କେନ୍ଦ୍ରାପଡ଼ାରେ ଲଜ୍ଜ୍ୟା: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

Madhusudan Das Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଲଜ୍ଜ୍ୟା । ପୁଣି ଗୁରୁ ନାଁରେ ଆସିଲା କଳଙ୍କର ଅଭିଯୋଗ । ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଛାତ୍ରୀ ଜଣକ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ, ସ୍କୁଲର ୪ ଜଣ ଶିକ୍ଷକ ଦୀର୍ଘ ଦିନ ହେବ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଏଭଳି ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ। ଏପରିକି ୪ ଜଣ ଶିକ୍ଷକଙ୍କୁ ସହଯୋଗ କରୁଥିଲେ ସ୍କୁଲର ଜଣେ ଶିକ୍ଷୟିତ୍ରୀ।

ଆହୁରି ପଢ଼ନ୍ତୁ: ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଦୁଇ ମାସ ପରେ ବି ନ୍ୟାୟ ଅପେକ୍ଷାରେ ୯୦ ବର୍ଷୀୟା ବୃଦ୍ଧା

ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ମା'ଙ୍କ ଆଗରେ ସବୁ କଥା କହିଥିଲେ ।  ଛାତ୍ରୀଙ୍କ ବାପା ରାଜ୍ୟ ବାହାରେ ଚାକିରି କରୁଥିବାରୁ, ସେ ଘରକୁ ଫେରିବା ପରେ ଗତ ୧୮ ତାରିଖରେ ଶିଶୁ ମଙ୍ଗଳ କମିଟି (CWC) ରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏକ ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚିବା ପରେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଅନ୍ୟପଟେ ଏହି ଗୁରୁତର ଅଭିଯୋଗକୁ ଭିତ୍ତି କରି ପୋଲିସ ଆଜି ସକାଳୁ ଉକ୍ତ ସ୍କୁଲର ୪ ଜଣ ଶିକ୍ଷକଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି ଏବଂ ସେମାନଙ୍କୁ ପଚରାଉଚରା ଜାରି ରଖିଛି । 

ଆହୁରି ପଢ଼ନ୍ତୁ: ପ୍ରେମିକାଙ୍କୁ ପାଇବା ପାଇଁ ୪ କି.ମି ରାସ୍ତାରେ ଧାରଣା ପଡିପଡି ମନ୍ଦିରରେ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp