ଚତୁର୍ଥରୁ ଦ୍ୱାଦଶ ଛାତ୍ରଛାତ୍ରୀ ଶିଖିବେ ଦୁର୍ବିପାକ ମୁକାବିଲା କୌଶଳ, ନୂଆ ଶିକ୍ଷାବର୍ଷରୁ ବିପର୍ଯ୍ୟୟ ପରିଚାଳନା ପାଠ

The Sakala Picture
Published On

ଭୁବନେଶ୍ୱର : ନୂଆ ଶିଷା ବର୍ଷରୁ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀ ବିପର୍ଯ୍ୟୟ ପରିଚାଳନାର ପାଠ ପଢ଼଼ିବେ। ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏଁ ଏସସିଇଆରଟି, ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରୁଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶା ସରକାରଙ୍କ କ୍ୟାବିନେଟ ନିଷ୍ପତି ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରାଥମିକରୁ ଉଚ୍ଚ […]

ଭୁବନେଶ୍ୱର : ନୂଆ ଶିଷା ବର୍ଷରୁ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀ ବିପର୍ଯ୍ୟୟ ପରିଚାଳନାର ପାଠ ପଢ଼଼ିବେ। ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏଁ ଏସସିଇଆରଟି, ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରୁଛି। ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

ଓଡ଼ିଶା ସରକାରଙ୍କ କ୍ୟାବିନେଟ ନିଷ୍ପତି ଅନୁଯାୟୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମକୁ ପ୍ରସ୍ତୁତ କରାଯାଉଛି। ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ପାଠ୍ୟ ପୁସ୍ତକ ଲାଗି ଏସ୍‍ସିଇଆରଟିକୁ ଦାୟିତ୍ୱ ଦିଆଯାଇଥିବାବେଳେ ମାଧ୍ୟମିକସ୍ତର ପାଇଁ ବିଏସ୍‍ଇ ଓ ଉଚ୍ଚ ମାଧ୍ୟମିକ ସ୍ତର ପାଇଁ ସିଏଚଏସଇକୁ ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ପିଲାଙ୍କ ପୁସ୍ତକ ପାଇଁ ପାଠ୍ୟ ସାରଣୀ ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ ହୋଇ ବହି ପ୍ରିଣ୍ଟିଂ ପାଇଁ ପାଠ୍ୟ ପୁସ୍ତକ ମୁଦ୍ରଣ ଓ ବିପଣନ ନିର୍ଦ୍ଦେଶାଳୟକୁ ଏସସିଇଆରଟି ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ପାଠ୍ୟ ପୁସ୍ତକ ମୁଦ୍ରଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏସସିଇଆରଟିର ନିର୍ଦ୍ଦେଶକ ସନତ କୁମାର ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରାଥମିକ ଶ୍ରେଣୀରେ ପିଲାଙ୍କୁ କେବଳ ବିପର୍ଯ୍ୟୟ ସମ୍ପର୍କରେ ସମ୍ୟକ ଜ୍ଞାନ ଦିଆଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କୋର୍ସ ସ୍ଥାନ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତାହାର ପାଠ୍ୟକ୍ରମ ପ୍ରସ୍ତୁତ କରୁଥିବାବେଳେ ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି, ସେଥିରେ ଏହି ପାଠ୍ୟକ୍ରମ ସାମିଲ ହେବ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା: ଅକ୍ଟୋବର ୨୪ ସୁଦ୍ଧା ଉପକୂଳକୁ ଫେରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର