ଜେଲରେ ବ୍ୟାପୁଛି HIV! ଝାରପଡ଼ା ପରେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ ପଜିଟିଭ ଚିହ୍ନଟ

Madhusudan Das Picture
Published On

କଟକ: ଝାରପଡା ଜେଲ୍ ପରେ ଏବେ ଚୌଦ୍ୱାର ମଣ୍ଡଳ କାରାଗାରରେ ୫ ଜଣ କଏଦୀ HIV ପଜିଟିଭ ଚିହ୍ନଟ ହୋଇଛନ୍ତି । ଚୌଦ୍ୱାର ମଣ୍ଡଳ କାରାଗାରରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଥିବାବେଳେ ଅନ୍ୟ ୩ ବିଚାରାଧୀନ କଏଦୀ ବୋଲି ସୂଚନା ଦେଇଛନ୍ତି ଜେଲ୍ ଅଧୀକ୍ଷକ ସୁଜିତ ରାଉଳ । ଶ୍ରୀ ରାଉଳ କହିଛନ୍ତି, ସେମାନଙ୍କୁ ଜେଲ୍‌ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଜଣେ ଡାକ୍ତର ଓ ୨ ଜଣ ଫାର୍ମାସିଷ୍ଟ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କଟକ ବଡ଼ମେଡିକାଲରେ ଥିବା ଏଆରଟି ସେଣ୍ଟରକୁ ମାସକୁ ଥରେ କିମ୍ବା ଦୁଇଥର ପଠାଯାଉଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଏଥିସହିତ ଯେଉଁମାନେ ବିଭିନ୍ନ ମାମଲାରେ ଜେଲ୍‌କୁ ଆସିଥାନ୍ତି ପ୍ରଥମେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରାଯାଇଥାଏ । କୌଣସି ସଂକ୍ରାମକ କିମ୍ବା ଅନ୍ୟ ଗୁରୁତର ରୋଗ ଚିହ୍ନଟ ହେଲେ, ସେହି ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଏବଂ ଆବଶ୍ୟକ ନିରୀକ୍ଷଣରେ ରଖାଯାଇଥାଏ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ୍ ରାଉଳ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର