ମନୋରଞ୍ଜନ
ଓଡ଼ିଶା
ପରଲୋକରେ ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀ, ୭୫ ବର୍ଷ ବୟସରେ ଦେହାନ୍ତ
କଟକ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧି। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଜଣେ ରାଜନେତା ତଥା କବି ଭାବେ ସେ ପ୍ରସିଦ୍ଧି ହାସଲ କରିଥିଲେ । ୨୦୦୮ରୁ ୨୦୧୦ ଯାଏ ହୁସେନ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ ଏକାଧିକ ପୁସ୍ତକ ଲେଖିଥିଲେ। ହୁସେନ ରବି ଗାନ୍ଧୀ ଗତ କିଛି […]
କଟକ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧି। ଏସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଜଣେ ରାଜନେତା ତଥା କବି ଭାବେ ସେ ପ୍ରସିଦ୍ଧି ହାସଲ କରିଥିଲେ । ୨୦୦୮ରୁ ୨୦୧୦ ଯାଏ ହୁସେନ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ‘ଉତ୍କଳ ପ୍ରସଙ୍ଗ’ର ଥିଲେ ସମ୍ପାଦକ। ସାହିତ୍ୟ କ୍ଷେତ୍ରରେ ସେ ଏକାଧିକ ପୁସ୍ତକ ଲେଖିଥିଲେ। ହୁସେନ ରବି ଗାନ୍ଧୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲି ଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।
ବିଜେଡିର ଜଣେ ତୁଙ୍ଗ ନେତା ଭାବେ ମଧ୍ୟ ହୁସେନ ରବି ଗାନ୍ଧୀ କାମ କରିଥିଲେ। ୧୯୯୮ରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ । ୧୯୯୪ ମସିହାରେ ତାଙ୍କୁ କଟକ ମେୟରଙ୍କ ଦ୍ୱାରା “ବିପ୍ଳବୀ ଲୋକ କବି”ର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ ।
ହୁସେନ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗାଁର ମୁଫତିବାଗରେ ତାରାକୋଟର ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ମହମ୍ମଦ ମୋଜାମିଲ ହୁସେନଙ୍କ ଜ୍ୟେଷ୍ଠ ପୁତ୍ର ଏବଂ ତାରାକୋଟ ରାଜ୍ୟର ଶେଷ ଶାସକ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂରଙ୍କ ନାତି। ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ। ସେ ୧୩ଟି ପୁସ୍ତକର ରଚୟିତା। ଏଥିମଧ୍ୟରେ ମୁକ୍ତ ପୂର୍ବାସା, ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ ଓ ଆଜିର ଗଳ୍ପ ଓ ଗଳ୍ପ ସମ୍ଭାର ଆଦି ବେଶ୍ ଚର୍ଚ୍ଚିତ। ହୁସେନ ରବି ଗାନ୍ଧୀ ‘ଉତ୍କଳ ପ୍ରସଙ୍ଗ’ର ବି ସଂପାଦନା କରିଥିଲେ।






