ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର, ଏପ୍ରିଲ ୪ରୁ ଲାଗୁ ହେବ ନୂଆ ଦର

The Sakala Picture
Published On

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ  କଲେ ଓଇଆରସି।ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ୟୁନିଟ ପିଛା ବିଦ୍ୟୁତ ଦର ବୃଦ୍ଧି କରାଯାଇଛି । ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ସେପଟେ ଏପ୍ରିଲ ୪ ରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁହେବା ନେଇ ମଧ୍ୟ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ । କିନ୍ତୁ […]

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ  କଲେ ଓଇଆରସି।ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ୟୁନିଟ ପିଛା ବିଦ୍ୟୁତ ଦର ବୃଦ୍ଧି କରାଯାଇଛି । ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ସେପଟେ ଏପ୍ରିଲ ୪ ରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁହେବା ନେଇ ମଧ୍ୟ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ । କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ 'ଗୁଣ୍ଡାରାଜ': ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ସେପଟେ ପ୍ରିପେଡ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ରହିବ । ବଢିଥିବା ନୂଆ ବିଲରୁ ବାଦ ପଡିବେ କୃଷି ଏବଂ ବିପିଏଲ ପରିସରଭୁକ୍ତ ଲୋକେ । ଅର୍ଥାତ କୃଷି ଏବଂ ବିପିଏଲ ଶ୍ରେଣୀ ପରିସରଭୁକ୍ତ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବନାହିଁ । ବିତରଣ ତାରିଫରେ ୩ ପଇସା ବୃଦ୍ଧି କରାଯାଇଛି । ୨୫ ପଇସାରୁ ୨୮ ପଇସା ହୋଇଛି ବିତରଣ ତାରିଫ ଦର । ନୂଆ ବୃଦ୍ଧି ନେଇ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ଆହୁରି ପଢ଼ନ୍ତୁ: ଆଜାଦ ନଗର ବୋମା ବିସ୍ଫୋରଣ ମାମଲା: ଏୟାରଫିଲ୍ଡ ଥାନାରେ NIA ଟିମ୍, ଜବତ ସନ୍ଦିଗ୍ଧ ସ୍କୁଟିକୁ ନେଇ ଛାନଭିନ୍

ସୂଚନା ମୁତାବକ ପୂର୍ବରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ରହିଥିଲା ୨ଟଙ୍କା ୭୦ ପଇସା । କିନ୍ତୁ ଯଦି ଏହି ନୂଆ ଦର ଲାଗୁ ହୁଏ ତେବେ ୫୦ ୟୁନିଟ ପର୍ୟ୍ୟନ୍ତ ୟୁନିଟ ପିଛା ଦର ହେବ ୩ ଟଙ୍କା ୫୧ ପଇସା । ସେହିପରି ୨୦୦ ୟୁନିଟ ପର୍ଯ୍ୟନ୍ତ ୪ଟଙ୍କା ୫୦ ପଇସା ଥିଲାବେଳେ ଏହା ବୃଦ୍ଧି ଘଟି ୪.୮୦ ହେବ । ବର୍ତ୍ତମାନ ୨୦୧-୪୦୦ ୟୁନିଟ ପିଛା ଦର ରହିଛି ୫.୫୦ ପଇସା ଏବଂ ନୂଆ ଦର ଲାଗୁହେଲେ ୫.୮୦ ପଇସା ହେବ । ସେହିପରି ୪୦୦ ୟୁନିଟରୁ ଅଧିକ ୟୁନିଟ ପିଛା ଦର ୫.୯୦ ଫଇସା ରହିଥିବା ବେଳେ ବର୍ଦ୍ଧିତ ଦର ଅନୁଯାୟୀ ଏହା ୬.୨୦ ପଇସା ହେବ ବୋଲି ସୂଚନା ଦେଇଛି ଓଇଆରସି ।

ଆହୁରି ପଢ଼ନ୍ତୁ: ଦୟାନଦୀ କୂଳରେ ଶାନ୍ତିର ପ୍ରତୀକ ଭଗବାନ ଗୌତମ ବୁଦ୍ଧଙ୍କ ବିରାଟକାୟ ବାଲୁକାକଳା

27 Mar 2021 By The Sakala

ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର, ଏପ୍ରିଲ ୪ରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ବର : ସମଗ୍ର ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ  କଲେ ଓଇଆରସି।ଗତବର୍ଷ ତୁଳନାରେ ୫.୬୦ ପ୍ରତିଶତ ୟୁନିଟ ପିଛା ବିଦ୍ୟୁତ ଦର ବୃଦ୍ଧି କରାଯାଇଛି । ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ସେପଟେ ଏପ୍ରିଲ ୪ ରୁ ଏହି ନୂଆ ବର୍ଦ୍ଧିତ ଦର ଲାଗୁହେବା ନେଇ ମଧ୍ୟ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ । କିନ୍ତୁ ବିପିଏଲ ଏବଂ ଜଳସେଚନ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିବ।

ସେପଟେ ପ୍ରିପେଡ ଗ୍ରାହକଙ୍କ ପାଇଁ ୨ ପ୍ରତିଶତ ରିହାତି ରହିବ । ବଢିଥିବା ନୂଆ ବିଲରୁ ବାଦ ପଡିବେ କୃଷି ଏବଂ ବିପିଏଲ ପରିସରଭୁକ୍ତ ଲୋକେ । ଅର୍ଥାତ କୃଷି ଏବଂ ବିପିଏଲ ଶ୍ରେଣୀ ପରିସରଭୁକ୍ତ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବନାହିଁ । ବିତରଣ ତାରିଫରେ ୩ ପଇସା ବୃଦ୍ଧି କରାଯାଇଛି । ୨୫ ପଇସାରୁ ୨୮ ପଇସା ହୋଇଛି ବିତରଣ ତାରିଫ ଦର । ନୂଆ ବୃଦ୍ଧି ନେଇ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ।

ସୂଚନା ମୁତାବକ ପୂର୍ବରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ରହିଥିଲା ୨ଟଙ୍କା ୭୦ ପଇସା । କିନ୍ତୁ ଯଦି ଏହି ନୂଆ ଦର ଲାଗୁ ହୁଏ ତେବେ ୫୦ ୟୁନିଟ ପର୍ୟ୍ୟନ୍ତ ୟୁନିଟ ପିଛା ଦର ହେବ ୩ ଟଙ୍କା ୫୧ ପଇସା । ସେହିପରି ୨୦୦ ୟୁନିଟ ପର୍ଯ୍ୟନ୍ତ ୪ଟଙ୍କା ୫୦ ପଇସା ଥିଲାବେଳେ ଏହା ବୃଦ୍ଧି ଘଟି ୪.୮୦ ହେବ । ବର୍ତ୍ତମାନ ୨୦୧-୪୦୦ ୟୁନିଟ ପିଛା ଦର ରହିଛି ୫.୫୦ ପଇସା ଏବଂ ନୂଆ ଦର ଲାଗୁହେଲେ ୫.୮୦ ପଇସା ହେବ । ସେହିପରି ୪୦୦ ୟୁନିଟରୁ ଅଧିକ ୟୁନିଟ ପିଛା ଦର ୫.୯୦ ଫଇସା ରହିଥିବା ବେଳେ ବର୍ଦ୍ଧିତ ଦର ଅନୁଯାୟୀ ଏହା ୬.୨୦ ପଇସା ହେବ ବୋଲି ସୂଚନା ଦେଇଛି ଓଇଆରସି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର