ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ

Madhusudan Das Picture
Published On

ବାରିପଦା: ବନ୍ୟା ପାଣିରେ ଭାସିଗଲେ ଖବରକାଗଜ ବିକ୍ରେତା । ବନ୍ୟା ପାଣିରେ ଜଣେ ଖବର କାଗଜ ବିକ୍ରେତା ଭାସି ଯାଇଥିବାର ଖବର ସାମ୍ନାକୁ ଆସିଛି। ଖବରକାଗଜ ବିକ୍ରେତା ଜଣକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ଅଧୀନ ଆମ୍ବଡିହା ଗ୍ରାମର ଶଶିଧର ଗିରି(୬୫)। ପ୍ରତିଦିନ ଭଳି ଆଜି ସକାଳ ସମୟରେ ଖବରକାଗଜ ବିକ୍ରି କରିବାକୁ ଯାଇଥିବା ବେଳେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଆମଦାବେଡା-ନୂଆଗାଁ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପରିବାର ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଦୀର୍ଘ ସମୟ ଖୋଜାଖୋଜି ପରେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ମିଳି ନଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ଯାଞ୍ଚ; ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର