ଗଜପତି ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା

The Sakala Picture
Published On

ଭୁବନେଶ୍ୱର : ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍‌‌ ମିଳିଛି। ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍‌‌ଟିଏସ୍‌‌ଏସ୍‌‌) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି। ଚାରି […]

ଭୁବନେଶ୍ୱର : ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍‌‌ ମିଳିଛି। ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍‌‌ଟିଏସ୍‌‌ଏସ୍‌‌) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଚାରି କୋଣିଆ ଆକୃତିର ଛାଞ୍ଚରେ ପ୍ରସ୍ତୁତ କରାଗଲେ ତାକୁ ପାତାଳି ଗୁଡ଼ ଓ ସ୍ୱଳ୍ପ ପରିମାଣରେ ତରଳ ଭାବେ ପ୍ରସ୍ତୁତ କରାଗଲେ ତାକୁ ରୁବ୍‌‌ ଗୁଡ଼ କୁହାଯାଏ। ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଏହି ଗୁଡରେ କୌଣସି ପ୍ରାକୃତିକ ବା କୃତ୍ରିମ ରଙ୍ଗ ମିଶାଯାଇ ନଥାଏ। ଖଜୁରୀର ରଙ୍ଗ ପରି ଏହାର ରଙ୍ଗ ମଧ୍ୟ ବାଦାମୀ ହୋଇଥାଏ। ଖଜୁରୀ ଗୁଡ଼ ଉପରେ ଗବେଷଣା କରୁଥିବା ବୌଜ୍ଞାନିକ ଡ. ପି କାର୍ତ୍ତିଗେୟନ୍‌‌ କହିଛନ୍ତି, ଏହା ଖୁବ୍‌‌ ସ୍ୱାଦିଷ୍ଟ ହୋଇଥାଏ। ଏହାସହ ଭିଟାମିନ୍‌‌ ଓ ଆଇରନ୍‌‌ ପ୍ରଦାନ କରିଥାଏ। ଚିନିର ମାତ୍ରା କମ୍‌‌ ରହୁଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇପାରିବେ ବୋଲି କହିଛନ୍ତି। ୨୦୨୦ ମସିହା ଜୁନ୍‌‌ ୧୨ ତାରିଖରେ ଏହାକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ ହୋଇଥିଲା। ଯାହାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

11 Apr 2024 By The Sakala

ଗଜପତି ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା

ଭୁବନେଶ୍ୱର : ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍‌‌ ମିଳିଛି। ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍‌‌ଟିଏସ୍‌‌ଏସ୍‌‌) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି।

ଚାରି କୋଣିଆ ଆକୃତିର ଛାଞ୍ଚରେ ପ୍ରସ୍ତୁତ କରାଗଲେ ତାକୁ ପାତାଳି ଗୁଡ଼ ଓ ସ୍ୱଳ୍ପ ପରିମାଣରେ ତରଳ ଭାବେ ପ୍ରସ୍ତୁତ କରାଗଲେ ତାକୁ ରୁବ୍‌‌ ଗୁଡ଼ କୁହାଯାଏ। ପାରମ୍ପରିକ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବା ଏହି ଗୁଡରେ କୌଣସି ପ୍ରାକୃତିକ ବା କୃତ୍ରିମ ରଙ୍ଗ ମିଶାଯାଇ ନଥାଏ। ଖଜୁରୀର ରଙ୍ଗ ପରି ଏହାର ରଙ୍ଗ ମଧ୍ୟ ବାଦାମୀ ହୋଇଥାଏ। ଖଜୁରୀ ଗୁଡ଼ ଉପରେ ଗବେଷଣା କରୁଥିବା ବୌଜ୍ଞାନିକ ଡ. ପି କାର୍ତ୍ତିଗେୟନ୍‌‌ କହିଛନ୍ତି, ଏହା ଖୁବ୍‌‌ ସ୍ୱାଦିଷ୍ଟ ହୋଇଥାଏ। ଏହାସହ ଭିଟାମିନ୍‌‌ ଓ ଆଇରନ୍‌‌ ପ୍ରଦାନ କରିଥାଏ। ଚିନିର ମାତ୍ରା କମ୍‌‌ ରହୁଥିବାରୁ ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇପାରିବେ ବୋଲି କହିଛନ୍ତି। ୨୦୨୦ ମସିହା ଜୁନ୍‌‌ ୧୨ ତାରିଖରେ ଏହାକୁ ଜିଆଇ ମାନ୍ୟତା ଦେବାପାଇଁ ଆବେଦନ ହୋଇଥିଲା। ଯାହାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି।

https://www.thesakala.in/latest-odisha-news/gajapati/gajapati-khajuri-guda-granted-gi-tag/article-31335
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର