ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

The Sakala Picture
Published On

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା। ଝାରସୁଗୁଡ଼ା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସଧାସଲଖ ଚେନ୍ନାଇ ପାଇଁ ବିମାନ ସେବା ଆରମ୍ଭ ହୋଇଛି। ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ଜେଟ୍ ପକ୍ଷରୁ ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିମାନସେବା ସପ୍ତାହକ ୭ ଦିନ ଯାକ ଚାଲିବ ବୋଲି ଜଣାପଡିଛି। ଆଜି ଅପରାହ୍ନ ୩ଟା ୨୦ରେ ଚେନ୍ନାଇରୁ ପ୍ରଥମ ବିମାନରେ ୯୭ ଜଣ ଯାତ୍ରୀ ଆସି ଝାରସୁଗୁଡାରେ ଅବତରଣ କରିଥିଲା। ଏହାପରେ ଅପରାହ୍ନ ୩ଟା […]

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା। ଝାରସୁଗୁଡ଼ା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସଧାସଲଖ ଚେନ୍ନାଇ ପାଇଁ ବିମାନ ସେବା ଆରମ୍ଭ ହୋଇଛି। ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ଜେଟ୍ ପକ୍ଷରୁ ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିମାନସେବା ସପ୍ତାହକ ୭ ଦିନ ଯାକ ଚାଲିବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ସ୍ମାରକପତ୍ର: ସ୍ୱଚ୍ଛ, ତ୍ରୁଟିଶୂନ୍ୟ ହେଉ ଏସ୍‌ଆଇଆର୍‌ ପ୍ରକ୍ରିୟା

ଆଜି ଅପରାହ୍ନ ୩ଟା ୨୦ରେ ଚେନ୍ନାଇରୁ ପ୍ରଥମ ବିମାନରେ ୯୭ ଜଣ ଯାତ୍ରୀ ଆସି ଝାରସୁଗୁଡାରେ ଅବତରଣ କରିଥିଲା। ଏହାପରେ ଅପରାହ୍ନ ୩ଟା ୫୦ରେ ବିମାନରେ ଝାରସୁଗୁଡ଼ାରୁ ୮୪ ଜଣ ଯାତ୍ରୀ ନେଇ ଚେନ୍ନାଇ ଯାତ୍ରା କରିଥିଲା। ସମୟ ସାରଣୀ ଅନୁସାରେ ଏହି ବିମାନ ଅପରାହ୍ନ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ୩ଟା ୩୦ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ରାଜ୍ୟବାସୀଙ୍କୁ ଶୋଷୁଛନ୍ତି ସରକାର: ବିଜେଡି

ଏହି ବିମାନ ଚଳାଚଳ ଫଳରେ ରାଜ୍ୟର ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଭାରତର ସିଧାସଳଖ ଯୋଗାଯୋଗ ସମ୍ଭବପର ହୋଇପାରିଛି। ବିଶେଷକରି ଚେନ୍ନାଇରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭରଶୀଳ ଥିବା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରା କରିବାର ସୁବିଧା ମିଳିବ। ସେମାନଙ୍କୁ ଆଉ ରାୟପୁର କିମ୍ବା ଭୁବନେଶ୍ୱର ବିମାନ ବନ୍ଦର ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ।

ଆହୁରି ପଢ଼ନ୍ତୁ: ସୌମ୍ୟାଶ୍ରୀ ପରିବାରକୁ ବିଜେପି ଧୋକା ଦେଇଛି: ବିଜେଡି

02 Apr 2021 By The Sakala

ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହେଲା ବିମାନ ସେବା

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା। ଝାରସୁଗୁଡ଼ା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସଧାସଲଖ ଚେନ୍ନାଇ ପାଇଁ ବିମାନ ସେବା ଆରମ୍ଭ ହୋଇଛି। ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ଜେଟ୍ ପକ୍ଷରୁ ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିମାନସେବା ସପ୍ତାହକ ୭ ଦିନ ଯାକ ଚାଲିବ ବୋଲି ଜଣାପଡିଛି।

ଆଜି ଅପରାହ୍ନ ୩ଟା ୨୦ରେ ଚେନ୍ନାଇରୁ ପ୍ରଥମ ବିମାନରେ ୯୭ ଜଣ ଯାତ୍ରୀ ଆସି ଝାରସୁଗୁଡାରେ ଅବତରଣ କରିଥିଲା। ଏହାପରେ ଅପରାହ୍ନ ୩ଟା ୫୦ରେ ବିମାନରେ ଝାରସୁଗୁଡ଼ାରୁ ୮୪ ଜଣ ଯାତ୍ରୀ ନେଇ ଚେନ୍ନାଇ ଯାତ୍ରା କରିଥିଲା। ସମୟ ସାରଣୀ ଅନୁସାରେ ଏହି ବିମାନ ଅପରାହ୍ନ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ୩ଟା ୩୦ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ।

ଏହି ବିମାନ ଚଳାଚଳ ଫଳରେ ରାଜ୍ୟର ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଭାରତର ସିଧାସଳଖ ଯୋଗାଯୋଗ ସମ୍ଭବପର ହୋଇପାରିଛି। ବିଶେଷକରି ଚେନ୍ନାଇରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭରଶୀଳ ଥିବା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରା କରିବାର ସୁବିଧା ମିଳିବ। ସେମାନଙ୍କୁ ଆଉ ରାୟପୁର କିମ୍ବା ଭୁବନେଶ୍ୱର ବିମାନ ବନ୍ଦର ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର