ଶୁଦ୍ଧିକ୍ରିୟାର ମାସକ ପରେ ଘରକୁ ଫେରିଲେ ସ୍ୱାମୀ, ପୁଣି ଶଙ୍ଖା-ସିନ୍ଦୁର ନାଇଲେ ବିଧବା ସ୍ତ୍ରୀ...

Madhusudan Das Picture
Published On

ଢେଙ୍କାନାଳ/ହିନ୍ଦୋଳ: ଶୁଦ୍ଧିକ୍ରିୟାର ମାସକ ପରେ ଘରକୁ ଫେରିଲେ ସ୍ୱାମୀ, ପୁଣି ଶଙ୍ଖା-ସିନ୍ଦୁର ନାଇଲେ ବିଧବା ସ୍ତ୍ରୀ । ମାସକ ତଳେ ନିଖୋଜ ହୋଇଥିବା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ତଥା ବାଲିମି ଥାନା ବାର୍ଷିଙ୍ଗା ଗ୍ରାମର ଜଣେ ଯୁବକ ଏବେ ଘରକୁ ଫେରିଛନ୍ତି। ସେ ହେଲେ ଗ୍ରାମର ସନାତନ ନାଏକ (୨୯)। ଅନ୍ୟପଟେ ସନାତନଙ୍କ ନିଖୋଜର କିଛିଦିନ ପରେ ରାସୋଳ ଥାନା ଅଞ୍ଚଳରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ମୃତଦେହ ସନାତନଙ୍କର ବୋଲି ସନ୍ଦେହ କରି ପୁଲିସ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସନ୍ତାନ୍ତର କରିଥିଲା। ପରିବାର ଲୋକେ ଉକ୍ତ ମୃତଦେହ ସତ୍କାର କରିବା ସହ ସନାତନଙ୍କ ଶୁଦ୍ଧିକ୍ରିୟା ମଧ୍ୟ କରିଦେଇଥିଲେ। ଏବେ ସନାତନ ଫେରିଆସିବା ପରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ଆରମ୍ଭ ହେଲା ରଥଭଙ୍ଗା ନୀତି: ସର୍ବଶେଷରେ ଭଙ୍ଗାଯିବ ମହାପ୍ରଭୁଙ୍କ ନନ୍ଦିଘୋଷ

ସନାତନ ବିବାହିତ ହୋଇଥିବା ବେଳେ ତାଙ୍କର ସାମାନ୍ୟ ମାନସିକ ବିକୃତି ରହିଛି। ପରିବାରରେ ତାଙ୍କ ବାପା, ମାଆ ଓ ୩ ଭାଇ ଅଛନ୍ତି। ଗତ ଜୁଲାଇ ୧୭ ତାରିଖରୁ ସେ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ଲୋକେ ବାଲିମି ଥାନା ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିବା ସତ୍ତ୍ୱେ ସନାତନଙ୍କ ସନ୍ଧାନ ମିଳି ନ ଥିଲା। ତେବେ ସନାତନଙ୍କ ନିଖୋଜର ଠିକ୍‌ ୧୦ ଦିନ ପରେ ଜୁଲାଇ ୨୭ ତାରିଖ ରାସୋଳ ଥାନା କୁନୁଆଁ ଗାଁ ଧାନଜମିରୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ ହୋଇଥିଲା। ପୁଲିସ ଏହି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ସନାତନଙ୍କ ପରିବାରକୁ ହସ୍ତାନ୍ତର କରିଥିଲା। ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚିହ୍ନଟ କରିବା ସମ୍ଭବ ହୋଇ ନ ଥିଲା। ତେଣୁ ପରିବାର ଲୋକେ ବାଧ୍ୟହୋଇ ମୃତଦେହ ଗ୍ରହଣ କରିବା ସହ ସକ୍ରାର କରିଥିଲେ। ପରେ ପୁଅ ମରିଯାଇଥିବା ଭାବି ଶୁଦ୍ଧିକ୍ରିୟା ମଧ୍ୟ କରିଥିଲେ। ମାତ୍ର ମାସକ ପରେ ସନାତନ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଛନ୍ତି। ପୁଲିସର ଖାମଖିଆଲ ନୀତି ଯୋଗୁଁ ଏପରି ଘଟଣା ଘଟିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏ ସମ୍ପର୍କରେ ବାଲିମି ଥାନାଧିକାରୀ ଚାରୁଲତା ସାହୁଙ୍କୁ ଯୋଗାଯୋଗ କରିବାରେ, ଏଭଳି ଅଭିଯୋଗ ଆମ ଥାନାରେ ପୂର୍ବରୁ ହୋଇ ନ ଥିଲା ବୋଲି କହିଛନ୍ତି। ପ୍ରତିକ୍ରିୟା ପାଇଁ ରାସୋଳ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିବାରୁ ଯୋଗାଯୋଗ ସମ୍ଭବ ହୋଇନାହିଁ। ଅନ୍ୟପଟେ ସନାତନକୁ ଫେରି ପାଇବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଗଲା ପଞ୍ଚମ କିସ୍ତି, କୋଟିଏରୁ ଅଧିକ ମହିଳାଙ୍କୁ ମିଳିଲା ୫ ହଜାର ଟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର