ସଙ୍କଟରେ ଗଜରାଜ; ୧୫ ବର୍ଷରେ ହାତୀ ମୃତ୍ୟୁ ସର୍ବାଧିକ, ବର୍ଷକରେ ମଲେଣି ୯୫ ହାତୀ

The Sakala Picture
Published On

ଭୁବନେଶ୍ୱର: ଗତ ୧୫ ବର୍ଷ ମଧ୍ୟରେ ଚଳିତ ବର୍ଷ ହାତୀ ମୃତ୍ୟୁରେ ଓଡ଼ିଶା ରେକର୍ଡ ଭାଙ୍ଗିଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୯୫ ଟି ହାତୀଙ୍କ ଜୀବନ ଯାଇଛି। ବିଡ଼ମ୍ବନା ହେଉଛି ଚଳିତ ବର୍ଷ ମୃତ୍ୟୁବରଣ କରିଥିବା ହାତୀଙ୍କ ମଧ୍ୟରୁ କେବଳ ଶିକାରୀଙ୍କ ହାତରେ ଯାଇଛି ୩୭ ହାତୀଙ୍କ ଜୀବନ। ୧୫ ବର୍ଷର ହାତୀ ମୃତ୍ୟୁ ତଥ୍ୟକୁ ନେଇ ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। […]

ଭୁବନେଶ୍ୱର: ଗତ ୧୫ ବର୍ଷ ମଧ୍ୟରେ ଚଳିତ ବର୍ଷ ହାତୀ ମୃତ୍ୟୁରେ ଓଡ଼ିଶା ରେକର୍ଡ ଭାଙ୍ଗିଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୯୫ ଟି ହାତୀଙ୍କ ଜୀବନ ଯାଇଛି। ବିଡ଼ମ୍ବନା ହେଉଛି ଚଳିତ ବର୍ଷ ମୃତ୍ୟୁବରଣ କରିଥିବା ହାତୀଙ୍କ ମଧ୍ୟରୁ କେବଳ ଶିକାରୀଙ୍କ ହାତରେ ଯାଇଛି ୩୭ ହାତୀଙ୍କ ଜୀବନ। ୧୫ ବର୍ଷର ହାତୀ ମୃତ୍ୟୁ ତଥ୍ୟକୁ ନେଇ ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୩ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଏହି ରିପୋର୍ଟ ଅନୁସାରେ ୧୫ ବର୍ଷରେ ରାଜ୍ୟରେ ମୋଟ୍‌ ୧୧୯୧ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାମଧ୍ୟର ସର୍ବାଧିକ ୩୧୬ ହାତୀଙ୍କ ଜୀବନ ଶିକାରୀଙ୍କ ହାତରେ ଯାଇଛି। ବିଜୁଳି ତାର ବ୍ୟବହାର କରି ୧୫୦ ହାତୀଙ୍କ ଜୀବନ ନିଆଯାଇଥିବା ବେଳେ ଅନ୍ୟ ଅସ୍ତ୍ର ବ୍ୟବହାରରେ ୧୨୨ ଟି ହାତୀଙ୍କୁ ହତ୍ୟା କରାଯାଇଛି। ସେହିପରି ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ୍‌ ଆଘାତ ପାଇ ୬୩ ଟି ହାତୀ ପ୍ରାଣ ହରାଇଛନ୍ତି ଓ ଟ୍ରେନ୍‌ ଦୁର୍ଘଟଣାରେ ୫୨ ହାତୀ ମୃତ୍ୟୁବରଣ କରିଛନ୍ତି। ଏହା ବ୍ୟତୀତ ବନ ବିଭାଗ ପକ୍ଷରୁ ବିଭିନ୍ନ ଉପାୟରେ ହାତୀ ମୃତ୍ୟୁର ରହସ୍ୟ ଲୁଚାଯିବାକୁ ମଧ୍ୟ ଉଦ୍ୟମ କରାଯାଇଛି। ଫଳସ୍ୱରୂପ ୧୨୨ ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଡ଼ମ୍ବନା ହେଉଛି କର୍ଣ୍ଣାଟକ, ଆସାମ, ତାମିଲନାଡ଼ୁ ଓ କେରଳ ତୁଳନାରେ ଓଡ଼ିଶାରେ ହାତୀ ମୃତ୍ୟୁହାର ଯଥେଷ୍ଟ ଅଧିକ। ଚଳିତ ବର୍ଷ ହାତୀଙ୍କ ପାଇଁ ବିଦ୍ୟୁତଆଘାତ ଜନିତ କାରଣ ସବୁଠୁ ବଡ଼ ବିପଦ ଆଣିଛି। ଆର୍ଥ଄କ ବର୍ଷ ଶେଷ ହେବାକୁ ଆହୁରି ୧୨ ଦିନ ବାକି ଥିବା ବେଳେ ଏହି କାରଣ ପାଇଁ ୩୧ଟି ହାତୀ ମରିଛନ୍ତି। ସେହିପରି ବାଡ଼ରେ ବିଦ୍ୟୁତ୍‌ସକ୍‌ ଦେବା କାରଣ ପାଇଁ ୧୫ଟି ହାତୀ ମରିଛନ୍ତି ଓ ବିଜୁଳି ତାର ବିଛାଇ ୧୧ଟି ହାତୀଙ୍କୁ ମାରି ଦିଆଯାଇଛି। ଏଭଳି ଘଟଣା ବନ ବିଭାଗର ପାଟ୍ରୋଲିଂ ଓ ବିଦ୍ୟୁ୍‌ତ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି ବୋଲି ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଉପରମୁଣ୍ଡରେ ପ୍ରବଳ ବର୍ଷା: ଖୋଲିଲା ରେଙ୍ଗାଳି ଡ୍ୟାମ୍‌ର ଗୋଟିଏ ଗେଟ୍

ଓହଳିଥିବା ବିଦ୍ୟୁତ୍‌ ତାର ଓ ଦୁର୍ବଳ ବିଦ୍ୟୁତ୍‌ ଖୁଣ୍ଟି ଯୋଗୁଁ ଏହି ୫ ଟି ହାତୀ ପ୍ରାଣ ହରାଇଛନ୍ତି। ଟାଟାପାୱାର ସଠିକ୍‌ କାର୍ଯ୍ୟ କରିଥିଲେ ଏହି ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା ବୋଲି କୁହାଯାଇଛି। ୨୦୧୦ରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତାଘାତ ଜନିତ କାରଣ ପାଇଁ ହାତୀ ମୃତ୍ୟୁ କମାଇବାକୁ ଏକ ତଦନ୍ତ କମିଟି ଗଠନ କରାଯିବା ସହ ଅନେକ ପରମାର୍ଶ ସୁପାରିସ କରାଯାଇଥିଲା। ହେଲେ ଏଥିରୁ ଅଧିକାଂଶ ପରାମର୍ଶ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ। ଯାହାକୁ ନେଇ ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ସମ୍ପାଦକ ଡଃ ବିଶ୍ୱଜିତ ମହାନ୍ତି ଉଦ୍‌ବେଗ ପ୍ରକାଶ କରିବା ସହ ବନ ବିଭାଗର ବିଫଳତା ଯୋଗୁଁ ହାତୀଙ୍କ ସୁରକ୍ଷାରେ ତ୍ରୁଟି ହେଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

20 Mar 2025 By The Sakala

ସଙ୍କଟରେ ଗଜରାଜ; ୧୫ ବର୍ଷରେ ହାତୀ ମୃତ୍ୟୁ ସର୍ବାଧିକ, ବର୍ଷକରେ ମଲେଣି ୯୫ ହାତୀ

ଭୁବନେଶ୍ୱର: ଗତ ୧୫ ବର୍ଷ ମଧ୍ୟରେ ଚଳିତ ବର୍ଷ ହାତୀ ମୃତ୍ୟୁରେ ଓଡ଼ିଶା ରେକର୍ଡ ଭାଙ୍ଗିଛି । ୨୦୨୪-୨୫ରେ ବର୍ତ୍ତମାନ ସୁଦ୍ଧା ୯୫ ଟି ହାତୀଙ୍କ ଜୀବନ ଯାଇଛି। ବିଡ଼ମ୍ବନା ହେଉଛି ଚଳିତ ବର୍ଷ ମୃତ୍ୟୁବରଣ କରିଥିବା ହାତୀଙ୍କ ମଧ୍ୟରୁ କେବଳ ଶିକାରୀଙ୍କ ହାତରେ ଯାଇଛି ୩୭ ହାତୀଙ୍କ ଜୀବନ। ୧୫ ବର୍ଷର ହାତୀ ମୃତ୍ୟୁ ତଥ୍ୟକୁ ନେଇ ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଏହି ରିପୋର୍ଟ ଅନୁସାରେ ୧୫ ବର୍ଷରେ ରାଜ୍ୟରେ ମୋଟ୍‌ ୧୧୯୧ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହାମଧ୍ୟର ସର୍ବାଧିକ ୩୧୬ ହାତୀଙ୍କ ଜୀବନ ଶିକାରୀଙ୍କ ହାତରେ ଯାଇଛି। ବିଜୁଳି ତାର ବ୍ୟବହାର କରି ୧୫୦ ହାତୀଙ୍କ ଜୀବନ ନିଆଯାଇଥିବା ବେଳେ ଅନ୍ୟ ଅସ୍ତ୍ର ବ୍ୟବହାରରେ ୧୨୨ ଟି ହାତୀଙ୍କୁ ହତ୍ୟା କରାଯାଇଛି। ସେହିପରି ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ବିଦ୍ୟୁତ୍‌ ଆଘାତ ପାଇ ୬୩ ଟି ହାତୀ ପ୍ରାଣ ହରାଇଛନ୍ତି ଓ ଟ୍ରେନ୍‌ ଦୁର୍ଘଟଣାରେ ୫୨ ହାତୀ ମୃତ୍ୟୁବରଣ କରିଛନ୍ତି। ଏହା ବ୍ୟତୀତ ବନ ବିଭାଗ ପକ୍ଷରୁ ବିଭିନ୍ନ ଉପାୟରେ ହାତୀ ମୃତ୍ୟୁର ରହସ୍ୟ ଲୁଚାଯିବାକୁ ମଧ୍ୟ ଉଦ୍ୟମ କରାଯାଇଛି। ଫଳସ୍ୱରୂପ ୧୨୨ ଟି ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିଡ଼ମ୍ବନା ହେଉଛି କର୍ଣ୍ଣାଟକ, ଆସାମ, ତାମିଲନାଡ଼ୁ ଓ କେରଳ ତୁଳନାରେ ଓଡ଼ିଶାରେ ହାତୀ ମୃତ୍ୟୁହାର ଯଥେଷ୍ଟ ଅଧିକ। ଚଳିତ ବର୍ଷ ହାତୀଙ୍କ ପାଇଁ ବିଦ୍ୟୁତଆଘାତ ଜନିତ କାରଣ ସବୁଠୁ ବଡ଼ ବିପଦ ଆଣିଛି। ଆର୍ଥ଄କ ବର୍ଷ ଶେଷ ହେବାକୁ ଆହୁରି ୧୨ ଦିନ ବାକି ଥିବା ବେଳେ ଏହି କାରଣ ପାଇଁ ୩୧ଟି ହାତୀ ମରିଛନ୍ତି। ସେହିପରି ବାଡ଼ରେ ବିଦ୍ୟୁତ୍‌ସକ୍‌ ଦେବା କାରଣ ପାଇଁ ୧୫ଟି ହାତୀ ମରିଛନ୍ତି ଓ ବିଜୁଳି ତାର ବିଛାଇ ୧୧ଟି ହାତୀଙ୍କୁ ମାରି ଦିଆଯାଇଛି। ଏଭଳି ଘଟଣା ବନ ବିଭାଗର ପାଟ୍ରୋଲିଂ ଓ ବିଦ୍ୟୁ୍‌ତ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବକୁ ଦର୍ଶାଉଛି ବୋଲି ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ପକ୍ଷରୁ କୁହାଯାଇଛି।

ଓହଳିଥିବା ବିଦ୍ୟୁତ୍‌ ତାର ଓ ଦୁର୍ବଳ ବିଦ୍ୟୁତ୍‌ ଖୁଣ୍ଟି ଯୋଗୁଁ ଏହି ୫ ଟି ହାତୀ ପ୍ରାଣ ହରାଇଛନ୍ତି। ଟାଟାପାୱାର ସଠିକ୍‌ କାର୍ଯ୍ୟ କରିଥିଲେ ଏହି ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା ବୋଲି କୁହାଯାଇଛି। ୨୦୧୦ରେ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତାଘାତ ଜନିତ କାରଣ ପାଇଁ ହାତୀ ମୃତ୍ୟୁ କମାଇବାକୁ ଏକ ତଦନ୍ତ କମିଟି ଗଠନ କରାଯିବା ସହ ଅନେକ ପରମାର୍ଶ ସୁପାରିସ କରାଯାଇଥିଲା। ହେଲେ ଏଥିରୁ ଅଧିକାଂଶ ପରାମର୍ଶ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ। ଯାହାକୁ ନେଇ ‘ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶା’ ସମ୍ପାଦକ ଡଃ ବିଶ୍ୱଜିତ ମହାନ୍ତି ଉଦ୍‌ବେଗ ପ୍ରକାଶ କରିବା ସହ ବନ ବିଭାଗର ବିଫଳତା ଯୋଗୁଁ ହାତୀଙ୍କ ସୁରକ୍ଷାରେ ତ୍ରୁଟି ହେଉଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର