ମନୋରଞ୍ଜନ
କରୋନାରେ ଆଖିବୁଜିଲେ ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ୱର୍ଗତଃ ମିଶ୍ର ୧୯୮୫ ମସିହାରୁ ୧୯୯୦ ମସିହା ପର୍ୟ୍ୟନ୍ତ କଂଗ୍ରେସରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଧାୟକ ରହିଥିଲେ। ସେ କେବଳ ଯେ ରାଜନେତା ଥିଲେ ତା ନୁହେଁ […]
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ମଙ୍ଗଳବାର ଦିନ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ
ସ୍ୱର୍ଗତଃ ମିଶ୍ର ୧୯୮୫ ମସିହାରୁ ୧୯୯୦ ମସିହା ପର୍ୟ୍ୟନ୍ତ କଂଗ୍ରେସରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଧାୟକ ରହିଥିଲେ। ସେ କେବଳ ଯେ ରାଜନେତା ଥିଲେ ତା ନୁହେଁ ସ୍ୱର୍ଗତ ମିଶ୍ର ଜଣେ ଅଭିନେତା ଭାବେ ମଧ୍ୟ ଜଣାଶୁଣା ଥିଲେ । ସେ ‘ଅମଡାବାଟ’ ସିନେମାର ନାୟକ ଥିଲେ। ଏହାବ୍ୟତୀତ ହୀନ୍ଦି ଫିଲ୍ମ ‘ଭିଗି ପଲକେଂ’ରେ ମଧ୍ୟ ଅଭିନୟ କରିଥିଲେ । ତେବେ ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।






