ରାଜଧାନୀରେ ୧୦ ଦିନର ପୁଅକୁ ୧୦ ହଜାରରେ ବିକିଦେଲା ବାପା, ଉଦ୍ଧାର କଲା ଚାଇଲ୍ଡ ଲାଇନ୍

The Sakala Picture
Published On

ରାଜଧାନୀରେ ଶିଶୁ ବିକ୍ରି ଘଟଣା । ଭୁବନେଶ୍ୱରରେ ୧୦ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଲା ରାକ୍ଷସ ବାପା । ଖାରବେଳନଗର ପୋଲିସ ସହଯୋଗରେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ […]

ରାଜଧାନୀରେ ଶିଶୁ ବିକ୍ରି ଘଟଣା । ଭୁବନେଶ୍ୱରରେ ୧୦ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି କରିଦେଲା ରାକ୍ଷସ ବାପା । ଖାରବେଳନଗର ପୋଲିସ ସହଯୋଗରେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ। ତେବେ ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ତେବେ ଶିଶୁଟିକୁ ପାଇବା ପାଇଁ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ ଓ ବିଭିନ୍ନ ଅଂଚଳରେ ଅନୁସନ୍ଧାନ କରିଥିଲା ଟିମ୍ । ଶିଶୁ ପୁତ୍ରକୁ କିଣିଥିବା ମହିଳାଙ୍କୁ ଅଟକ ରଖି ପଚରାଉଚରା ହୋଇଥିଲା । ଏହା ପରେ ସମସ୍ତ ସତ ସାମ୍ନାକୁ ଆସିଥିଲା । ନିଶା ପାଇଁ ୧୦ ଦିନର ଶିଶୁକୁ ତାର ବାପା ବିକିଥିଲା ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବେତନଟୀ ଆର ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ଠିକଣାରେ ଚଢ଼ାଉ

ମିଳିଥିବା ସୂଚନା ଅନୁଯାୟୀ ନିଶା ପାଇଁ ଶିଶୁପୁତ୍ରର ବାପା ନିଜ ଜନ୍ମକଲା ପୁଅକୁ ବିକି ଦେଇଛି । ମାତ୍ର ୧୦ ହଜାର ଟଙ୍କା ପାଇଁ ଦଶ ଦିନର ଶିଶୁ ପୁତ୍ରକୁ ବିକିବାକୁ ଫଛାଇ ନାହିଁ ବାପା । ସେପଟେ ଏବିଷୟରେ ଖବର ପାଇ ଖାରବେଳ ନଗର ପୋଲିସ ସହାୟତାରେ ସିଶୁ ସୁରକ୍ଷା କମିଟି ଶିଶୁପୁତ୍ର ଟିକୁ ଉଦ୍ଧାର କରିଛି ।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର