ଆଜି ଆସୁଛନ୍ତି ଗଡ଼କରୀ

The Sakala Picture
Published On

ଭୁବନେଶ୍ୱର: ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସଡ଼କ ଭିତ୍ତିଭୂମି ଏବଂ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନରେ ରହିଛି। ଓଡ଼ିଶା ଏ କ୍ଷେତ୍ରରେ ୧ ନମ୍ୱର ସ୍ଥାନରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏ କ୍ଷେତ୍ରରେ ଆମେ ଗତିଶୀଳତାର ସହ କାମ […]

ଭୁବନେଶ୍ୱର: ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସଡ଼କ ଭିତ୍ତିଭୂମି ଏବଂ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନରେ ରହିଛି। ଓଡ଼ିଶା ଏ କ୍ଷେତ୍ରରେ ୧ ନମ୍ୱର ସ୍ଥାନରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏ କ୍ଷେତ୍ରରେ ଆମେ ଗତିଶୀଳତାର ସହ କାମ କରୁଛୁ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଏକ ସୁଖଦ ଅୟମାରମ୍ଭ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏସଆଇଆର ଆପତ୍ତି ଅବଧି ବୃଦ୍ଧି ଲାଗି ବିଜେଡିର ଦାବି: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଜେଡି ପ୍ରତିନିଧି

ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ନିଜର ଏହି ଦିନିକିଆ ଗସ୍ତ ଅବସରରେ ୪ ହଜାର କୋଟିର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌୍‌ଘାଟନ କରିବେ। ଏଥିମଧ୍ୟରେ ୨୯୦୫ କୋଟି ମୂଲ୍ୟର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ । ସେହିପରି ୪୨୭ କୋଟିରେ ୪ଟି ସିଆରଆଇଏଫ୍‌୍‌ ବ୍ରିଜ୍‌୍‌ ଶିଳାନ୍ୟାସ ସହ ୮୪୧ କୋଟି ଟଙ୍କାର ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହେବ। ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ ଆମେ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ନିକଟରେ ରାଜ୍ୟରେ ସଡକ ଭିତ୍ତିଭୂମିର ବିକାଶ ପାଇଁ ମୋଟ ୨୮ ହଜାର କୋଟି ଟଙ୍କାର ଦାବି ରଖିଥିଲୁ। ତନ୍ମଧ୍ୟରୁ ପ୍ରାୟ ୯୦୦୦ କୋଟି ଟଙ୍କାର ପ୍ରକଳ୍ପ ବାବଦରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ଆସନ୍ତାକାଲି ଘୋଷଣା କରିପାରନ୍ତି ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି

17 Apr 2025 By The Sakala

ଆଜି ଆସୁଛନ୍ତି ଗଡ଼କରୀ

ଭୁବନେଶ୍ୱର: ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓଡ଼ିଶା ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ରାଜ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସଡ଼କ ଭିତ୍ତିଭୂମି ଏବଂ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ସର୍ବ ଭାରତୀୟ ସ୍ତରରେ ଅଷ୍ଟମ ସ୍ଥାନରେ ରହିଛି। ଓଡ଼ିଶା ଏ କ୍ଷେତ୍ରରେ ୧ ନମ୍ୱର ସ୍ଥାନରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଏ କ୍ଷେତ୍ରରେ ଆମେ ଗତିଶୀଳତାର ସହ କାମ କରୁଛୁ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଏବଂ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଏକ ସୁଖଦ ଅୟମାରମ୍ଭ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ନିଜର ଏହି ଦିନିକିଆ ଗସ୍ତ ଅବସରରେ ୪ ହଜାର କୋଟିର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌୍‌ଘାଟନ କରିବେ। ଏଥିମଧ୍ୟରେ ୨୯୦୫ କୋଟି ମୂଲ୍ୟର ୧୩ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ । ସେହିପରି ୪୨୭ କୋଟିରେ ୪ଟି ସିଆରଆଇଏଫ୍‌୍‌ ବ୍ରିଜ୍‌୍‌ ଶିଳାନ୍ୟାସ ସହ ୮୪୧ କୋଟି ଟଙ୍କାର ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହେବ। ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ ଆମେ କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ନିକଟରେ ରାଜ୍ୟରେ ସଡକ ଭିତ୍ତିଭୂମିର ବିକାଶ ପାଇଁ ମୋଟ ୨୮ ହଜାର କୋଟି ଟଙ୍କାର ଦାବି ରଖିଥିଲୁ। ତନ୍ମଧ୍ୟରୁ ପ୍ରାୟ ୯୦୦୦ କୋଟି ଟଙ୍କାର ପ୍ରକଳ୍ପ ବାବଦରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରି ଆସନ୍ତାକାଲି ଘୋଷଣା କରିପାରନ୍ତି ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର