୯ଜିଲ୍ଲାରେ ଡିଏଲ୍‍ ଟେଷ୍ଟ ୧୩ରୁ

The Sakala Picture
Published On

କଟକ : କରୋନା ଲକଡାଉନ କୋହଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଡିଏଲ ଟେଷ୍ଟ ଓ ସ୍ଲଟ ବୁକିଂ ଆରମ୍ଭ ହୋଇଥିଲେ ହେଁ ‘ବି’କାଟାଗୋରିରେ ରହିଥିବା ୧୦ଟି ଜିଲ୍ଲାରେ ଏହା ଆରମ୍ଭ ହୋଇପାରି ନଥିଲା। ଆସନ୍ତା ୧୦ତାରିଖରୁ ୧୦ରୁ ୯ଟି ଜିଲ୍ଲାରେ ଡିଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ। ପୁରୀରେ ରଥଯାତ୍ରା ପାଇଁ କଟକଣା ଥିବାରୁ ଉପରୋକ୍ତ ତାରିଖରେ ଡିଏଲ ସ୍ଲଟ ବୁକିଂ ସେବା ଆରମ୍ଭ ହୋଇପାରିବ ନାହିଁ। ଏସଂକ୍ରାନ୍ତରେ ଆଜି ରାଜ୍ୟ ପରିବହନ […]

କଟକ : କରୋନା ଲକଡାଉନ କୋହଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଡିଏଲ ଟେଷ୍ଟ ଓ ସ୍ଲଟ ବୁକିଂ ଆରମ୍ଭ ହୋଇଥିଲେ ହେଁ ‘ବି’କାଟାଗୋରିରେ ରହିଥିବା ୧୦ଟି ଜିଲ୍ଲାରେ ଏହା ଆରମ୍ଭ ହୋଇପାରି ନଥିଲା। ଆସନ୍ତା ୧୦ତାରିଖରୁ ୧୦ରୁ ୯ଟି ଜିଲ୍ଲାରେ ଡିଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ। ପୁରୀରେ ରଥଯାତ୍ରା ପାଇଁ କଟକଣା ଥିବାରୁ ଉପରୋକ୍ତ ତାରିଖରେ ଡିଏଲ ସ୍ଲଟ ବୁକିଂ ସେବା ଆରମ୍ଭ ହୋଇପାରିବ ନାହିଁ। ଏସଂକ୍ରାନ୍ତରେ ଆଜି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଏଲ ଟେଷ୍ଟ ବି କାଟାଗୋରିରେ ରହିଥିବା ପୁରୀ ବ୍ୟତୀତ ବାକି ୯ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୩ତାରିଖ ଠାରୁ ପୁଣି ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ତେବେ ପୁରୀରେ ଏହା ୧୪ତାରିଖଠାରୁ ଆରମ୍ଭ କରାଯିବ। ସେହିପରି ‘ଏ’ କାଟାଗୋରିରେ ଥିବା ବାକି ୨୦ଟି ଜିଲ୍ଲାରେ ପୂର୍ବରୁ ଗତ ଜୁନ ୨୨ ଓ ଜୁଲାଇ ୬ତାରିଖରୁ ଏହି ସେବା ଆରମ୍ଭ ହୋଇସାରିଛି। ତେବେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଓ ଏହାର ସ୍ଲଟ୍‌ ବୁକିଂ ପାଇଁ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ରହିଥିବା କୌଣସି ଆବେଦନକାରୀଙ୍କୁ ଟେଷ୍ଟ ଦେବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି। ପୂର୍ବରୁ ସରକାର ଗତ ଏପ୍ରିଲ ୨୨ତାରିଖରୁ ଡିଏଲ ଓ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ବାତିଲ କରିଥିବା ବେଳେ ଟେଷ୍ଟ ପାଇଁ ଫି’ ପଇଠ କରିଥିବା ଆବେଦନକାରୀଙ୍କ ଫି’ ବୈଧ ରହିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

10 Jul 2021 By The Sakala

୯ଜିଲ୍ଲାରେ ଡିଏଲ୍‍ ଟେଷ୍ଟ ୧୩ରୁ

କଟକ : କରୋନା ଲକଡାଉନ କୋହଳ ହେବା ପରେ ବିଭିନ୍ନ ଜିଲ୍ଲାରେ ଡିଏଲ ଟେଷ୍ଟ ଓ ସ୍ଲଟ ବୁକିଂ ଆରମ୍ଭ ହୋଇଥିଲେ ହେଁ ‘ବି’କାଟାଗୋରିରେ ରହିଥିବା ୧୦ଟି ଜିଲ୍ଲାରେ ଏହା ଆରମ୍ଭ ହୋଇପାରି ନଥିଲା। ଆସନ୍ତା ୧୦ତାରିଖରୁ ୧୦ରୁ ୯ଟି ଜିଲ୍ଲାରେ ଡିଏଲ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ। ପୁରୀରେ ରଥଯାତ୍ରା ପାଇଁ କଟକଣା ଥିବାରୁ ଉପରୋକ୍ତ ତାରିଖରେ ଡିଏଲ ସ୍ଲଟ ବୁକିଂ ସେବା ଆରମ୍ଭ ହୋଇପାରିବ ନାହିଁ। ଏସଂକ୍ରାନ୍ତରେ ଆଜି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିଏଲ ଟେଷ୍ଟ ବି କାଟାଗୋରିରେ ରହିଥିବା ପୁରୀ ବ୍ୟତୀତ ବାକି ୯ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରେ ଆସନ୍ତା ୧୩ତାରିଖ ଠାରୁ ପୁଣି ଆରମ୍ଭ ହେବ।

ତେବେ ପୁରୀରେ ଏହା ୧୪ତାରିଖଠାରୁ ଆରମ୍ଭ କରାଯିବ। ସେହିପରି ‘ଏ’ କାଟାଗୋରିରେ ଥିବା ବାକି ୨୦ଟି ଜିଲ୍ଲାରେ ପୂର୍ବରୁ ଗତ ଜୁନ ୨୨ ଓ ଜୁଲାଇ ୬ତାରିଖରୁ ଏହି ସେବା ଆରମ୍ଭ ହୋଇସାରିଛି। ତେବେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଓ ଏହାର ସ୍ଲଟ୍‌ ବୁକିଂ ପାଇଁ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ରହିଥିବା କୌଣସି ଆବେଦନକାରୀଙ୍କୁ ଟେଷ୍ଟ ଦେବା ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଛି। ପୂର୍ବରୁ ସରକାର ଗତ ଏପ୍ରିଲ ୨୨ତାରିଖରୁ ଡିଏଲ ଓ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ବାତିଲ କରିଥିବା ବେଳେ ଟେଷ୍ଟ ପାଇଁ ଫି’ ପଇଠ କରିଥିବା ଆବେଦନକାରୀଙ୍କ ଫି’ ବୈଧ ରହିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର