ମନୋରଞ୍ଜନ
ସର୍ବ ବୃହତ ମହାଭାରତ ପେନ୍ସିଲ୍ ଆର୍ଟ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦିଗପହଣ୍ଡି ଝିଅ ମନସ୍ୱିନୀ ନାହାକ
ବ୍ରହ୍ମପୁର : ମହାଭାରତ ଯୁଦ୍ଧର ପେନସିଲ୍ ଆର୍ଟ କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମନସ୍ୱିନୀ ନାହାକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍-୨୦୨୧ରେ ସ୍ଥାନ ପାଇଛନ୍ତି। ସାନଖେମୁଣ୍ଡି ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ କନ୍ୟା ମନସ୍ୱିନୀ ଦିଗପହଣ୍ଡିରେ ପରିବାର ରହୁଛନ୍ତି। ସେ ଖେମୁଣ୍ଡି କଲେଜରେ ଯୁକ୍ତ୩ ପାଠପଢ଼ା ଶେଷ କରିଛନ୍ତି। ଯୁକ୍ତ ୩ ପାଠପଢ଼ା ସେ ପରେ ସେ ଆର୍ଟ ସହ ମେହେନ୍ଦୀ ଡିଜାଇନ ଆରମ୍ଭ କରିଥିଲେ। ଦୁନିଆର ସମସ୍ତ ତଥ୍ୟ ଆଜିକାଲି ଇଣ୍ଟରନେଟରେ ଆସୁଥିବାରୁ ସେ ମଧ୍ୟ ନିଜର […]
ବ୍ରହ୍ମପୁର : ମହାଭାରତ ଯୁଦ୍ଧର ପେନସିଲ୍ ଆର୍ଟ କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମନସ୍ୱିନୀ ନାହାକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍-୨୦୨୧ରେ ସ୍ଥାନ ପାଇଛନ୍ତି। ସାନଖେମୁଣ୍ଡି ତୁଳସୀପଦର ଗ୍ରାମର ସାଧୁ ନାହାକଙ୍କ କନ୍ୟା ମନସ୍ୱିନୀ ଦିଗପହଣ୍ଡିରେ ପରିବାର ରହୁଛନ୍ତି। ସେ ଖେମୁଣ୍ଡି କଲେଜରେ ଯୁକ୍ତ୩ ପାଠପଢ଼ା ଶେଷ କରିଛନ୍ତି।

ଯୁକ୍ତ ୩ ପାଠପଢ଼ା ସେ ପରେ ସେ ଆର୍ଟ ସହ ମେହେନ୍ଦୀ ଡିଜାଇନ ଆରମ୍ଭ କରିଥିଲେ। ଦୁନିଆର ସମସ୍ତ ତଥ୍ୟ ଆଜିକାଲି ଇଣ୍ଟରନେଟରେ ଆସୁଥିବାରୁ ସେ ମଧ୍ୟ ନିଜର ୟୁଟ୍ୟୁବ୍ ଆକାଉଣ୍ଟ ଖୋଲିଲେ। ସେଥିରେ ନୂଆ ନୂଆ ମେହେନ୍ଦୀ ଡିଜାଇନ କରି ପୋଷ୍ଟ କରିଥିଲେ। ଭଲ ଦର୍ଶକ ହେବାରୁ ମହାଭାରତ ଯୁଦ୍ଧର ସମସ୍ତ ଦୃଶ୍ୟକୁ ପେନସିଲ୍ ଆର୍ଟ କରି ନିଜର ୟୁଟ୍ୟୁବ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଭଲ ରିଜଲ୍ଟ ଆସିବା ପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇବା ପାଇଁ ଆବେଦନ କରିଥିଲେ। ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ମନସ୍ୱିନୀଙ୍କ କଳାକୃତି ସ୍ଥାନ ପାଇଛି।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଆବଶ୍ୟକ ସର୍ବେକ୍ଷଣ କରିବା ପରେ ତାଙ୍କ କଳାକୃତି ଏହି ସମ୍ମାନନୀୟ ରେକର୍ଡ ବୁକ୍ରେ ସ୍ଥାନ ପାଇପାରିଥିଲା । ଆଉ ଏହି ସମ୍ମାନ ହାସଲ ପରେ ପରେ ସେ ତାଙ୍କ ପରିବାର ଲୋକେ ଖୁସି ଥିବା କହିଛନ୍ତି । ନିଜ ଗାଁ ସାନଖେମୁଣ୍ଡି ବ୍ଲକ ତୁଳସୀପଦରରେ ମାଆ ଅଙ୍ଗନବାଡି କର୍ମୀ ଭାବରେ କାମ କରୁଥିଲେ ବି ଉଭୟ ଦୁଇ ଭଉଣୀଙ୍କୁ ପାଠ ପଢାଇ ଦୁନିଆ ଆଗରେ କିଛି କରିବା ପାଇଁ ସହଯୋଗ କରିଛନ୍ତି । ଆଜି ଘରର ବଡ଼ ଝିଅ ଏହି ଟାଇଟଲ ହାସଲ କରିଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଖୁସି ଅଛନ୍ତି ।