ପୁଣି ନୂଆରୂପରେ ଦିଶିିବ ଏକାମ୍ର ହାଟ, ଧୀର ସଙ୍ଗୀତରେ ଗୁଞ୍ଜରିତ ହେବ ପରିସର

The Sakala Picture
Published On

ଭୁବନେଶ୍ୱର : ପୁଣିଥରେ ନୂଆରୂପରେ ସଜେଇ ହେବ ଏକାମ୍ର ହାଟ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଧୀନରେ ଥିବା ଏହି ପୌରାଞ୍ଚଳ ହାଟର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଆହୁରି ଅଧିକ କାରିଗର ତଥା ଶିଳ୍ପୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କରାଯାଉଛି ବ୍ୟବସ୍ଥା। ଏଥିରେ ଥିବା ପ୍ରଦର୍ଶନୀ ସ୍ଥାନ, ମୁକ୍ତାକାଶ ମଞ୍ଚ ଆଦିକୁ ନୂଆ ଲୁକ୍‍ ଦିଆଯିବ। ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବଜେଟ୍‍ ପ୍ରସ୍ତୁତ କରାଯାଇ କାମ ଆରମ୍ଭ ନେଇ ଯୋଜନା କରାଯାଉଛି। ବିଭାଗ ଅଧୀନରେ ଥିବା […]

ଭୁବନେଶ୍ୱର : ପୁଣିଥରେ ନୂଆରୂପରେ ସଜେଇ ହେବ ଏକାମ୍ର ହାଟ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଧୀନରେ ଥିବା ଏହି ପୌରାଞ୍ଚଳ ହାଟର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଆହୁରି ଅଧିକ କାରିଗର ତଥା ଶିଳ୍ପୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କରାଯାଉଛି ବ୍ୟବସ୍ଥା। ଏଥିରେ ଥିବା ପ୍ରଦର୍ଶନୀ ସ୍ଥାନ, ମୁକ୍ତାକାଶ ମଞ୍ଚ ଆଦିକୁ ନୂଆ ଲୁକ୍‍ ଦିଆଯିବ। ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବଜେଟ୍‍ ପ୍ରସ୍ତୁତ କରାଯାଇ କାମ ଆରମ୍ଭ ନେଇ ଯୋଜନା କରାଯାଉଛି। ବିଭାଗ ଅଧୀନରେ ଥିବା ରାଜ୍ୟ କଳା ଓ ହସ୍ତକଳା ବିକାଶ ଅନୁଷ୍ଠାନ (ସିଡାକ୍‍) ପକ୍ଷରୁ ଖୁବ୍‍ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ ହେବ। କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ହୋଇଥିବା ଏହି ଏକାମ୍ରହାଟର ୩ୟ ପର୍ଯ୍ୟାୟରେ ନବୀକରଣ କରାଯିବା ନେଇ ବିଭାଗ ପକ୍ଷରୁ ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏକାମ୍ରହାଟକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସଙ୍ଗୀତ, ଆଲୋକୀକରଣ ଏବଂ ଏଲ୍‍ଇଡିର ବ୍ୟବସ୍ଥା କରାଯିବ। କାରିଗରଙ୍କ ସାମଗ୍ରୀ ରଖିବା ପାଇଁ ହାଟରେ ଗୋଦାମ ଘର ସହ ବହୁମୁଖୀ କୋଠରୀ ବିଶିଷ୍ଟ ଘର ନିର୍ମାଣ କରାଯିବ। ଏହାସହିତ ହାଟ ପରିସରରେ ଥିବା ପ୍ରଦର୍ଶନୀସ୍ଥଳର ଚାରିପଟେ ବୃକ୍ଷରୋପଣ ସହ ବିଭିନ୍ନ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଲଗାଯାଇ ସଜ୍ଜାଯିବ। ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ହାଟ ପରିସରରେ ବାଜିବ ଧୀର ସଙ୍ଗୀତ। ହାଟକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ନେଇ ଏଥିରେ ରହିଛି। ହାଟ ମଧ୍ୟରେ ଥିବା କୃତ୍ରିମ ପୋଖରୀରେ ଆଲୋକୀକରଣ କରାଯାଇ ସେଥିରେ ବ୍ୟାରିକେଡ୍‍ କରାଯିବ। ଏହାସହିତ ମୁକ୍ତାକାଶ ମଞ୍ଚକୁ ନୂଆରୂପ ଦିଆଯିବା ନେଇ ଯୋଜନା କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ମଞ୍ଚ ନିକଟରେ ମାଉଣ୍ଟ ଲାଇଟ୍‍ ସହ ସ୍ଥାୟୀ ସାଉଣ୍ଡ ସିଷ୍ଟମ୍‍ର ବ୍ୟବସ୍ଥା କରାଯିବ। ଏକାମ୍ର ହାଟ ପରିସରରେ ଥିବା ପ୍ରଦର୍ଶନୀ ସେଡ଼୍‍ ସାମ୍ନା ଚଲାପଥକୁ ବି ନୂଆରୂପ ଦିଆଯିବ। ସେହିପରି ହାଟର ପୁରୁଣା ସ୍ମୃତିକୁ ନେଇ ପର୍ଯ୍ୟଟକ ହାଟ ପରିସରରେ ଥିବା ଖାଦ୍ୟଷ୍ଟଲରେ ବସି ଖାଇବାର ମଜା ନେଉଥିବାବେଳେ ବିଭାଗ ପକ୍ଷରୁ ଜୁସ୍‍ ସେଣ୍ଟର ବ୍ୟବସ୍ଥା କରାଯାଉଛି। ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷଭାବେ ଦେଖିବା ଓ କିଣିବାର ସୁଯୋଗ ନେବା ସହ ମନୋରଞ୍ଜନର ଖୋରାକ ମଧ୍ୟ ପାଇପାରିବେ। ଏହାବ୍ୟତୀତ ହାଟକୁ ଆସୁଥିବା ଦର୍ଶକ ତଥା ପର୍ଯ୍ୟଟକଙ୍କୁ ସୂଚନା ପ୍ରଦାନ ପାଇଁ ଏଲ୍‍ଇଡି ଡିସ୍‍ପ୍ଲେ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସିସିଟିଭି ଲଗାଯିବ। ଏଥିପାଇଁ ବିଭାଗ ପକ୍ଷରୁ ୨କୋଟି ୩୦ଲକ୍ଷ ୧୬ହଜାର ଟଙ୍କାର ବଜେଟ୍‍ରେ ୩ୟ ପର୍ଯ୍ୟାୟ ନବୀକରଣ ହେବା ନେଇ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

18 Jan 2022 By The Sakala

ପୁଣି ନୂଆରୂପରେ ଦିଶିିବ ଏକାମ୍ର ହାଟ, ଧୀର ସଙ୍ଗୀତରେ ଗୁଞ୍ଜରିତ ହେବ ପରିସର

ଭୁବନେଶ୍ୱର : ପୁଣିଥରେ ନୂଆରୂପରେ ସଜେଇ ହେବ ଏକାମ୍ର ହାଟ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଅଧୀନରେ ଥିବା ଏହି ପୌରାଞ୍ଚଳ ହାଟର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଆହୁରି ଅଧିକ କାରିଗର ତଥା ଶିଳ୍ପୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କରାଯାଉଛି ବ୍ୟବସ୍ଥା। ଏଥିରେ ଥିବା ପ୍ରଦର୍ଶନୀ ସ୍ଥାନ, ମୁକ୍ତାକାଶ ମଞ୍ଚ ଆଦିକୁ ନୂଆ ଲୁକ୍‍ ଦିଆଯିବ। ଏଥିପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବଜେଟ୍‍ ପ୍ରସ୍ତୁତ କରାଯାଇ କାମ ଆରମ୍ଭ ନେଇ ଯୋଜନା କରାଯାଉଛି। ବିଭାଗ ଅଧୀନରେ ଥିବା ରାଜ୍ୟ କଳା ଓ ହସ୍ତକଳା ବିକାଶ ଅନୁଷ୍ଠାନ (ସିଡାକ୍‍) ପକ୍ଷରୁ ଖୁବ୍‍ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ ହେବ। କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ହୋଇଥିବା ଏହି ଏକାମ୍ରହାଟର ୩ୟ ପର୍ଯ୍ୟାୟରେ ନବୀକରଣ କରାଯିବା ନେଇ ବିଭାଗ ପକ୍ଷରୁ ଯୋଜନା କରାଯାଇଛି।

ଏକାମ୍ରହାଟକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସଙ୍ଗୀତ, ଆଲୋକୀକରଣ ଏବଂ ଏଲ୍‍ଇଡିର ବ୍ୟବସ୍ଥା କରାଯିବ। କାରିଗରଙ୍କ ସାମଗ୍ରୀ ରଖିବା ପାଇଁ ହାଟରେ ଗୋଦାମ ଘର ସହ ବହୁମୁଖୀ କୋଠରୀ ବିଶିଷ୍ଟ ଘର ନିର୍ମାଣ କରାଯିବ। ଏହାସହିତ ହାଟ ପରିସରରେ ଥିବା ପ୍ରଦର୍ଶନୀସ୍ଥଳର ଚାରିପଟେ ବୃକ୍ଷରୋପଣ ସହ ବିଭିନ୍ନ ସୌନ୍ଦର୍ଯ୍ୟକରଣ ସାମଗ୍ରୀ ଲଗାଯାଇ ସଜ୍ଜାଯିବ। ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ହାଟ ପରିସରରେ ବାଜିବ ଧୀର ସଙ୍ଗୀତ। ହାଟକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବା ନେଇ ଏଥିରେ ରହିଛି। ହାଟ ମଧ୍ୟରେ ଥିବା କୃତ୍ରିମ ପୋଖରୀରେ ଆଲୋକୀକରଣ କରାଯାଇ ସେଥିରେ ବ୍ୟାରିକେଡ୍‍ କରାଯିବ। ଏହାସହିତ ମୁକ୍ତାକାଶ ମଞ୍ଚକୁ ନୂଆରୂପ ଦିଆଯିବା ନେଇ ଯୋଜନା କରାଯାଇଛି।

ମଞ୍ଚ ନିକଟରେ ମାଉଣ୍ଟ ଲାଇଟ୍‍ ସହ ସ୍ଥାୟୀ ସାଉଣ୍ଡ ସିଷ୍ଟମ୍‍ର ବ୍ୟବସ୍ଥା କରାଯିବ। ଏକାମ୍ର ହାଟ ପରିସରରେ ଥିବା ପ୍ରଦର୍ଶନୀ ସେଡ଼୍‍ ସାମ୍ନା ଚଲାପଥକୁ ବି ନୂଆରୂପ ଦିଆଯିବ। ସେହିପରି ହାଟର ପୁରୁଣା ସ୍ମୃତିକୁ ନେଇ ପର୍ଯ୍ୟଟକ ହାଟ ପରିସରରେ ଥିବା ଖାଦ୍ୟଷ୍ଟଲରେ ବସି ଖାଇବାର ମଜା ନେଉଥିବାବେଳେ ବିଭାଗ ପକ୍ଷରୁ ଜୁସ୍‍ ସେଣ୍ଟର ବ୍ୟବସ୍ଥା କରାଯାଉଛି। ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷଭାବେ ଦେଖିବା ଓ କିଣିବାର ସୁଯୋଗ ନେବା ସହ ମନୋରଞ୍ଜନର ଖୋରାକ ମଧ୍ୟ ପାଇପାରିବେ। ଏହାବ୍ୟତୀତ ହାଟକୁ ଆସୁଥିବା ଦର୍ଶକ ତଥା ପର୍ଯ୍ୟଟକଙ୍କୁ ସୂଚନା ପ୍ରଦାନ ପାଇଁ ଏଲ୍‍ଇଡି ଡିସ୍‍ପ୍ଲେ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସିସିଟିଭି ଲଗାଯିବ। ଏଥିପାଇଁ ବିଭାଗ ପକ୍ଷରୁ ୨କୋଟି ୩୦ଲକ୍ଷ ୧୬ହଜାର ଟଙ୍କାର ବଜେଟ୍‍ରେ ୩ୟ ପର୍ଯ୍ୟାୟ ନବୀକରଣ ହେବା ନେଇ ନିଷ୍ପତ୍ତି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର