ଓଡ଼ିଶାରେ ଆରମ୍ଭ ହେବ ଡ୍ରୋନ୍ ଟ୍ୟାକ୍ସି ସେବା, ‘ବି ଫ୍ଲାଇଟ୍ସ’ କରିବ ୩୦୦ କୋଟି ଟଙ୍କା ନିବେଶ
ଭୁବନେଶ୍ବର : ଆଗାମୀ ଦିନରେ ରାଜ୍ୟରେ ଡ୍ରୋନ୍ ଟ୍ୟାକ୍ସି ସେବା ଆରମ୍ଭ ହେବ। ବେଙ୍ଗାଲୁରୁ ଭିତ୍ତିକ ବମ୍ବଲ ବି ଫ୍ଲାଇଟ୍ ପ୍ରାଇଭେଟ ଲିମିଟେଡ ୟୁକେସ୍ଥିତ ଏସ୍ରାମ୍ ଆଣ୍ଡ୍ ଏମ୍ରାମ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ ରିସୋର୍ସେସ୍ ଲିମିଟେଡ୍ ଗ୍ରୁପ ସହଭାଗିତାରେ ଏହି ଡ୍ରୋନ୍ ଟ୍ୟାକ୍ସି ସେବା ଆରମ୍ଭ କରିବ। ଏ କ୍ଷେତ୍ରରେ କମ୍ପାନୀ ୩୦୦ କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥକୁ କମ୍ପାନୀ ଏହାର ଗବେଷଣା ଓ ବିକାଶ (ଆର୍ଆଣ୍ଡ୍ଡି)ଏବଂ ଉତ୍ପାଦନ କାରଖାନାରେ ଖର୍ଚ୍ଚ କରିବ। ସ୍ଵନିୟନ୍ତ୍ରିତ ଏକ ଆସନ […]
ଭୁବନେଶ୍ବର : ଆଗାମୀ ଦିନରେ ରାଜ୍ୟରେ ଡ୍ରୋନ୍ ଟ୍ୟାକ୍ସି ସେବା ଆରମ୍ଭ ହେବ। ବେଙ୍ଗାଲୁରୁ ଭିତ୍ତିକ ବମ୍ବଲ ବି ଫ୍ଲାଇଟ୍ ପ୍ରାଇଭେଟ ଲିମିଟେଡ ୟୁକେସ୍ଥିତ ଏସ୍ରାମ୍ ଆଣ୍ଡ୍ ଏମ୍ରାମ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ ରିସୋର୍ସେସ୍ ଲିମିଟେଡ୍ ଗ୍ରୁପ ସହଭାଗିତାରେ ଏହି ଡ୍ରୋନ୍ ଟ୍ୟାକ୍ସି ସେବା ଆରମ୍ଭ କରିବ। ଏ କ୍ଷେତ୍ରରେ କମ୍ପାନୀ ୩୦୦ କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥକୁ କମ୍ପାନୀ ଏହାର ଗବେଷଣା ଓ ବିକାଶ (ଆର୍ଆଣ୍ଡ୍ଡି)ଏବଂ ଉତ୍ପାଦନ କାରଖାନାରେ ଖର୍ଚ୍ଚ କରିବ। ସ୍ଵନିୟନ୍ତ୍ରିତ ଏକ ଆସନ ବିଶିଷ୍ଟ ଏହି ମାନବ-ବାହକ ଡ୍ରୋନ୍ ଯାହାକି ସହରାଞ୍ଚଳ ଆକାଶପଥ ପରିବହନ କ୍ଷେତ୍ରରେ ଉପଯୋଗୀ ହେବା ସହିତ ଏୟାର ଆମ୍ବୁଲାନ୍ସ, ଚିତ୍ତ ବିନୋଦନ କ୍ରିୟାକଳାପ ଓ ଭାରି ସାମଗ୍ରୀ ସରଞ୍ଜାମ ପରିବହନ କ୍ଷେତ୍ରରେ ବେଶ ଉପଯୋଗୀ ସାବ୍ୟସ୍ତ ହେବ।
ଏ ନେଇ କମ୍ପାନୀ ପକ୍ଷରୁ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ ହୋଇସାରିଛି, ଖୁବ୍ ରାଜ୍ୟ ସରକାରଙ୍କ ପାଖରେ ଏହାକୁ ଦାଖଲ କରାଯିବ ବୋଲି ଏସ୍ରାମ୍ ଆଣ୍ଡ୍ ଏମ୍ରାମ୍ ଗ୍ରୁପର ଉପାଧ୍ୟକ୍ଷ ଡଃ ଗୁରୁଜୀ କୁମାରନ ସ୍ବାମୀ ଏବଂ ବମ୍ବଲ ବି ଫ୍ଲାଇଟ୍ସ ପ୍ରାଇଭେଟ ଲିମିଟେଡର ସିଇଓ ଅର୍ଜୁନ ଦାସ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍’ର ୫ମ ଦିନରେ କହିଛନ୍ତି।
ବମ୍ବଲ ବି ଫ୍ଲାଇଟ୍ସ ପ୍ରାଇଭେଟ ଲିମିଟେଡ ହେଉଛି ବେଙ୍ଗାଲୁରୁସ୍ଥିତ ଏକ ଷ୍ଟାର୍ଟ-ଅପ୍ ଯାହାର ସମନ୍ବିତ ଏୟାର ମୋବିଲିଟି ସିଷ୍ଟମ ବିକଶିତ କରିବାରେ ପାରଦର୍ଶିତା ରହିଛି। ଡ୍ରୋନ୍ ଟ୍ୟାକ୍ସି ସେବାରେ ନିୟୋଜିତ ହେବାକୁ ଥିବା ଏହି ଡ୍ରୋନ୍ର ଓଜନ ୩୦୦ କେଜି(ଯାତ୍ରୀ ସମେତ) ଓ ସର୍ବାଧିକ ବେଗ ଘଣ୍ଟାପ୍ରତି ୧୦୦ କି.ମି ରହିଛି। ଏହାର ଉଡାଣ ସମୟସୀମା ୨୦ ମିନିଟ୍ ରହିଥିବାବେଳେ ଏହା ୨୦ କିମି ଯାଏ ଉଡିପାରିବ। ପାଖାପାଖି ୮୦% ସ୍ବଦେଶୀ ସରଞ୍ଜାମ ଉପଯୋଗ କରି କମ୍ପାନୀ ରାଜ୍ୟରେ ଏହି ଡ୍ରୋନ୍ ନିର୍ମାଣ କରିବ।
ଆସନ୍ତା ମାସ ସୁଦ୍ଧା ଏହାର ଡିଜାଇନ୍ କାମ ଶେଷ ହୋଇଯିବ। ୨୦୨୩ ସୁଦ୍ଧା ପ୍ରୋଟୋଟାଇପ୍ ପ୍ରସ୍ତୁତ ହୋଇଗଲେ କମ୍ପାନୀ ୨୦୨୪ରେ ଏହାକୁ ବିଶ୍ବ ବଜାର ପାଇଁ ପ୍ରସ୍ତୁତ କରି ରାଜ୍ୟରେ ସେବା ଆରମ୍ଭ କରିବ। ଆହୁରିମଧ୍ୟ ଏଥିରେ ସ୍ବୟଂଚାଳିତ ପାରାଚ୍ୟୁଟ୍ ରହିଛି। ଏ ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ, ଡ୍ରୋନ୍ ଟ୍ୟାକ୍ସି ସେବାରେ ଆମେ ଡିଜିସିଏର ପ୍ରମାଣୀକୃତ ମାନବ ଡ୍ରୋନ୍ ଉପଯୋଗ କରିବୁ।