ରାଜ୍ଯରେ ୬ହଜାର ୭୯୪ ଗ୍ରାମ ପଞ୍ଚାୟତ ଓ ୯୧ ହଜାର ୯୧୬ ୱାର୍ଡରେ ହେବ ନିର୍ବାଚନ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେତେ ରହିଛି ସଂରକ୍ଷିତ ସିଟ୍

The Sakala Picture
Published On

ଭୁବନେଶ୍ବର: ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଚଳିତ ନିର୍ବାଚନରେ ୬ହଜାର ୭୯୪ ଗ୍ରାମ ପଂଚାୟତ ଓ ୯୧ ହଜାର ୯୧୬ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହ ନିର୍ବାଚନ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ । ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ୬୭୯୪ ଗ୍ରାମ […]

ଭୁବନେଶ୍ବର: ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଚଳିତ ନିର୍ବାଚନରେ ୬ହଜାର ୭୯୪ ଗ୍ରାମ ପଂଚାୟତ ଓ ୯୧ ହଜାର ୯୧୬ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହ ନିର୍ବାଚନ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ୬୭୯୪ ଗ୍ରାମ ପଂଚାୟତରେ ହେବ । ଗତ ୨୦୧୭ ପଞ୍ଚାୟତ  ନିର୍ବାଚନ ୬୮୦୧ ଗ୍ରାମ ପଞ୍ଚାୟତରେ ହୋଇଥିଲା । ଯେହେତୁ ୭ ଗ୍ରାମ ପଞ୍ଚାୟତ  ଏନଏସସି ରେ ମିଶି ଯାଇଛି ସେହିଠାରେ ପଞ୍ଚାୟତ ତ ନିର୍ବାଚନ ହେବ ନାହିଁ । ସେଗୁଡିକ ହେଲା ବାଲେଶ୍ଵର ରେମୁଣାର ୪ ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡ଼ଙ୍ଗାର ୨ଟି ଗ୍ରାମ ପଞ୍ଚାୟତ  ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ  ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍, ମେ' ଶେଷ ଆଡକୁ ହୋଇପାରେ ବିଧିବଦ୍ଧ ଘୋଷଣା

ଆହୁରି ପଢ଼ନ୍ତୁ: ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଆଜି ଶ୍ରୀମନ୍ଦିରରେ ବିଶେଷ ନୀତି, ନଗର ପରିକ୍ରମା କରିବେ ଶ୍ରୀହନୁମାନ

ସେହିପରି ୧୧୧ ଟି ୱାର୍ଡରେ ତ୍ରି ସ୍ତରୀୟ ପଞ୍ଚାୟତ  ନିର୍ବାଚନ ହେବ ନାହିଁ । ୯୧୯୧୬ ୱାର୍ଡ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଗତ ୨୦୧୭ ରେ ୯୨ ହଜାର ୨୭ ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ୧୧୧ ୱାର୍ଡ ଏନଏସସିରେ ମିଶିଥିବାରୁ ଏଠାରେ ପଞ୍ଚାୟତ  ନିର୍ବାଚନ ହେବ ନାହିଁ ।

ୱାର୍ଡ ମେମ୍ବର ପାଇଁ ସଂରକ୍ଷଣ:-

ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ସିଟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ପଛୁଆବର୍ଗଙ୍କ ପାଇଁ ୧୨୦୩୧ ଟି ୱାର୍ଡ ସଂରକ୍ଷିତ ରହିଛି ।

WORD-MEMBER

ସରପଞ୍ଚ ପାଇଁ ସଂରକ୍ଷଣ:-

୬୭୯୪ ପଞ୍ଚାୟତ  ମଧ୍ୟରୁ ୩୫୦୦  ସିଟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୭୭୮  ସିଟ ସଂରକ୍ଷିତ ରଖାଯାଇଛି ।

RESERVATION-SARAPANCHA

ସମିତି ସଭ୍ୟ ପାଇଁ ସଂରକ୍ଷଣ:-

୬୭୯୩ ସମିତି ସଭ୍ୟରେ ୩୫୩୮ ଟି ସିଟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୯୧୩ ଟି ସିଟ ସଂରକ୍ଷିତ ରଖାଯାଇଛି ।

Panchayat-SAMITI

16 Nov 2021 By The Sakala

ରାଜ୍ଯରେ ୬ହଜାର ୭୯୪ ଗ୍ରାମ ପଞ୍ଚାୟତ ଓ ୯୧ ହଜାର ୯୧୬ ୱାର୍ଡରେ ହେବ ନିର୍ବାଚନ, ଜାଣନ୍ତୁ କେଉଁ ଜିଲ୍ଲା ପାଇଁ କେତେ ରହିଛି ସଂରକ୍ଷିତ ସିଟ୍

ଭୁବନେଶ୍ବର: ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଚଳିତ ନିର୍ବାଚନରେ ୬ହଜାର ୭୯୪ ଗ୍ରାମ ପଂଚାୟତ ଓ ୯୧ ହଜାର ୯୧୬ ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ସହ ନିର୍ବାଚନ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ।

ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ୬୭୯୪ ଗ୍ରାମ ପଂଚାୟତରେ ହେବ । ଗତ ୨୦୧୭ ପଞ୍ଚାୟତ  ନିର୍ବାଚନ ୬୮୦୧ ଗ୍ରାମ ପଞ୍ଚାୟତରେ ହୋଇଥିଲା । ଯେହେତୁ ୭ ଗ୍ରାମ ପଞ୍ଚାୟତ  ଏନଏସସି ରେ ମିଶି ଯାଇଛି ସେହିଠାରେ ପଞ୍ଚାୟତ ତ ନିର୍ବାଚନ ହେବ ନାହିଁ । ସେଗୁଡିକ ହେଲା ବାଲେଶ୍ଵର ରେମୁଣାର ୪ ଗ୍ରାମ ପଞ୍ଚାୟତ ଓ ନୟାଗଡ଼ ଓଡ଼ଙ୍ଗାର ୨ଟି ଗ୍ରାମ ପଞ୍ଚାୟତ  ଏବଂ ବରଗଡ଼ ବିଜେପୁରର ଗୋଟିଏ ଗ୍ରାମ ପଞ୍ଚାୟତ  ।

ସେହିପରି ୧୧୧ ଟି ୱାର୍ଡରେ ତ୍ରି ସ୍ତରୀୟ ପଞ୍ଚାୟତ  ନିର୍ବାଚନ ହେବ ନାହିଁ । ୯୧୯୧୬ ୱାର୍ଡ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଗତ ୨୦୧୭ ରେ ୯୨ ହଜାର ୨୭ ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ୧୧୧ ୱାର୍ଡ ଏନଏସସିରେ ମିଶିଥିବାରୁ ଏଠାରେ ପଞ୍ଚାୟତ  ନିର୍ବାଚନ ହେବ ନାହିଁ ।

ୱାର୍ଡ ମେମ୍ବର ପାଇଁ ସଂରକ୍ଷଣ:-

ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ୯୧୯୧୬ ୱାର୍ଡ ମଧ୍ୟରୁ ୪୯୪୬୯ ସିଟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ପଛୁଆବର୍ଗଙ୍କ ପାଇଁ ୧୨୦୩୧ ଟି ୱାର୍ଡ ସଂରକ୍ଷିତ ରହିଛି ।

WORD-MEMBER

ସରପଞ୍ଚ ପାଇଁ ସଂରକ୍ଷଣ:-

୬୭୯୪ ପଞ୍ଚାୟତ  ମଧ୍ୟରୁ ୩୫୦୦  ସିଟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୭୭୮  ସିଟ ସଂରକ୍ଷିତ ରଖାଯାଇଛି ।

RESERVATION-SARAPANCHA

ସମିତି ସଭ୍ୟ ପାଇଁ ସଂରକ୍ଷଣ:-

୬୭୯୩ ସମିତି ସଭ୍ୟରେ ୩୫୩୮ ଟି ସିଟ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଓବିସି ମାନଙ୍କ ପାଇଁ ୯୧୩ ଟି ସିଟ ସଂରକ୍ଷିତ ରଖାଯାଇଛି ।

Panchayat-SAMITI

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର