ଅନନ୍ୟ ଅନୁପମା: ବିନା ତାଲିମରେ ବୋତଲ, ନଡିଆ, ଫୁଲ କୁଣ୍ଡ, ମାଠିଆ ଓ ସିଡି ଉପରେ ଆଙ୍କୁଛନ୍ତି ଆକର୍ଷଣୀୟ ଚିତ୍ର ସହିତ ହସ୍ତଶିଳ୍ପ କାମ

The Sakala Picture
Published On

ବାଲେଶ୍ବର: ଦଶମ ଶ୍ରେଣୀରେ ପଢିବା ବେଳେ ନିଜେ ଅଭ୍ୟାସ କରି ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ସେ। ଫେସବୁକ, ୟୁଟ୍ୟୁବ୍ ଆଦିରୁ ଦେଖି ଦେଖି ପେନସିଲ୍ ଓ ରଙ୍ଗ ବ୍ୟବହାର କରି ଚିତ୍ର କରିବା ଆରମ୍ଭ କରିଥିଲେ। ଅଭ୍ୟାସ କରୁ କରୁ ସେ ଏବେ ଜଣେ ନିପୁଣ ଚିତ୍ରଶିଳ୍ପୀ ହୋଇଗଲେଣି। ତାଙ୍କ ହାତର ତୁଳୀ ଏବେ କାଗଜ ନହେଲେ କୌଣସି ଜିନିଷ ଉପରେ କଥା କହୁଛି। ସେ ଚିତ୍ର ଆଙ୍କିବା ସହ ସୁନ୍ଦର ହସ୍ତଶିଳ୍ପ କାମ […]

ବାଲେଶ୍ବର: ଦଶମ ଶ୍ରେଣୀରେ ପଢିବା ବେଳେ ନିଜେ ଅଭ୍ୟାସ କରି ପ୍ରଥମେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ସେ। ଫେସବୁକ, ୟୁଟ୍ୟୁବ୍ ଆଦିରୁ ଦେଖି ଦେଖି ପେନସିଲ୍ ଓ ରଙ୍ଗ ବ୍ୟବହାର କରି ଚିତ୍ର କରିବା ଆରମ୍ଭ କରିଥିଲେ। ଅଭ୍ୟାସ କରୁ କରୁ ସେ ଏବେ ଜଣେ ନିପୁଣ ଚିତ୍ରଶିଳ୍ପୀ ହୋଇଗଲେଣି। ତାଙ୍କ ହାତର ତୁଳୀ ଏବେ କାଗଜ ନହେଲେ କୌଣସି ଜିନିଷ ଉପରେ କଥା କହୁଛି। ସେ ଚିତ୍ର ଆଙ୍କିବା ସହ ସୁନ୍ଦର ହସ୍ତଶିଳ୍ପ କାମ ମଧ୍ୟ କରୁଛନ୍ତି। ବୋତଲ ହେଉ କି ମାଟି ହାଣ୍ଡି କିମ୍ବା ନଡିଆ… ଏସବୁ ଉପରେ ଫେବ୍ରିକ୍ ରଙ୍ଗ ବ୍ୟବହାର କରି ସେ ବେଶ ଆକର୍ଷଣୀୟ ହସ୍ତଶିଳ୍ପ କାରୁକାର୍ଯ୍ୟ ପ୍ରସ୍ତୁତ କରୁଛନ୍ତି। ଯାହାକୁ ଲୋକେ ପସନ୍ଦ କରି କିଣିବାକୁ ମଧ୍ୟ ଅର୍ଡର ଦେଉଛନ୍ତି। ତେବେ ବିନା ତାଲିମରେ ନିଜ ସ୍ବପ୍ନ ସାକାର କରିବା ଦିଗରେ ଆଗେଇଛନ୍ତି ଜଣେ ଛାତ୍ରୀ। ସେ ହେଉଛନ୍ତି ଫକୀରମୋହନ କଲେଜର ଏମ୍ କମ୍ ଦ୍ବିତୀୟ ବର୍ଷର ଛାତ୍ରୀ ଅନୁପମା ଦାସମହାପାତ୍ର। ନିଶା ତାଙ୍କର ଚିତ୍ର ଆଙ୍କିବା।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

Draw beautiful picture without training

ଆହୁରି ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତର ରୂପ ନେବ ଲଘୁଚାପ, ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Draw beautiful picture without training

ଆହୁରି ପଢ଼ନ୍ତୁ: ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା

ରେମୁଣା ବ୍ଲକ କରଞ୍ଜିଆ ପଞ୍ଚାୟତ ସତ୍ୟନଗରରେ ରହୁଥିବା ଲଳିତ ମୋହନ ଦାସମହାପାତ୍ର ଓ ରଶ୍ମିତା ଦାସମହାପାତ୍ରଙ୍କ ଝିଅ ଅନୁପମା ଦାସମହାପାତ୍ର। ଲଳିତମୋହନ ଜଣେ ବ୍ୟବସାୟୀ ହୋଇଥିବା ବେଳେ ରଶ୍ମିତା ଗୃହିଣୀ। ତେବେ ପିଲାଟି ଦିନରୁ ଅନୁପମାଙ୍କର ଚିତ୍ର ପ୍ରତି ଦୁର୍ବଳତା ରହିଆସିଛି। ମାତ୍ର ସୁଯୋଗ ମିଳିନଥିଲା। ମାତ୍ର ଯୁକ୍ତ ଦୁଇ ପଢିବା ବେଳେ ଚିତ୍ର ପ୍ରତି ତାଙ୍କର ଅଧିକ ଆଗ୍ରହ ବଢିଲା। ଧୀରେ ଧୀରେ ଚିତ୍ର କରିବା ଆରମ୍ଭ କରିଥିଲେ। ଏଥିସହିତ ନିଜ ଆଇଡିଆରେ ଆଇସକ୍ରିମ କାଠି, ସିଡି, ବଲବ୍, ନଡିଆ ଖୋଳ, କାର୍ଡବୋର୍ଡ, ବୋତଲ, ମାଠିଆ, ଫୁଲ କୁଣ୍ଡ, ମୋବାଇଲ୍ କଭର୍ କୁ ବ୍ୟବହାର କରି ନିଜ ପ୍ରତିଭା ପ୍ରସ୍ଫୁଟିତ କରନ୍ତି।

Draw beautiful picture without training

Draw beautiful picture without training

ଏହି ଜିନିଷ ଉପରେ ଫେବ୍ରିକ ରଙ୍ଗ ବ୍ୟବହାର କରି ସୁନ୍ଦର ହସ୍ତକଳା ରେ ପ୍ରସ୍ତୁତ କରନ୍ତି ଅନୁପମା। ଯାହାକୁ ଲୋକେ ପସନ୍ଦ କରିବା ସହ ଅର୍ଡର ମଧ୍ୟ ଦେଇଥାନ୍ତି। ସ୍କ୍ରାବ ବୁକ୍ ମଧ୍ୟ ନିଜ ହାତରେ ପ୍ରସ୍ତୁତ କରନ୍ତି। ଅନେକ ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି ଅନିପମା। ତେବେ ପାଠ ପଢିବା ସହ ଏପରି ଏକ ସୃଜନଶୀଳ କାମ ପାଇଁ ପରିବାର ଲୋକ ସମର୍ଥନ କରନ୍ତି ବୋଲି ଅନୁପମା କରନ୍ତି।’ଆଗକୁ ପାଠ ପଢିବା ପରେ ଚାକିରି କରିବି। ଚିତ୍ର ଓ ହସ୍ତଶିଳ୍ପ ପ୍ରସ୍ତୁତ କରିବା ମୋର ବଡ ସ୍ବପ୍ନ ଥିଲା। ତାହାକୁ ପୂରଣ କରିବି’ ବୋଲି ଅନୁପମା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର