ମୌସୁମୀ ତଥା ବର୍ଷା ଦିନରେ ରାଜଧାନୀର ଜଳବନ୍ଦୀ ସମସ୍ୟା ମୁକାବିଲା ପାଇଁ ବିଏମ୍‌ସି ମେୟରଙ୍କ ଜରୁରୀ ବୈଠକ

The Sakala Picture
Published On

ଭୁବନେଶ୍ୱର : ଓଡିଶା ଛୁଇଁ ସାରିଛି ମୌସୁମୀ। ମୌସୁମୀ ଜନିତ ତଥା ବର୍ଷା ଦିନରେ ଭୁବନେଶ୍ୱର ସହରର ସବୁଠୁ ବଡ଼ ସମସ୍ୟା ହେଉଛି ଖାଲୁଆ ଅଞ୍ଚଳର ଜଳବନ୍ଦୀ ସମସ୍ୟା। ଯାହାକୁ ନେଇ ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।ତଥାପି ଆଜି ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ମୌସୁମୀ ପ୍ରସ୍ତୁତି ବୈଠକ ଡ଼ାକିଥିଲେ ଭୁବନେଶ୍ୱର ମହାନଗର ନିଗମ (ବଏମ୍‌ସି)ର ମେୟର  ସୁଲୋଚନା ଦାସ। ସମୟ ପୂର୍ବରୁ ପଙ୍କଉଦ୍ଧାର ସରିଯାଇଥିଲେ ହେଁ, […]

ଭୁବନେଶ୍ୱର : ଓଡିଶା ଛୁଇଁ ସାରିଛି ମୌସୁମୀ। ମୌସୁମୀ ଜନିତ ତଥା ବର୍ଷା ଦିନରେ ଭୁବନେଶ୍ୱର ସହରର ସବୁଠୁ ବଡ଼ ସମସ୍ୟା ହେଉଛି ଖାଲୁଆ ଅଞ୍ଚଳର ଜଳବନ୍ଦୀ ସମସ୍ୟା। ଯାହାକୁ ନେଇ ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।ତଥାପି ଆଜି ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ମୌସୁମୀ ପ୍ରସ୍ତୁତି ବୈଠକ ଡ଼ାକିଥିଲେ ଭୁବନେଶ୍ୱର ମହାନଗର ନିଗମ (ବଏମ୍‌ସି)ର ମେୟର  ସୁଲୋଚନା ଦାସ। ସମୟ ପୂର୍ବରୁ ପଙ୍କଉଦ୍ଧାର ସରିଯାଇଥିଲେ ହେଁ, ହଠାତ୍ ପଙ୍କ ଜମୁଥିବା ସ୍ଥାନକୁ ଯାଇ ତୁରନ୍ତ ପଙ୍କ ଉଦ୍ଧାର କରିବା ଏବଂ ଜଳବନ୍ଦୀ ସାମ୍ଭାବ୍ୟ ସ୍ଥାନଉପରେ କଡ଼ା ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଗୋଷ୍ଠୀ ସହଯୋଗ ଲୋଡ଼ିବା ପାଇଁ ଏହି ବୈଠକ ଅନୁଷ୍ଠିତହୋଇଛି।

ଆହୁରି ପଢ଼ନ୍ତୁ:  ବଦଳିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ସୂଚନାଯୋଗ୍ୟ କି, ଭୁବନେଶ୍ୱରରେ ମହାନଗର ନିଗମ ତରଫରୁ ଚିହ୍ନିତ ୩୧ ଗୋଟି ଜଳବନ୍ଦୀ ସ୍ଥାନର ସୁରକ୍ଷା ସହିତ ୭୫ ଗୋଟି ବିପଦପୂର୍ଣ୍ଣ ସ୍ଥାନ ଉପରେ କଡ଼ା ନଜର ରଖିପାରିଲେ ଆସନ୍ତା ମୌସୁମୀ ଜନିତ ଜଳବନ୍ଦୀ ସମସ୍ୟା ଲାଘବ ହେବ। ବି ଏମ୍ ସି ପକ୍ଷରୁ ୩୧ ଗୋଟି ସ୍ଥାନରେ ବି ଏମ୍ ସି ପମ୍ପ୍ ଏବଂ ଫାୟାର୍ ପମ୍ପ୍ ଲଗାଯାଇଥାଏ। ବି ଏମ୍ ସିର ନିଜପମ୍ପ ଏବଂ ଭଡା ପମ୍ପ୍ ମିଶାଇ ୧୫ ଗୋଟି ରହିଥିବା ବେଳେ ଅବଶିଷ୍ଟ ଫାୟାର୍ ପମ୍ପ୍ ଉପଯୋଗ କରାଯାଇଥାଏ। ଏ ଦିଗରେ କେବଳ ସରକାରୀ କଳ ନୁହେଁ ବରଂ ଗୋଷ୍ଠୀ ସହଯୋଗର ନିତାନ୍ତ ଏବଂ ସମୟ ଉପଯୋଗୀ ଆବଶ୍ୟକତା ରହିଛି। ସେହି ଉଦ୍ଦେଶ୍ୟରେ ଆଜି ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ ଏବଂ ଡ୍ରେନେଜ୍ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଦାସଙ୍କଉପସ୍ଥିତିରେ ମେୟର ଶ୍ରୀମତୀ ଦାସ ଗୋଷ୍ଠୀ ସହିତ ଜଡ଼ିତ ଥିବା ଅଭିଜ୍ଞ କର୍ପୋରେଟରଙ୍କୁ ନେଇ ବୈଠକରେ ଆଲୋଚନାକରିଛନ୍ତି।

ଆହୁରି ପଢ଼ନ୍ତୁ: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା

କର୍ପୋରେଟରମାନେ ନିଜ ଅଂଚଳର ବିପଦପୂର୍ଣ୍ଣ ସ୍ଥାନ ଏବଂ ଆବଶ୍ୟକୀୟ ସୁରକ୍ଷା ବାବଦରେ ସୂଚନା ଦେବାକୁ ମଧ୍ୟ କୁହାଯାଇଛି, ଯାହାକି କୌଣସି ସ୍ଥାନର ସ୍ଲାବ୍ ନଥିବା ବା ବ୍ୟାରିକେଡ଼ିଙ୍ଗ୍ ନଥିବା ଇତ୍ୟାଦିକୁ ପୂର୍ଣ୍ଣ ସହଯୋଗ କରି କର୍ପୋରେଟର ମାନେ ସ୍ଥାନୀୟ ନାଗରିକଙ୍କୁ ଏ ବାବଦରେ ସୂଚନା ଦେବା ଏବଂ କାର୍ଯ୍ୟ ପୂରଣ କରିବାରେ ସହଯୋଗ କରନ୍ତୁ କହି ଅନୁରୋଧ କରିଛନ୍ତି ମେୟର। ଉପସ୍ଥିତ କର୍ପୋରେଟରମାନେ କହିଥିଲେ ଯେ, ନିଜ ଅଂଚଳର ପୁଙ୍ଖାନୁପୁଙ୍ଖ ସୂଚନାନିୟୋଜିତ କର୍ମଚାରୀଙ୍କୁ ଜଣାଇଲେ କାର୍ଯ୍ୟ ପ୍ରଗତି ସୁଚାରୁରୂପେ ହୋଇପାରିବ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଦୋକାନକୁ ମାଡ଼ିଗଲା ପିକଅପ ଭ୍ୟାନ୍, ଜଣେ ମୃତ

ଅନ୍ୟ ପକ୍ଷରେ ସଂଯୁକ୍ତ ବିଭାଗ ଯାହାକି ୱାଟ୍‌କୋ, ପୂର୍ତ୍ତ ବିଭାଗ, ଟାଟା ପାୱାର୍ ଇତ୍ୟାଦିର ଦାୟିତ୍ୱରେ ଥିବା ଯନ୍ତ୍ରୀଏବଂ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ କରାଯିବ ଏବଂ ଦାୟିତ୍ୱ ନେଇଥିବା କର୍ପୋରେଟର୍ ତଥା ସ୍ଥାନୀୟ କର୍ପୋରେଟର୍ସମ୍ପୃକ୍ତ କର୍ମଚାରୀଙ୍କ ଯୋଗାଯୋଗରେ ରହି ଲୋକମାନଙ୍କ ସମସ୍ୟା ଦୂର କରିବାରେ ଏକ ଆଗ ଧାଡ଼ିର ଯୋଦ୍ଧା ରହି କାର୍ଯ୍ୟକରିବେ। ଫଳରେ ଗୋଷ୍ଠୀରେ ଜଳବନ୍ଦୀ ଜନିତ ଆଶଙ୍କା ଦୂର ହୋଇପାରିବ। ବର୍ଷା ବିତ୍ପାତରେ କୌଣସି ସମସ୍ୟାର ସମାଧାନ ନିମନ୍ତେ ନାଗରିକମାନେ ବି ଏମ୍ ସି ଏବଂ ଭୁବନେଶ୍ୱର ସ୍ମାର୍ଟସିଟିଲିମିଟେଡ଼୍ ତରଫରୁ କରାଯାଇଥିବା ଟୋଲ୍ ଫ୍ରି ନମ୍ବର ୧୯୨୯ ରେ ଫୋନ୍ କରି ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ନମ୍ବରରେ ଏକକାଳୀନ ଏକାଧିକ ବ୍ୟକ୍ତି ଫୋନ୍ ଗ୍ରହଣ କରିବାର ବ୍ୟବସ୍ଥା (ୱାର୍କ ଷ୍ଟେସନ୍) ରହିଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅଧିକ ସଂଖ୍ୟାରେ କରାଯିବ, ଯଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆସୁଥିବା କଲ୍କୁରେକର୍ଡ଼ କରି ଜଳବନ୍ଦୀ ସ୍ଥାନ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇପାରିବ। ଉପସ୍ଥିତ କର୍ପୋରେଟର୍ ମାନେ ଏ ଦିଗରେ ଅନ୍ୟ ସମସ୍ତ କର୍ପୋରେଟର୍ ଏବଂ ସ୍ଥାନୀୟ ଗୋଷ୍ଠୀ ପ୍ରତିନିଧିଙ୍କସହଯୋଗରେ ଏହାର ସମାଧାନ କରିବାକୁ ଆଗେଇଆସିଥିବାର ଜଣାପଡ଼ିଛି।

17 Jun 2022 By The Sakala

ମୌସୁମୀ ତଥା ବର୍ଷା ଦିନରେ ରାଜଧାନୀର ଜଳବନ୍ଦୀ ସମସ୍ୟା ମୁକାବିଲା ପାଇଁ ବିଏମ୍‌ସି ମେୟରଙ୍କ ଜରୁରୀ ବୈଠକ

ଭୁବନେଶ୍ୱର : ଓଡିଶା ଛୁଇଁ ସାରିଛି ମୌସୁମୀ। ମୌସୁମୀ ଜନିତ ତଥା ବର୍ଷା ଦିନରେ ଭୁବନେଶ୍ୱର ସହରର ସବୁଠୁ ବଡ଼ ସମସ୍ୟା ହେଉଛି ଖାଲୁଆ ଅଞ୍ଚଳର ଜଳବନ୍ଦୀ ସମସ୍ୟା। ଯାହାକୁ ନେଇ ବିଏମସି ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।ତଥାପି ଆଜି ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ମୌସୁମୀ ପ୍ରସ୍ତୁତି ବୈଠକ ଡ଼ାକିଥିଲେ ଭୁବନେଶ୍ୱର ମହାନଗର ନିଗମ (ବଏମ୍‌ସି)ର ମେୟର  ସୁଲୋଚନା ଦାସ। ସମୟ ପୂର୍ବରୁ ପଙ୍କଉଦ୍ଧାର ସରିଯାଇଥିଲେ ହେଁ, ହଠାତ୍ ପଙ୍କ ଜମୁଥିବା ସ୍ଥାନକୁ ଯାଇ ତୁରନ୍ତ ପଙ୍କ ଉଦ୍ଧାର କରିବା ଏବଂ ଜଳବନ୍ଦୀ ସାମ୍ଭାବ୍ୟ ସ୍ଥାନଉପରେ କଡ଼ା ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଗୋଷ୍ଠୀ ସହଯୋଗ ଲୋଡ଼ିବା ପାଇଁ ଏହି ବୈଠକ ଅନୁଷ୍ଠିତହୋଇଛି।

ସୂଚନାଯୋଗ୍ୟ କି, ଭୁବନେଶ୍ୱରରେ ମହାନଗର ନିଗମ ତରଫରୁ ଚିହ୍ନିତ ୩୧ ଗୋଟି ଜଳବନ୍ଦୀ ସ୍ଥାନର ସୁରକ୍ଷା ସହିତ ୭୫ ଗୋଟି ବିପଦପୂର୍ଣ୍ଣ ସ୍ଥାନ ଉପରେ କଡ଼ା ନଜର ରଖିପାରିଲେ ଆସନ୍ତା ମୌସୁମୀ ଜନିତ ଜଳବନ୍ଦୀ ସମସ୍ୟା ଲାଘବ ହେବ। ବି ଏମ୍ ସି ପକ୍ଷରୁ ୩୧ ଗୋଟି ସ୍ଥାନରେ ବି ଏମ୍ ସି ପମ୍ପ୍ ଏବଂ ଫାୟାର୍ ପମ୍ପ୍ ଲଗାଯାଇଥାଏ। ବି ଏମ୍ ସିର ନିଜପମ୍ପ ଏବଂ ଭଡା ପମ୍ପ୍ ମିଶାଇ ୧୫ ଗୋଟି ରହିଥିବା ବେଳେ ଅବଶିଷ୍ଟ ଫାୟାର୍ ପମ୍ପ୍ ଉପଯୋଗ କରାଯାଇଥାଏ। ଏ ଦିଗରେ କେବଳ ସରକାରୀ କଳ ନୁହେଁ ବରଂ ଗୋଷ୍ଠୀ ସହଯୋଗର ନିତାନ୍ତ ଏବଂ ସମୟ ଉପଯୋଗୀ ଆବଶ୍ୟକତା ରହିଛି। ସେହି ଉଦ୍ଦେଶ୍ୟରେ ଆଜି ନଗର ଯନ୍ତ୍ରୀ ଅରୁଣ କୁମାର ନାୟକ ଏବଂ ଡ୍ରେନେଜ୍ ଅଧିକ୍ଷଣ ଯନ୍ତ୍ରୀ ଗୌତମ ଦାସଙ୍କଉପସ୍ଥିତିରେ ମେୟର ଶ୍ରୀମତୀ ଦାସ ଗୋଷ୍ଠୀ ସହିତ ଜଡ଼ିତ ଥିବା ଅଭିଜ୍ଞ କର୍ପୋରେଟରଙ୍କୁ ନେଇ ବୈଠକରେ ଆଲୋଚନାକରିଛନ୍ତି।

କର୍ପୋରେଟରମାନେ ନିଜ ଅଂଚଳର ବିପଦପୂର୍ଣ୍ଣ ସ୍ଥାନ ଏବଂ ଆବଶ୍ୟକୀୟ ସୁରକ୍ଷା ବାବଦରେ ସୂଚନା ଦେବାକୁ ମଧ୍ୟ କୁହାଯାଇଛି, ଯାହାକି କୌଣସି ସ୍ଥାନର ସ୍ଲାବ୍ ନଥିବା ବା ବ୍ୟାରିକେଡ଼ିଙ୍ଗ୍ ନଥିବା ଇତ୍ୟାଦିକୁ ପୂର୍ଣ୍ଣ ସହଯୋଗ କରି କର୍ପୋରେଟର ମାନେ ସ୍ଥାନୀୟ ନାଗରିକଙ୍କୁ ଏ ବାବଦରେ ସୂଚନା ଦେବା ଏବଂ କାର୍ଯ୍ୟ ପୂରଣ କରିବାରେ ସହଯୋଗ କରନ୍ତୁ କହି ଅନୁରୋଧ କରିଛନ୍ତି ମେୟର। ଉପସ୍ଥିତ କର୍ପୋରେଟରମାନେ କହିଥିଲେ ଯେ, ନିଜ ଅଂଚଳର ପୁଙ୍ଖାନୁପୁଙ୍ଖ ସୂଚନାନିୟୋଜିତ କର୍ମଚାରୀଙ୍କୁ ଜଣାଇଲେ କାର୍ଯ୍ୟ ପ୍ରଗତି ସୁଚାରୁରୂପେ ହୋଇପାରିବ।

ଅନ୍ୟ ପକ୍ଷରେ ସଂଯୁକ୍ତ ବିଭାଗ ଯାହାକି ୱାଟ୍‌କୋ, ପୂର୍ତ୍ତ ବିଭାଗ, ଟାଟା ପାୱାର୍ ଇତ୍ୟାଦିର ଦାୟିତ୍ୱରେ ଥିବା ଯନ୍ତ୍ରୀଏବଂ ବିଭାଗୀୟ ଅଧିକାରୀଙ୍କୁ ନେଇ ବୈଠକ କରାଯିବ ଏବଂ ଦାୟିତ୍ୱ ନେଇଥିବା କର୍ପୋରେଟର୍ ତଥା ସ୍ଥାନୀୟ କର୍ପୋରେଟର୍ସମ୍ପୃକ୍ତ କର୍ମଚାରୀଙ୍କ ଯୋଗାଯୋଗରେ ରହି ଲୋକମାନଙ୍କ ସମସ୍ୟା ଦୂର କରିବାରେ ଏକ ଆଗ ଧାଡ଼ିର ଯୋଦ୍ଧା ରହି କାର୍ଯ୍ୟକରିବେ। ଫଳରେ ଗୋଷ୍ଠୀରେ ଜଳବନ୍ଦୀ ଜନିତ ଆଶଙ୍କା ଦୂର ହୋଇପାରିବ। ବର୍ଷା ବିତ୍ପାତରେ କୌଣସି ସମସ୍ୟାର ସମାଧାନ ନିମନ୍ତେ ନାଗରିକମାନେ ବି ଏମ୍ ସି ଏବଂ ଭୁବନେଶ୍ୱର ସ୍ମାର୍ଟସିଟିଲିମିଟେଡ଼୍ ତରଫରୁ କରାଯାଇଥିବା ଟୋଲ୍ ଫ୍ରି ନମ୍ବର ୧୯୨୯ ରେ ଫୋନ୍ କରି ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହି ନମ୍ବରରେ ଏକକାଳୀନ ଏକାଧିକ ବ୍ୟକ୍ତି ଫୋନ୍ ଗ୍ରହଣ କରିବାର ବ୍ୟବସ୍ଥା (ୱାର୍କ ଷ୍ଟେସନ୍) ରହିଥିବାବେଳେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅଧିକ ସଂଖ୍ୟାରେ କରାଯିବ, ଯଦ୍ୱାରା ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆସୁଥିବା କଲ୍କୁରେକର୍ଡ଼ କରି ଜଳବନ୍ଦୀ ସ୍ଥାନ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା କରାଯାଇପାରିବ। ଉପସ୍ଥିତ କର୍ପୋରେଟର୍ ମାନେ ଏ ଦିଗରେ ଅନ୍ୟ ସମସ୍ତ କର୍ପୋରେଟର୍ ଏବଂ ସ୍ଥାନୀୟ ଗୋଷ୍ଠୀ ପ୍ରତିନିଧିଙ୍କସହଯୋଗରେ ଏହାର ସମାଧାନ କରିବାକୁ ଆଗେଇଆସିଥିବାର ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର