନିମନ୍ତେ ଆବେଦନପତ୍ର ଦେବାକୁ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ, ଆଗ୍ରହ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ, ବିଭିନ୍ନ ଫୋରମ୍‌ ଓ ସଙ୍ଗଠନ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନେ ସଚିବ ପାଣ୍ଡିଆନଙ୍କୁ ନିଜ ଅଞ୍ଚଳର ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ସାବଧାନ ! ବିବାହ ୱେବସାଇଟ୍‌ରେ ବି ଠକେଇ: ଡାକ୍ତର ପରିଚୟ ଦେଇ ଅସଲି ଡାକ୍ତରାଣୀଙ୍କୁ ଚୂନା ଲଗାଇଲେ

ଆହୁରି ପଢ଼ନ୍ତୁ: ଗୃହକୁ ନ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଥିଲି: ବଡ଼ ଖୁଲାସା କଲେ ବାଚସ୍ପତି ଓମ୍ ବିର୍ଲା

ନିଜ ଉଦ୍‌ବୋଧନରେ ୫ଟି ସଚିବ କହିଥିଲେ ଯେ- ମୁଖ୍ୟମନ୍ତ୍ରୀ ଚାହାଁନ୍ତି ମହିଳାମାନେ ସଶକ୍ତ ହେଲେ ଓଡ଼ିଶା ଅଧିକ ସଶକ୍ତ ହେବ। ଏବେ ମହିଳାମାନେ ରାଜ୍ୟ ବିକାଶର ସାରଥୀ ସାଜିଛନ୍ତି। ମିଶନ୍‌ ଶକ୍ତି ଦ୍ଵାରା ମାଆମାନେ ଏବେ ଆର୍ଥିକ ଦୃଷ୍ଟିରୁ ଅଧକ ସ୍ଵାବଲମ୍ବୀ ହୋଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅଧିକସଂଖ୍ୟକ ମାଆମାନେ ମିଶନ୍‌ ଶକ୍ତିରେ ସାମିଲ ହୁଅନ୍ତୁ ବୋଲି ସଚିବ ପାଣ୍ଡିଆନ୍ ଆହ୍ଵାନ ଦେଇଛନ୍ତି। ପ୍ରତ୍ୟେକ ଜଣେ ଭଲ ମଣିଷ ହେବା ସହ ନିଜକୁ ସମାଜରେ ପ୍ରତିଷ୍ଠିତ କରାଇପାରିଲେ ହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରେଷ୍ଠ ଉପହାର ହେବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ ସଚିବ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ମାଓ ମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା

ବିଭିନ୍ନ ସ୍ଥାନର ପ୍ରମୁଖ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମନ୍ଦିରମାନଙ୍କର ୫-ଟି ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିଥିବା ସୂଚାଇଥିଲେ ୫ଟି ସଚିବ। ଶୀଘ୍ର ରୂପାନ୍ତରଣ କାମ ଆରମ୍ଭ ହୋଇ ୬ ମାସ ମଧ୍ୟରେ ନବକଳେବର ହେବ ବୋଲି କହିଥିଲେ ୫ଟି ସଚିବ। ଏଥି ସହିତ ମହାନଦୀ ଓ ଶାଳିଆ ଡ୍ୟାମ୍‌ରେ ୧୬୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ବୃହତ ପାଇପ୍‌ ପାଣି ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସୁରଡ଼ା, ବେଲଗୁଣ୍ଠା, ଭଞ୍ଜନଗର, ଜଗନ୍ନାଥପ୍ରସାଦ, ପୋଲସରା, ବୁଗୁଡ଼ା ଓ ଖଲିକୋଟ ବ୍ଳକ୍‌ରେ ପାଇପ୍‌ ପାଣି ପହଞ୍ଚିବ ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ ପୋଲସରା ଅନ୍ତର୍ଗତ ସାନବରଗାଁ ଠାରେ ଧନେଇ ନଦୀରେ ୨୦ କୋଟି ଟଙ୍କା ବ୍ୟୟରେ ଏବଂ ଭଞ୍ଜନଗର ଢେ଼ାଲପିଟାରେ ୨୬ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଇନଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍‌ଚର୍‌ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ତଥା ଜଳସେଚନ ଆବଶ୍ୟକତା ପୂରଣ କରିବ । ଚଳିତ ବର୍ଷ ଡିସେମ୍ବର ମାସରେ ଧନେଇ ନଦୀ ଏବଂ ୨୦୨୪ ଜାନୁଆରୀ ମାସରେ ଢେ଼ାଲପିଟା ପ୍ରକଳ୍ପ ନିର୍ମାଣ ଶେଷ ହେବ ବୋଲି କୁହାଯାଇଛି । ସୁରୁଡ଼ା ବ୍ଳକ୍‌ରେ ୨୨ ଗ୍ରାମବାସୀଙ୍କୁ ସରକାରୀ ଜମିରେ ଥଇଥାନ କରିବା ଲାଗି ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଗମନାଗମନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଶ୍ରୀ ପାଣ୍ଡିଆନ୍‌ ଶୀଘ୍ର କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୬ କୋଟି ଟଙ୍କା ବ୍ୟୟରେ କଣ୍ଟେଇପାଲ୍ଲୀ-ସୁରୁଡ଼ାର ପ୍ରଶସ୍ତିକରଣ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଳେ । ସେହିପରି ୨୫ କୋଟି ଟଙ୍କାରେ ଆସ୍କା-ପୋଲସରା ରାସ୍ତାର ନିର୍ମାଣ ୨୦୨୪ ଡିସେମ୍ବର ମାସରେ ଶେଷ ହେବ ବୋଲି କୁହାଯାଇଛି । ଏଥିସହ ୪୮ କୋଟି ଟଙ୍କାରେ ବୁଢ଼ାମାବା-ବୁଗୁଡ଼ା ରାସ୍ତା ୨୦୨୫ ଫେବୃଆରୀରେ ଶେଷ କରିବା ପାଇଁ ଲକ୍ଷ୍ୟ ରହିଛି । ଆଉ ୩୧ କୋଟି ଟଙ୍କା ବ୍ୟୟରେ ଉକ୍ତ ରାସ୍ତାକୁ ଗଞ୍ଜାମ ଜିଲ୍ଲା ସୀମା ପର୍ଯ୍ୟନ୍ତ ସମ୍ପ୍ରସାରଣ କାମ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ପାଇଁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ୫-ଟି ସଚିବ ଭଞ୍ଜନଗର ଏନ୍‌ଏସି, ସୁରୁଡ଼ା ଏନ୍‌ଏସି, ବେଲଗୁଣ୍ଠା ଏନ୍‌ଏସି, ଆସ୍କା ଏନ୍‌ଏସି, ପୋଲସରା ଏନ୍‌ଏସି, ବୁଗୁଡ଼ା ଏନ୍‌ଏସି, ପୁରୁଷୋତ୍ତମପୁର ଏନ୍‌ଏସି ଏବଂ ଖଲିକୋଟ ଏନ୍‌ଏସିରେ ୫୧ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ର ଅଗ୍ରଗତି ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ସେପ୍ଟେମ୍ବର ମାସରେ ଏ ସବୁ ଇଣ୍ଡୋର ଷ୍ଟାଡିୟମ୍‌ର ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ଏହା ପରେ ୫-ଟି ସଚିବ ବାବନପୁର ଠାରେ ୪୦ କୋଟି ଟଙ୍କାରେ ସବ୍‌ ଡିଭିଜନ୍‌ ହସ୍ପିଟାଲ, ଆସ୍କାର ଟିପିସରା ନଳାରେ ୨୩ କୋଟି ଟଙ୍କାରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ୫-ଟି ସଚିବ ଭଞ୍ଜନଗର, ସୁରୁଡ଼ା, ଆସ୍କା, ପୋଲସରା ଓ ଖଲିକୋଟରେ ଅନୁଷ୍ଠିତ ଜନ ଶୁଣାଣୀ ଶିବିରରେ ପହଞ୍ଚି ଉପସ୍ଥିତ ଜନତାଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ କରିଥିଲେ ।ଜନ ସାଧାରଣଙ୍କର ଯାହା ସବୁ ସମସ୍ୟା ରହିଛି ତାହା ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ ।ବିଭିନ୍ନ ସ୍ଥାନରେ ହେଲିପ୍ୟାଡରୁ ସଭାସ୍ଥଳ ଯାଏଁ ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇଥିବା ଲୋକମାନଙ୍କ ସହ ୫ଟି ସଚିବ ହାତ ମିଶାଇବା ସାଙ୍ଗକୁ ସେମାନଙ୍କ ସହ କଥା ହୋଇଥିଲେ।ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଚିବଙ୍କୁ ଭେଟିବାକୁ ଆତୁର ଥିବା ବେଳେ ମିଶନ୍‌ ଶକ୍ତିର ମାଆମାନେ ତାଙ୍କ ଉପରକୁ ପୁଷ୍ପ ବୃଷ୍ଟି କରିବା ସହ ହାତରେ ରାକ୍ଷୀ ବାନ୍ଧି ଦେଉଥିବା ଦେଖୁବାକୁ ମିଳିଥିଲା। ଏହି ଅବସରରେ ୫-ଟି ସଚିବଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନିଲ କ୍ରିଷ୍ଣା, ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ଜଗମୋହନ ମୀନା ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp