ମରିଗଲାଣି ଧାନ ତଳି : ନିଅଣ୍ଟିଆ ବର୍ଷା ସାଙ୍ଗକୁ ସାର ଅଭାବ ବଢ଼ାଉଛି ଚାଷୀର ଚିନ୍ତା

The Sakala Picture
Published On

ଭୁବନେଶ୍ୱର : ନିଅଣ୍ଟିଆ ବର୍ଷା ଏବଂ ସାରର ଅଭାବ ଏବେ ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ ହ୍ରାସ ପାଇଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଯେଉଁ ସ୍ଥାନରେ ରୁଆ ସରିଛି, ସେଠାରେ ପାଣିର ଅଭାବ ହେତୁ ତଳି ମରିବା ସ୍ଥିତି ସୃଷ୍ଟି ହୋଇଛି। ଏହାସହିତ ଅନେକ ସ୍ଥାନରେ ରୁଆ ବେଉଷଣ ପାଇଁ ପାଣିର ଅଭାବ ହେତୁ ଚାଷୀକୁଳ ବର୍ଷାକୁ ଅପେକ୍ଷା କରି ରହିଛି। […]

ଭୁବନେଶ୍ୱର : ନିଅଣ୍ଟିଆ ବର୍ଷା ଏବଂ ସାରର ଅଭାବ ଏବେ ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ ହ୍ରାସ ପାଇଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଯେଉଁ ସ୍ଥାନରେ ରୁଆ ସରିଛି, ସେଠାରେ ପାଣିର ଅଭାବ ହେତୁ ତଳି ମରିବା ସ୍ଥିତି ସୃଷ୍ଟି ହୋଇଛି। ଏହାସହିତ ଅନେକ ସ୍ଥାନରେ ରୁଆ ବେଉଷଣ ପାଇଁ ପାଣିର ଅଭାବ ହେତୁ ଚାଷୀକୁଳ ବର୍ଷାକୁ ଅପେକ୍ଷା କରି ରହିଛି। ଏସବୁ ଭିତରେ ରାଜ୍ୟର ଚାଷୀମାନଙ୍କ ପାଇଁ ସାରର ଅଭାବ ବଡ଼ ସମସ୍ୟା ସୃଷ୍ଟି କରିଛି। ରୁଆ ପରେ ଧାନଗଛ ବୃଦ୍ଧି ପାଇଁ ସାରର ଆବଶ୍ୟକତା ରହୁଥିବା ବେଳେ ପ୍ରତି ଜିଲ୍ଲାରେ ସାର ଉପଲବ୍ଧ କରାଇବାରେ ସରକାର ବିଫଳ ହେଉଛନ୍ତି। ଫଳରେ ଚାଷୀଙ୍କ ପାଇଁ ବର୍ଷା ସାଙ୍ଗକୁ ସାର ସମସ୍ୟା ଚିନ୍ତା ବଢ଼ାଇଛି।

ଆହୁରି ପଢ଼ନ୍ତୁ: ଅନ୍ଧବିଶ୍ୱାସର କରୁଣ ଚିତ୍ର: ଗୁଣିଆ କଥାରେ ପଡ଼ି ଜୀବନ୍ତ ନାଗ ସାପକୁ କାମୁଡ଼ି ମାରିଦେଲା ଯୁବକ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ରହିଛି। ଆସନ୍ତା ୧୩ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଲଘୁଚାପ ହେବ ଓ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ। ଗତ କିଛି ଦିନ ମଧ୍ୟରେ ବର୍ଷାର ସୁଷମ ବଣ୍ଟନ ହୋଇ ନ ଥିବାରୁ ଅନେକ ସ୍ଥାନରେ ରୁଆ ହୋଇପାରି ନାହିଁ। ଏଥିପାଇଁ ଅତି କମ୍‌ରେ ୧୦୦ ମିମି ବର୍ଷା ଆବଶ୍ୟକ ହେଉଛି। ତେବେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଋଆ ବେଉଷା ପାଇଁ ଆବଶ୍ୟକ ବର୍ଷାର ସମ୍ଭାବନା ଅଧିକ। ଦକ୍ଷିଣ ଉପକୂଳରେ ମଧ୍ୟ ୮୦-୧୦୦ ମିମି ବର୍ଷା ହେଲେ ଧାନ ଚାଷ ଆଗେଇବ। ମାତ୍ର ଏହି ଲଘୁଚାପ ଯୋଗୁଁ କୌଣସି ସ୍ଥାନରେ ଭାରି ବର୍ଷା ସମ୍ଭାବନା ନ ଥିଲେ ମଧ୍ୟ ୫-୬ ଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେତୁ ପାଣି ଉଠିପାରେ।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ନିଯୁକ୍ତ ହେବେ ଓଡ଼ିଶାର ନୂଆ ଲୋକାୟୁକ୍ତ, ସୂଚନା ଦେଲେ ମନ୍ତ୍ରୀ ସୁରେଶ ପୂଜାରୀ

ଅଗଷ୍ଟ ମାସରେ ରାଜ୍ୟରେ ଦିନକୁ ହାରାହାରି ବର୍ଷା ୧୧ ମିମି ଆବଶ୍ୟକ। ଏଣୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ୧୪୫-୧୫୦ ମିମି ବର୍ଷା ହେବା କଥା। ମଡେଲ୍‌ କହୁଛି ଏହି ଲଘୁଚାପ ଯୋଗୁଁ ଏତେ ବର୍ଷା ହୋଇ ନ ପାରେ। ଫଳତଃ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବର୍ଷା ସ୍ୱାଭାବିକ ବା ଅଧିକ ରହିଥିଲେ ମଧ୍ୟ ୨୦ ବେଳକୁ କେତେକ ଜିଲ୍ଲାରେ ନିଅଣ୍ଟିଆ ପରିସ୍ଥିତି ଉପୁଜିପାରେ। ରୁଆ ବେଉଷା ପାଇଁ ସମୟ ଅଛି ସତ, ଧାନ ତଳି ମରି ନାହିଁ। ଏଣୁ ଲଘୁଚାପ ବର୍ଷା ଯୋଗୁଁ ରୁଆ ବେଳେ ସାରାର ପର୍ଯ୍ୟାପ୍ତ ଉପଲବ୍ଧି ହେବା ଦରକାର। ଯଦି ବର୍ତ୍ତମାନର ନିଅଣ୍ଟିଆ କମିବ ନାହିଁ କିମ୍ବା ଅନ୍ୟ ଜିଲ୍ଲାରେ (ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା) ନିଅଣ୍ଟିଆ ବର୍ଷା ସୃଷ୍ଟି ହୁଏ, ତା’ର ଜରୁରୀକାଳୀନ ପଦକ୍ଷେପ ବର୍ତ୍ତମାନଠାରୁ ଠିକ୍‌ କରିବା ଆବଶ୍ୟକ ବୋଲି ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି, ୫ ଘଣ୍ଟା ଦର୍ଶନ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚାନା ଥାଉ କି, ବର୍ତ୍ତମାନ ସାମଗ୍ରିକ ଭାବେ ରାଜ୍ୟରେ ୨ ପ୍ରତିଶତ୍‌ ନିଅଣ୍ଟିଆ ବର୍ଷା ରହିଛି। ଜିଲ୍ଲାୱାରୀ ଦେଖିଲେ ଏବେ ୯ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ କମ୍‌ ବର୍ଷା ହୋଇଛି। ଖୋର୍ଦ୍ଧା, ପୁରୀ ସମେତ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର ଓ ନୂଆପଡ଼ାରେ ନିଅଣ୍ଟିଆ ପରିମାଣ ୨୧ ପ୍ରତିଶତରୁ ଆରମ୍ଭ କରି ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ୧୩ ତାରିଖ ସୁଦ୍ଧା ବର୍ଷା ହେବା ପର୍ଯ୍ୟନ୍ତ ନିଅଣ୍ଟିଆର ପରିମାଣ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

09 Aug 2025 By The Sakala

ମରିଗଲାଣି ଧାନ ତଳି : ନିଅଣ୍ଟିଆ ବର୍ଷା ସାଙ୍ଗକୁ ସାର ଅଭାବ ବଢ଼ାଉଛି ଚାଷୀର ଚିନ୍ତା

ଭୁବନେଶ୍ୱର : ନିଅଣ୍ଟିଆ ବର୍ଷା ଏବଂ ସାରର ଅଭାବ ଏବେ ଚାଷୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ନିଷ୍କ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବହୁ ମାତ୍ରାରେ ହ୍ରାସ ପାଇଥିବା ବେଳେ ଚାଷ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଯେଉଁ ସ୍ଥାନରେ ରୁଆ ସରିଛି, ସେଠାରେ ପାଣିର ଅଭାବ ହେତୁ ତଳି ମରିବା ସ୍ଥିତି ସୃଷ୍ଟି ହୋଇଛି। ଏହାସହିତ ଅନେକ ସ୍ଥାନରେ ରୁଆ ବେଉଷଣ ପାଇଁ ପାଣିର ଅଭାବ ହେତୁ ଚାଷୀକୁଳ ବର୍ଷାକୁ ଅପେକ୍ଷା କରି ରହିଛି। ଏସବୁ ଭିତରେ ରାଜ୍ୟର ଚାଷୀମାନଙ୍କ ପାଇଁ ସାରର ଅଭାବ ବଡ଼ ସମସ୍ୟା ସୃଷ୍ଟି କରିଛି। ରୁଆ ପରେ ଧାନଗଛ ବୃଦ୍ଧି ପାଇଁ ସାରର ଆବଶ୍ୟକତା ରହୁଥିବା ବେଳେ ପ୍ରତି ଜିଲ୍ଲାରେ ସାର ଉପଲବ୍ଧ କରାଇବାରେ ସରକାର ବିଫଳ ହେଉଛନ୍ତି। ଫଳରେ ଚାଷୀଙ୍କ ପାଇଁ ବର୍ଷା ସାଙ୍ଗକୁ ସାର ସମସ୍ୟା ଚିନ୍ତା ବଢ଼ାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ରହିଛି। ଆସନ୍ତା ୧୩ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଲଘୁଚାପ ହେବ ଓ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ। ଗତ କିଛି ଦିନ ମଧ୍ୟରେ ବର୍ଷାର ସୁଷମ ବଣ୍ଟନ ହୋଇ ନ ଥିବାରୁ ଅନେକ ସ୍ଥାନରେ ରୁଆ ହୋଇପାରି ନାହିଁ। ଏଥିପାଇଁ ଅତି କମ୍‌ରେ ୧୦୦ ମିମି ବର୍ଷା ଆବଶ୍ୟକ ହେଉଛି। ତେବେ ସମ୍ଭାବ୍ୟ ଲଘୁଚାପ ଯୋଗୁଁ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଋଆ ବେଉଷା ପାଇଁ ଆବଶ୍ୟକ ବର୍ଷାର ସମ୍ଭାବନା ଅଧିକ। ଦକ୍ଷିଣ ଉପକୂଳରେ ମଧ୍ୟ ୮୦-୧୦୦ ମିମି ବର୍ଷା ହେଲେ ଧାନ ଚାଷ ଆଗେଇବ। ମାତ୍ର ଏହି ଲଘୁଚାପ ଯୋଗୁଁ କୌଣସି ସ୍ଥାନରେ ଭାରି ବର୍ଷା ସମ୍ଭାବନା ନ ଥିଲେ ମଧ୍ୟ ୫-୬ ଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେତୁ ପାଣି ଉଠିପାରେ।

ଅଗଷ୍ଟ ମାସରେ ରାଜ୍ୟରେ ଦିନକୁ ହାରାହାରି ବର୍ଷା ୧୧ ମିମି ଆବଶ୍ୟକ। ଏଣୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ୧୪୫-୧୫୦ ମିମି ବର୍ଷା ହେବା କଥା। ମଡେଲ୍‌ କହୁଛି ଏହି ଲଘୁଚାପ ଯୋଗୁଁ ଏତେ ବର୍ଷା ହୋଇ ନ ପାରେ। ଫଳତଃ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବର୍ଷା ସ୍ୱାଭାବିକ ବା ଅଧିକ ରହିଥିଲେ ମଧ୍ୟ ୨୦ ବେଳକୁ କେତେକ ଜିଲ୍ଲାରେ ନିଅଣ୍ଟିଆ ପରିସ୍ଥିତି ଉପୁଜିପାରେ। ରୁଆ ବେଉଷା ପାଇଁ ସମୟ ଅଛି ସତ, ଧାନ ତଳି ମରି ନାହିଁ। ଏଣୁ ଲଘୁଚାପ ବର୍ଷା ଯୋଗୁଁ ରୁଆ ବେଳେ ସାରାର ପର୍ଯ୍ୟାପ୍ତ ଉପଲବ୍ଧି ହେବା ଦରକାର। ଯଦି ବର୍ତ୍ତମାନର ନିଅଣ୍ଟିଆ କମିବ ନାହିଁ କିମ୍ବା ଅନ୍ୟ ଜିଲ୍ଲାରେ (ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା) ନିଅଣ୍ଟିଆ ବର୍ଷା ସୃଷ୍ଟି ହୁଏ, ତା’ର ଜରୁରୀକାଳୀନ ପଦକ୍ଷେପ ବର୍ତ୍ତମାନଠାରୁ ଠିକ୍‌ କରିବା ଆବଶ୍ୟକ ବୋଲି ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ସୂଚାନା ଥାଉ କି, ବର୍ତ୍ତମାନ ସାମଗ୍ରିକ ଭାବେ ରାଜ୍ୟରେ ୨ ପ୍ରତିଶତ୍‌ ନିଅଣ୍ଟିଆ ବର୍ଷା ରହିଛି। ଜିଲ୍ଲାୱାରୀ ଦେଖିଲେ ଏବେ ୯ଟି ଜିଲ୍ଲାରେ ସ୍ୱାଭାବିକ ତୁଳନାରେ କମ୍‌ ବର୍ଷା ହୋଇଛି। ଖୋର୍ଦ୍ଧା, ପୁରୀ ସମେତ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗିର ଓ ନୂଆପଡ଼ାରେ ନିଅଣ୍ଟିଆ ପରିମାଣ ୨୧ ପ୍ରତିଶତରୁ ଆରମ୍ଭ କରି ୪୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ୧୩ ତାରିଖ ସୁଦ୍ଧା ବର୍ଷା ହେବା ପର୍ଯ୍ୟନ୍ତ ନିଅଣ୍ଟିଆର ପରିମାଣ ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର