ମନୋରଞ୍ଜନ
ଓଡ଼ିଶା
ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଆଜି (ଗୁରୁବାର) ମିଶ୍ରଙ୍କ ଦେହାନ୍ତ ନେଇ ମିଳିଛି ସୂଚନା । ୨୦୦୩ରେ ଉମାଶଙ୍କର ମିଶ୍ର ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ହେଉଛନ୍ତି ଉମାଶଙ୍କର ମିଶ୍ର। ଏକମାତ୍ର ଓଡିଆ ଆଇପିଏସ ଅଧିକାରୀ ଭାବରେ ସିବିଆଇ ନିର୍ଦେଶକ ଦାୟିତ୍ବ ତୁଲାଇଥିଲେ ଉମାଶଙ୍କର ମିଶ୍ର । ସିବିଆଇ ନିର୍ଦ୍ଦେଶକ ଥିବାବେଳେ ଉମାଶଙ୍କର ମିଶ୍ର ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ […]
ଭୁବନେଶ୍ୱର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଆଜି (ଗୁରୁବାର) ମିଶ୍ରଙ୍କ ଦେହାନ୍ତ ନେଇ ମିଳିଛି ସୂଚନା । ୨୦୦୩ରେ ଉମାଶଙ୍କର ମିଶ୍ର ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ହେଉଛନ୍ତି ଉମାଶଙ୍କର ମିଶ୍ର। ଏକମାତ୍ର ଓଡିଆ ଆଇପିଏସ ଅଧିକାରୀ ଭାବରେ ସିବିଆଇ ନିର୍ଦେଶକ ଦାୟିତ୍ବ ତୁଲାଇଥିଲେ ଉମାଶଙ୍କର ମିଶ୍ର ।
ଆହୁରି ପଢ଼ନ୍ତୁ: 'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'
ସିବିଆଇ ନିର୍ଦ୍ଦେଶକ ଥିବାବେଳେ ଉମାଶଙ୍କର ମିଶ୍ର ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ ଧରା ଯାଇପାରିଥିଲା। ଆବୁ ସାଲେମକୁ ସେ ସମୟରେ ପର୍ତ୍ତୁଗାଲରୁ ଭାରତକୁ ଆଣିବାରେ ଉମାଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଉମାଶଙ୍କର ଅବସର ନେବା ପରେ ଏକ ଓଡ଼ିଆ ଖବର କାଗଜର ସମ୍ପାଦକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ମଧ୍ୟ ରହିଥିଲେ।






