'ସୁଭଦ୍ରା' ଟଙ୍କା ନଦେବାରୁ ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ !

Madhusudan Das Picture
Published On

ଢେଙ୍କାନାଳ: ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା । ରାଜ୍ୟ ସରକାରଙ୍କ 'ସୁଭଦ୍ରା ଯୋଜନା'ରୁ ମିଳିଥିବା ଟଙ୍କା ନଦେବାରୁ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। କେବଳ ସେତିକି ନୁହେଁ, ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ପତ୍ନୀଙ୍କ ମୃତଦେହକୁ ଶୌଚାଳୟ ଟାଙ୍କିରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଐଣ୍ଡିପୁର ଜୁଆଙ୍ଗ ସାହିରେ ଘଟିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ସ୍ୱାମୀ ଜଣକ ନିୟମିତ ମଦ୍ୟପାନ କରୁଥିଲା। ସେ ନିଜ ସ୍ତ୍ରୀଙ୍କୁ ସୁଭଦ୍ରା ଯୋଜନା ବାବଦକୁ ପାଇଥିବା ଟଙ୍କା ମାଗିଥିଲା। ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ଏକ ଠେଙ୍ଗା ଓ କୋଦାଳ ସାହାଯ୍ୟରେ ସ୍ତ୍ରୀକୁ ନିର୍ଧୁମ ପିଟିଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟା ପରେ ପାପ ଲୁଚାଇବାକୁ ଯାଇ ଅଭିଯୁକ୍ତ ମୃତଦେହକୁ ଘର ପାଖରେ ଥିବା ଏକ ଶୌଚାଳୟ ଟାଙ୍କି ଭିତରେ ପୋତି ଦେଇଥିଲା।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ଘଟଣା ସମ୍ପର୍କରେ ଖବର ପାଇ ଢେଙ୍କାନାଳ ସଦର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହ ପୂରା ଘଟଣାକ୍ରମକୁ ବୁଝିବା ପାଇଁ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ (ଅପରାଧ ଦୃଶ୍ୟର ପୁନଃନିର୍ମାଣ) କରିଛି। ଅନ୍ୟପକ୍ଷରେ, ଏହି ବିଭତ୍ସ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଦ୍ୟପାନ ଏବଂ ପାରିବାରିକ କଳହ ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଛି। ପୋଲିସ ପକ୍ଷରୁ ଏହି ଘଟଣାର ଟିକିନିଖି ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର