ଅସୁସ୍ଥତା ଥିବା ସତ୍ତ୍ୱେ ଛୁଟି ଦେଲେନି ପ୍ରିନ୍ସିପାଲ, ହାତରେ ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ !
ବଲାଙ୍ଗୀର: ଅସୁସ୍ଥତା ସତ୍ତ୍ୱେ ହାତରେ ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଏଭାଲୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭଇଷାଁ ଆଦର୍ଶ ବିଦ୍ୟାଲୟରେ । ସ୍କୁଲର ଗଣିତ ଶିକ୍ଷକ ପ୍ରକାଶ ଭୋଇ ଅସୁସ୍ଥତା ସହ ତାଙ୍କ ଅଜାଙ୍କ ଦେହାନ୍ତ ହୋଇଯାଇଥିବାରୁ ପ୍ରିନ୍ସିପାଲଙ୍କୁ ଛୁଟି ଆବେଦନ କରିଥିଲେ । ହ୍ୱାଟସଆପ୍ ମାଧ୍ୟମରେ ଛୁଟି ଆବେଦନ କରିବା ସହ ଜ୍ଵର ହେଉଥିବାରୁ ଅସୁସ୍ଥତା ଅନୁଭବ କରୁଥିବା ଦର୍ଶାଇଥିଲେ କିନ୍ତୁ ସ୍କୁଲ ପ୍ରିନ୍ସିପାଲ ଛୁଟି ମଞ୍ଜୁର […]
ବଲାଙ୍ଗୀର: ଅସୁସ୍ଥତା ସତ୍ତ୍ୱେ ହାତରେ ସାଲାଇନ୍ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ଏଭାଲୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଭଇଷାଁ ଆଦର୍ଶ ବିଦ୍ୟାଲୟରେ । ସ୍କୁଲର ଗଣିତ ଶିକ୍ଷକ ପ୍ରକାଶ ଭୋଇ ଅସୁସ୍ଥତା ସହ ତାଙ୍କ ଅଜାଙ୍କ ଦେହାନ୍ତ ହୋଇଯାଇଥିବାରୁ ପ୍ରିନ୍ସିପାଲଙ୍କୁ ଛୁଟି ଆବେଦନ କରିଥିଲେ । ହ୍ୱାଟସଆପ୍ ମାଧ୍ୟମରେ ଛୁଟି ଆବେଦନ କରିବା ସହ ଜ୍ଵର ହେଉଥିବାରୁ ଅସୁସ୍ଥତା ଅନୁଭବ କରୁଥିବା ଦର୍ଶାଇଥିଲେ କିନ୍ତୁ ସ୍କୁଲ ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିବାକୁ ମନା କରିବା ସହ ସ୍କୁଲ ଆସିବାକୁ ତାଗିଦ କରିଥିଲେ । ଛୁଟି ନ ମିଳିବାରୁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଥିଲେ ଶିକ୍ଷକ ଜଣକ। ଗତ ଅଗଷ୍ଟ ମାସରୁ ପ୍ରିନ୍ସିପାଲ ତାଙ୍କୁ ହଇରାଣ ହରକତ କରିବା ସହ ନିର୍ଯ୍ଯାତନା ଦେଉଥିବା ଶିକ୍ଷକ ଅଭିଯୋଗ କରିଛନ୍ତି । ଏନେଇ ପାଟଣାଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଯଦି ଶିକ୍ଷକଙ୍କ ଦେହ ପ୍ରକୃତରେ ଅସୁସ୍ଥ ରହିଛି ତାହେଲେ କାହିଁକି ପ୍ରିନ୍ସିପାଲ ଛୁଟି ମଞ୍ଜୁର କରିନାହାନ୍ତି ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି ।