ଆଜିଠାରୁ ଭୁବନେଶ୍ୱରର ୯ଟି କେନ୍ଦ୍ରରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୦ର ମେନ୍‍ ପରୀକ୍ଷା ଆସନ୍ତାକାଲି(ଗୁରୁବାର)ଠାରୁ ଆରମ୍ଭ ହେବ। ସମଗ୍ର ରାଜ୍ୟରେ ୧୬ କେନ୍ଦ୍ରରେ ମୋଟ୍‍ ୪ ହଜାର ୭୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ କେବଳ ଭୁବନେଶ୍ୱର ଜୋନ୍‍ରେ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କରୋନା କଟକଣା ଅନୁଯାୟୀ ପରୀକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍‍ କରାଯିବା ସହିତ ଗୋଟିଏ […]

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୦ର ମେନ୍‍ ପରୀକ୍ଷା ଆସନ୍ତାକାଲି(ଗୁରୁବାର)ଠାରୁ ଆରମ୍ଭ ହେବ। ସମଗ୍ର ରାଜ୍ୟରେ ୧୬ କେନ୍ଦ୍ରରେ ମୋଟ୍‍ ୪ ହଜାର ୭୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ କେବଳ ଭୁବନେଶ୍ୱର ଜୋନ୍‍ରେ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କରୋନା କଟକଣା ଅନୁଯାୟୀ ପରୀକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍‍ କରାଯିବା ସହିତ ଗୋଟିଏ ବେଞ୍ଚ୍‍ରେ ଜଣେ ମାତ୍ର ପରୀକ୍ଷାର୍ଥୀଙ୍କ ବସିବାର ବନ୍ଦୋବସ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା

ଭୁବନେଶ୍ୱରର ୟୁନିଟ୍‍ ୧ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‍ ୬ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‍ ୬ ହାଇ ସ୍କୁଲ, ନୂଆପଲ୍ଲୀ କଲେଜ, ମହର୍ଷି କଲେଜ ଆଦିକୁ ମିଶାଇ ମୋଟ୍‍ ୯ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ତେବେ ଓପିଏସ୍‍ସିର ପରାମର୍ଶ ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ଅନୁପାଳନପୂର୍ବକ ଉକ୍ତ ପରୀକ୍ଷା କରାଯିବ। ଏଥିପାଇଁ ମଧ୍ୟ ଓପିଏସସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା ୨୦ତାରିଖରେ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୮ ତାରିଖ ଯାଏଁ ଚାଲିବ। ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ପ୍ରଥମ ଦିନ ଅର୍ଥାତ୍‍ ଗୁରୁବାର ପ୍ରଥମ ସିଟିଂରେ ଓଡ଼ିଆ ଭାଷା ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ହେବ।

ଆହୁରି ପଢ଼ନ୍ତୁ: ଗାଁ ଗାଁରେ ବେଆଇନ କୋଚିଂ ସେଣ୍ଟର: ସରକାରୀ ନିୟମକୁ ଫୁ କରି ଟିଉସନ କରୁଛନ୍ତି ସରକାରୀ ଶିକ୍ଷକ

ସେହିପରି ପରୀକ୍ଷାର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଆୟୋଗର ସଦସ୍ୟମାନେ ମଧ୍ୟ ସ୍କ୍ୱାର୍ଡ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ। ସେହିପରି ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି। ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ। ଓପିଏସସି ପକ୍ଷରୁ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ କେନ୍ଦ୍ରରେ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ମଧ୍ୟ ନିଜ ସାଙ୍ଗରେ ସାନିଟାଇଜର ନେଇପାରିବେ।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

20 Jan 2022 By The Sakala

ଆଜିଠାରୁ ଭୁବନେଶ୍ୱରର ୯ଟି କେନ୍ଦ୍ରରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୦ର ମେନ୍‍ ପରୀକ୍ଷା ଆସନ୍ତାକାଲି(ଗୁରୁବାର)ଠାରୁ ଆରମ୍ଭ ହେବ। ସମଗ୍ର ରାଜ୍ୟରେ ୧୬ କେନ୍ଦ୍ରରେ ମୋଟ୍‍ ୪ ହଜାର ୭୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ କେବଳ ଭୁବନେଶ୍ୱର ଜୋନ୍‍ରେ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କରୋନା କଟକଣା ଅନୁଯାୟୀ ପରୀକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରକୁ ଭଲଭାବେ ସାନିଟାଇଜ୍‍ କରାଯିବା ସହିତ ଗୋଟିଏ ବେଞ୍ଚ୍‍ରେ ଜଣେ ମାତ୍ର ପରୀକ୍ଷାର୍ଥୀଙ୍କ ବସିବାର ବନ୍ଦୋବସ୍ତ କରାଯାଇଛି।

ଭୁବନେଶ୍ୱରର ୟୁନିଟ୍‍ ୧ ବାଳକ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‍ ୬ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‍ ୬ ହାଇ ସ୍କୁଲ, ନୂଆପଲ୍ଲୀ କଲେଜ, ମହର୍ଷି କଲେଜ ଆଦିକୁ ମିଶାଇ ମୋଟ୍‍ ୯ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ତେବେ ଓପିଏସ୍‍ସିର ପରାମର୍ଶ ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ କୋଭିଡ କଟକଣା ଅନୁପାଳନପୂର୍ବକ ଉକ୍ତ ପରୀକ୍ଷା କରାଯିବ। ଏଥିପାଇଁ ମଧ୍ୟ ଓପିଏସସି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷା ୨୦ତାରିଖରେ ଆରମ୍ଭ ହୋଇ ଆସନ୍ତା ଫେବୃଆରୀ ୮ ତାରିଖ ଯାଏଁ ଚାଲିବ। ବିଭିନ୍ନ ବିଷୟରେ ପରୀକ୍ଷାର୍ଥୀମାନେ ଦୁଇଟି ସିଟିଂରେ ପରୀକ୍ଷା ଦେବେ। ପୂର୍ବାହ୍ନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। ପ୍ରଥମ ଦିନ ଅର୍ଥାତ୍‍ ଗୁରୁବାର ପ୍ରଥମ ସିଟିଂରେ ଓଡ଼ିଆ ଭାଷା ବିଷୟରେ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ସିଟିଂରେ ଇଂରାଜୀ ବିଷୟରେ ପରୀକ୍ଷା ହେବ।

ସେହିପରି ପରୀକ୍ଷାର ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଆୟୋଗର ସଦସ୍ୟମାନେ ମଧ୍ୟ ସ୍କ୍ୱାର୍ଡ ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ବ୍ୟବସ୍ଥା ତଦାରଖ କରିବେ। ସେହିପରି ପରୀକ୍ଷାରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଏନ-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି। ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ। ଓପିଏସସି ପକ୍ଷରୁ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ କେନ୍ଦ୍ରରେ ହ୍ୟାଣ୍ଡ ସାନିଟାଇଜରର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ମଧ୍ୟ ନିଜ ସାଙ୍ଗରେ ସାନିଟାଇଜର ନେଇପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର