ବାରମ୍ୱାର ବଦଳୁଛି ଗୋପାଳପୁର-ଦୀଘା କୋଷ୍ଟାଲ ହାଇୱେ ପ୍ରକଳ୍ପ ରୂପରେଖ : ୬ ବର୍ଷ ପରେ ବି ସରୁନି ସର୍ଭେ

The Sakala Picture
Published On

ବାଲେଶ୍ୱର : ସମୁଦ୍ର ବେଳାଭୂମି ପର୍ଯ୍ୟଟନର ବିକାଶ ସହ ମାଲ ପରିବହନ ପାଇଁ କୋଷ୍ଟାଲ ହାଇୱେ ନିର୍ମାଣ ହେବ। ଏହା ଦ୍ୱାରା ସମୁଦ୍ର ଉପକୂଳ ସୁରକ୍ଷା ସହିତ ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ପରିକଳ୍ପନା ନେଇ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ନେତୃତ୍ୱାଧୀନ ବିଜେପି ସରକାର ୨୦୧୫ ମସିହାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନା ଘୋଷଣା କରିଥିଲେ। ପଶ୍ଚିମବଙ୍ଗ ଦୀଘା ବେଳାଭୂମିଠାରୁ ଗୋପାଳପୁର ପର୍ଯ୍ୟନ୍ତ ୪୫୧ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମି […]

ବାଲେଶ୍ୱର : ସମୁଦ୍ର ବେଳାଭୂମି ପର୍ଯ୍ୟଟନର ବିକାଶ ସହ ମାଲ ପରିବହନ ପାଇଁ କୋଷ୍ଟାଲ ହାଇୱେ ନିର୍ମାଣ ହେବ। ଏହା ଦ୍ୱାରା ସମୁଦ୍ର ଉପକୂଳ ସୁରକ୍ଷା ସହିତ ତଟବର୍ତ୍ତୀ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ଏହି ପରିକଳ୍ପନା ନେଇ କେନ୍ଦ୍ରରେ ଶାସନ କରୁଥିବା ଏନଡିଏ ନେତୃତ୍ୱାଧୀନ ବିଜେପି ସରକାର ୨୦୧୫ ମସିହାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରକଳ୍ପ ଯୋଜନା ଘୋଷଣା କରିଥିଲେ। ପଶ୍ଚିମବଙ୍ଗ ଦୀଘା ବେଳାଭୂମିଠାରୁ ଗୋପାଳପୁର ପର୍ଯ୍ୟନ୍ତ ୪୫୧ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହେବ ବୋଲି ଘୋଷଣା ହୋଇଥିଲା। ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭୫୦୦ କୋଟି ଟଙ୍କା ମଞ୍ଜୁର ହୋଇ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଯାଇ ଥିଲେ ଏଯାଏଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ନ ପାରିବା ଏବଂ ବାରମ୍ୱାର ରୂପରେଖ ବଦଳୁଥିବାରୁ ଏହି ପ୍ରକଳ୍ପର କାର୍ଯ୍ୟକାରିତା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ପ୍ରକାଶ ଯେ, କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଭାରତ ମାଳା ପରିଯୋଜନା ଅନ୍ତର୍ଭୁକ୍ତ ଏହି କୋଷ୍ଟାଲ ହାଇୱେ ଘୋଷଣା ହେବା ଦିନ ଠାରୁ ଏହାର ରୂପରେଖ ବାରମ୍ୱାର ପରିବର୍ତ୍ତନ ହେଉଛି। ଯାହା ଫଳରେ ଏହାର କାର୍ଯ୍ୟକାରିତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମ ଘୋଷଣାରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ବେଳାଭୂମି ପର୍ଯ୍ୟନ୍ତ ନିର୍ମାଣ ହେବ। ସେଥିପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଯାଇଥିଲା। କିନ୍ତୁ କିଛିଦିନ ପରେ ତାହା ପୁଣି ବନ୍ଦ ହୋଇଯାଇଥିଲା। ମାତ୍ର ବିଗତ ତିନିବର୍ଷ ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବହୁ ବାଦବିବାଦକୁ ନେଇ ଏହାର ରୂପରେଖ ୩ ଥର ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ମୂଳ ପ୍ରସ୍ତାବ ଅନୁଯାୟୀ ଏହି ରାଜପଥ ଚିଲିକା ହ୍ରଦକୁ ଅତିକ୍ରମ କରିବାର ଥିଲା। ଏଥିପାଇଁ ଚିଲିକା ଉପରେ ଦୁଇଟି ବଡ଼ ପୋଲ ନିର୍ମାଣ ହୋଇଥାନ୍ତା। ମାତ୍ର ଏହା ଦ୍ୱାରା ପରିବେଶ ସମ୍ୱେଦନଶୀଳ ଚିଲିକା ଉପରେ ପ୍ରଭାବ ପଡ଼ିବ। ବିଶେଷକରି ଚିଲିକାରେ ଥିବା ଡ଼ଲଫିନ ଏବଂ ଅନ୍ୟ ଜୀବମାନେ ପୋଲ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଏହି ନିର୍ମାଣ ଉପରେ ପ୍ରଶ୍ନ ଉଠିଥିଲା। ପରେ ରାଜ୍ୟ ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ଓ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଏହି ବୈଠକରେ ପୁଣି ମୂଳ ଯୋଜନାକୁ ପରିବର୍ତ୍ତନ କରାଯାଇ ଏହାକୁ ଚାରି ଭାଗରେ ବିଭକ୍ତ କରାଗଲା। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁରଠାରୁ ସାତପଡ଼ା ଭୟା ଚିଲିକା ୭୦କିମି ରାସ୍ତା କାର୍ଯ୍ୟ କୁ ବର୍ତ୍ତମାନ ସ୍ଥଗିତ ରଖି ଏହି କୋଷ୍ଟାଲ ହାଇୱେର ନିର୍ମାଣକୁ ୪ ଭାଗରେ ବିଭକ୍ତ କରାଗଲା। ଯାହା ଫଳରେ ୪୫୧ କିମି ଏହି ରାସ୍ତାର ଲମ୍ବ ହ୍ରାସ ପାଇ ୩୭୯ କିମିରେ ପହଞ୍ଚିଛି। ନୂଆ ଯୋଜନା ଅନୁଯାୟୀ ରାସ୍ତା ଆରମ୍ଭ ହେବ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଠାରୁ ଭଦ୍ରକ ଜିଲ୍ଲାର ରତନପୁର ପର୍ଯ୍ୟନ୍ତ ଯାହାର ଦୈର୍ଘ୍ୟ ହେଉଛି ୧୭୭.୧୧୯ କିମି। ୨ୟ ଭାଗ ରତନପୁର ଠାରୁ ଧାମରା ୬୦.୭କିମି, ୩ୟ ଭାଗ ବାସୁଦେବପୁରଠାରୁ ଦୀଘା ଯାହାର ଦୈର୍ଘ୍ୟ ହେଉଛି ୧୧୦ କିମି। ଏହା ମଧ୍ୟରେ ଯେଉଁ ଧାମରା ଠାରୁ ବାସୁଦେବପୁର ପର୍ଯ୍ୟନ୍ତ ୩୦କିମି ରାସ୍ତା ରହି ଯାଉଛି ଏହାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ପ୍ୟାକେଜ ଜରିଆରେ ନିର୍ମାଣ କରିବ ବୋଲି ସୂଚନା ମିଳିଛି। ଏହି ନୂତନ ପ୍ରସ୍ତାବକୁ ସବୁବିଭାଗରୁ ମଞ୍ଜୁରୀ ମିଳି ସାରିଛି। ସେହିପରି ପ୍ରଥମ ଭାଗ ରାସ୍ତାଟି ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କୋଣାର୍କ, ଅସ୍ତରଙ୍ଗ, ନାଉଗାଁ, ପାରାଦୀପ ପୋର୍ଟ ଇତ୍ୟାଦି ଅଞ୍ଚଳର ପ୍ରାୟ ୧୦୦ଟି ଗାଁକୁ ସଂଯୋଗ କରୁଥିବା ବେଳେ ଏଥିପାଇଁ ମୋଟ ୭୯୭ ହେକ୍ଟର ଜମି ଅଧିଗ୍ରହଣ କରିବାର ଆବଶ୍ୟକତା ରହିଛି ଏହା ମଧ୍ୟରୁ ୫୪୨ ହେକ୍ଟର ବ୍ୟତିଗତ ଜମି ରହିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଛଉ ନୃତ୍ୟଗୁରୁ ପାଗୁଲୁ ଜେନାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ

ସେହିପରି ଟାଙ୍ଗୀ-ରତନପୁର ପ୍ରସ୍ତାବିତ ରାସ୍ତା ପାଇଁ ୨୦ଟି ବୃହତ ପୋଲ ଏବଂ ୬୯ଟି କ୍ଷୁଦ୍ର ପୋଲ ନିର୍ମାଣ ସହିତ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ମଧ୍ୟ ଏହା ମଧ୍ୟରେ ରହିଥିବା ବେଳେ ଏହି ପ୍ରଥମ ଭାଗ ରାସ୍ତା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏ ବାବଦରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ରାଜପଥର ବାରମ୍ୱାର ରୂପରେଖ ବଦଳୁଥିବାରୁ ଏହାର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଭାଗ ରାସ୍ତା ନିର୍ମାଣ ହୋଇ ପାରିବ କି ନାହିଁ। କାରଣ ଏହି ରାଜପଥ ଚିଲିକା ଭଳି ସାତପଡ଼ା ଅଭୟାରଣ୍ୟ ସହିତ ସମୁଦ୍ର ବେଳାଭୂମିକୁ ଲାଗି ନିର୍ମାଣ ହେବାକୁ ଥିବାବେଳେ ଏଠାରେ ଆଉ ପରିବେଶ ଜନିତ ସମସ୍ୟା ଉପୁଜିବ ନାହିଁ ତ? ଏହି ରାଜପଥ ନିର୍ମାଣ ପ୍ରକଳ୍ପ ପରିବେଶ ମଞ୍ଜୁରୀ ଆଳରେ ଅଟକିଯିବନି ତ? ଅନ୍ୟପକ୍ଷରେ ୬ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଏହି ପ୍ରସ୍ତାବିତ ରାଜପଥ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଶୁଭାରମ୍ଭ ହୋଇପାରି ନଥିବା ବେଳେ ତୃତୀୟ ଭାଗ ରାସ୍ତା ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରୁ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବେଳାଭୂମି, ବାଲିଆପାଳ ଡଗରା ବେଳାଭୂମି, ଭୋଗରାଇ ବ୍ଲକ ତାଳସାରି-ଉଦୟପୁର ବେଳାଭୂମି ପାର୍ଶ୍ବ ଦେଇ ପଶ୍ଚିମବଙ୍ଗ ଦୀଘା କୁ ପହଁଚିବ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

11 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର