ପୁଣି ‘ବନ୍ଦେ ଉତ୍କଳ ଜନନୀ’କୁ ଅସମ୍ମାନ, ଛିଡ଼ା ହେଲେନି ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ

The Sakala Picture
Published On

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପରେ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଛିଡ଼ା ହେଲେନି ବିଧାୟକଙ୍କ ପ୍ରତିନିଧି ଝିଅ ଶୁଭଶ୍ରୀ ମିଶ୍ର। ରବିବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ନେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାସ୍ତରରେ ଏହାର ପ୍ରସାରଣ ହୋଇଥିଲା। କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ […]

ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପରେ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଛିଡ଼ା ହେଲେନି ବିଧାୟକଙ୍କ ପ୍ରତିନିଧି ଝିଅ ଶୁଭଶ୍ରୀ ମିଶ୍ର। ରବିବାର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନ୍ତ୍ୟୋଦୟ ଗୃହ ଯୋଜନାକୁ ନେଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲାସ୍ତରରେ ଏହାର ପ୍ରସାରଣ ହୋଇଥିଲା। କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ପ୍ରତିନିଧି ସୁଶୀଲ କର, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ନାଉରୀ ନାଏକ, ଜିଲ୍ଲାପାଳ ସି‌ଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ସହ ଅନ୍ୟ ସମସ୍ତ ଉପସ୍ଥିତ ଲୋକେ ଛିଡ଼ା ହୋଇଥିବା ବେଳେ ଶୁଭଶ୍ରୀ ବସି ରହିଥିଲେ। ଏହାର ଉତ୍ତରରେ ଶୁଭଶ୍ରୀ କହିଥିଲେ, ମତେ ଲାଗୁନି ଏଇଟା ଗୋଟେ ରାଜ୍ୟ ସଙ୍ଗୀତ, ଯୋଉଥିପାଇଁ ଛିଡ଼ା ହେବା ଦରକାର।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ଉଛୁଳୁଛି ସୁବର୍ଣ୍ଣରେଖା: ପାଣିଘେର ଭିତରେ ୪୦ରୁ ଉର୍ଦ୍ଧ୍ୱ ପଞ୍ଚାୟତ, ପ୍ରାୟ ୨ଲକ୍ଷ ଲୋକ ପ୍ରଭାବିତ

ଉଲ୍ଲେଖଯୋଗ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତ ମାର୍ଚ୍ଚ ୮ ତାରିଖରେ ଜିଏମ୍‌ୟୁ ପ୍ରେକ୍ଷାଳୟରେ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି ପ୍ରଦାନ ଉତ୍ସବ ସରକାରୀ କାର୍ଯ୍ୟକ୍ରମରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ବସି ରହିଥିଲେ ଏବଂ ତାଙ୍କ ବକ୍ତବ୍ୟରେ ଏହି ରାଜ୍ୟ ସଙ୍ଗୀତକୁ ବିରୋଧ କରିଥିଲେ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର