ଢିଙ୍କିଆକୁ ବିବାଦୀୟ କରିଛି ଶିଳ୍ପବିରୋଧୀ ମାନସିକତା

The Sakala Picture
Published On

ଜଗତସିଂହପୁର (ରଶ୍ମିରଞ୍ଜନ ମହାପାତ୍ର): ଶିଳ୍ପ ପ୍ରତିଷ୍ଠାଜନିତ ଭିତ୍ତିିଭୂମିକୁ ନେଇ ପାରାଦୀପ ବନ୍ଦର ସଂଲଗ୍ନ ଅଞ୍ଚଳ ବୃହତ ଶିଳ୍ପ କମ୍ପାନୀଗୁଡିକୁ ଆକର୍ଷିତ କରିଛି। ତେବେ ଦୀର୍ଘ ୧୬ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ କରାଯାଉଥିବା ଉଦ୍ୟମକୁ ବିରୋଧ କରାଯାଇଆସୁଛି। ଶିିଳ୍ପ ପ୍ରତିଷ୍ଠା ହେଲେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବା ସହିତ ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି କୁହାଯାଉଥିଲେ ମଧ୍ୟ ଜୀବନଜୀବିକା ଅସୁରକ୍ଷିତ ମନେ […]

ଜଗତସିଂହପୁର (ରଶ୍ମିରଞ୍ଜନ ମହାପାତ୍ର): ଶିଳ୍ପ ପ୍ରତିଷ୍ଠାଜନିତ ଭିତ୍ତିିଭୂମିକୁ ନେଇ ପାରାଦୀପ ବନ୍ଦର ସଂଲଗ୍ନ ଅଞ୍ଚଳ ବୃହତ ଶିଳ୍ପ କମ୍ପାନୀଗୁଡିକୁ ଆକର୍ଷିତ କରିଛି। ତେବେ ଦୀର୍ଘ ୧୬ ବର୍ଷ ଧରି ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ ବୃହତ ଶିଳ୍ପ ପ୍ରତିଷ୍ଠା ପାଇଁ କରାଯାଉଥିବା ଉଦ୍ୟମକୁ ବିରୋଧ କରାଯାଇଆସୁଛି। ଶିିଳ୍ପ ପ୍ରତିଷ୍ଠା ହେଲେ ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବା ସହିତ ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହୋଇପାରିବ ବୋଲି କୁହାଯାଉଥିଲେ ମଧ୍ୟ ଜୀବନଜୀବିକା ଅସୁରକ୍ଷିତ ମନେ କରି ସ୍ଥାନୀୟ ଅଞ୍ଚଳରେ ଶିଳ୍ପାୟନକୁ ବିରୋଧ କରାଯାଇ ଆସୁଛି। ଏଳ ନେଇ ବର୍ଷ ବର୍ଷ ଧରି ଢିଙ୍କିଆ ଗାଁ ଗଣମାଧ୍ୟମ ପାଇଁ ଖବରର ଶିରୋନାମା ପାଲଟିଛି। ପୋସ୍କୋ ସମୟରେ ବିବାଦ ଲାଗି ରହିଥିବାବେଳେ ପୁଣିଥରେ ଜେଏସଡବ୍ଲ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶିଳ୍ପାୟନକୁ ବିରୋଧ କରିବାର ମାନସିକତା ଏବେ ପୁଣି ଢିଙ୍କିଆକୁ ବିବାଦୀୟ କରିବା ସହିତ ବିତର୍କ ମଧ୍ୟକୁ ଠେଲିଦେଇଛି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

୨୦୦୫ରୁ ୨୦୧୫ ମଧ୍ୟରେ ସ୍ଥାନୀୟ ଲୋକମାନେ ଦକ୍ଷିଣ କୋରିଆର ବିଶାଳ ଇସ୍ପାତ କମ୍ପାନୀ ପୋସ୍କୋ ଦ୍ୱାରା କରାଯିବାକୁ ଥିବା ୫୨ ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପକୁ ବିରୋଧ କରିଥିଲେ ଢିଙ୍କିଆବାସୀ। ନ୍ୟାୟିକ ଓ ନିୟାମକ ବାଧାବିଘ୍ନର ସମ୍ମୁଖୀନ ହେବା ପରେ ୨୦୧୫-୧୬ରେ ପୋସ୍କୋ ନିଜଆଡୁ ଏହି ପ୍ରକଳ୍ପରୁ ବିଦାୟ ନେଇଥିଲା। ୨୦୧୭ରେ ରାଜ୍ୟ ସରକାର ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ, କ୍ୟାପ୍ଟିଭ୍‍ ଥର୍ମାଲ ପାୱାର ପ୍ଲାଣ୍ଟ, ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ ଓ ଜେଟି ସମେତ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟସ୍ଥାପନ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ୨୦୨୦ରେ ରାଜ୍ୟରେ ନିଯୁକ୍ତି ତଥା ରାଜସ୍ୱ ଉତ୍ପାଦନକୁ ବଢ଼ାଇବାକୁ ରାଜ୍ୟ ସରକାର ଜେଏସ୍‍ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲଙ୍କୁ ଅନୁରୋଧ କରିଥିଲେ। ତେବେ ଏହି ପ୍ରକଳ୍ପ ଘୋଷଣା ହେବାର ପ୍ରଥମ ଦିନରୁ ହିଁ ସ୍ଥାନୀୟ ଲୋକମାନେ ପୋସ୍କୋ ପରି ଜେଏସଡବ୍ଲ୍ୟୁକୁ ବିରୋଧ କରିବା ଜାରି ରଖିଛନ୍ତି। ଜବରଦଖଲ ଜମି ଚାଲିଯିବା ଓ ଜୀବିକା ହରାଇବା ଭୟରେ କିଛି ଲୋକ ଏହାକୁ ବିରୋଧ କରୁଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ପ୍ରକଳ୍ପ ଅଞ୍ଚଳରେ ଦୁଇ ରାଜସ୍ୱ ଗ୍ରାମ ପାଟନା ଓ ମାହାଳ ସୃଷ୍ଟି ଓ ଏହାର ସୀମା ନିର୍ଦ୍ଧାରଣ ତଥା ପାନବରଜ ଅଧିଗ୍ରହଣକୁ ନେଇ ପ୍ରକଳ୍ପ ବିରୋଧୀ ପ୍ରଶାସନ ଓ ପୁୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି। ମହିଳା ଓ ଶିଶୁଙ୍କୁ ଆନ୍ଦୋଳନର ଗୋଟି କରିବା ସହିତ ଢିଙ୍କିଆ ଗ୍ରାମର ତିନୋଟି ଦିଗରେ ଲୋକମାନେ ବାଉଁଶ ବାନ୍ଧିି ପୁଲିସ ପ୍ରଶାସନ ପ୍ରବେଶକୁ ରୋକିବା ସହିତ ଆନ୍ଦୋଳନ ଜାରି ରଖିଛନ୍ତି। ପରବର୍ତ୍ତୀ ସମୟରେ ପୁଲିସ ଦ୍ୱାରା ଏହି ଅବରୋଧକୁ ହଟାଯାଇଛି। ଲୋକମାନେ ପୁଲିସ ସହିତ ମୁହାଁମୁହିଁ ହେବା ପରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପ୍ରକଳ୍ପକୁ ବିରୋଧ କରୁଥିବା ସ୍ଥାନୀୟ ନେତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଟଙ୍କା ପାଇଁ ବ୍ୟାଙ୍କରେ କଙ୍କାଳ ରଖିବା ଘଟଣା: ଜିତୁ ମୁଣ୍ଡାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଏହି ପ୍ରକଳ୍ପ ପାଇଁ ୨୯୫୦ ଏକର ଜମିର ଆବଶ୍ୟକତା ରହିଥିବାବେଳେ ୨୦୧୩ରେ ପୋସ୍କୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅଧିଗ୍ରହଣ କରିଥିବା ୨୭୦୦ ଏକର ଜମି ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏଥିପାଇଁ ଆଉ କୌଣସି ସମସ୍ୟା ରହିବନି ବୋଲି ମନେ ହେଉଥିଲା। କାରଣ ଅବଶିିଷ୍ଟ ୨୭୨ ଏକର ଜଙ୍ଗଲ ଜମିର ଅବଶ୍ୟକତା ଥିବାବେଳେ ଏହା କଂପାନୀକୁ ମିଳିପାରିବ ବୋଲି ଆଶା ସୃଷ୍ଟି ହୋଇଥିଲା। ତେବେ ଅଧିଗୃହୀତ ଜମିରୁ ଉଚ୍ଛେଦ ଆରମ୍ଭ ହେବାପରେ ବିରୋଧ ତୀବ୍ର ହୋଇଥିଲା। ସେହିପରି ପୋସ୍କୋ ସମୟରେ ମୋଟ ୨୭୦୦ ଏକର ଜମିରେ ଥିବା ୧୧୧୮ ପାନବରଜକୁ କ୍ଷତିପୂରଣ ପ୍ରଦାନ କରାଯାଇ ଭଙ୍ଗାଯିବା ସହିତ ଏହି ଜମିକୁ ଅଧିଗ୍ରହଣ କରାଯାଇଥିଲା। ୨୦୧୦-୧୧ ବର୍ଷରେ ପୋସ୍କୋ କମ୍ପାନୀ ପାଇଁ କରାଯାଇଥିବା ପାନବରଜ ଅଧିଗ୍ରହଣରେ ଡିସିମିଲ ପିଛା ୧୧,୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିିଲା। ମାତ୍ର ଜେଏସଡବ୍ଲ୍ୟୁ ପ୍ରକଳ୍ପ ଆସିବା ପରେ ସେହି ପାନବରଜକୁ ଡିସିମିଲ ପିଛା ଅଧିକ ୬ହଜାର ଟଙ୍କା ବର୍ଦ୍ଧିତ ଅର୍ଥରାଶି ଦେବାକୁ ଘୋଷଣା କରାଯିବା ସହିତ ପର୍ଯ୍ୟାୟକ୍ରମେ ବର୍ଦ୍ଧିତ କ୍ଷତିପୂରଣ ପ୍ରଦାନ କରା ଯାଉଛି।

ସେତେବେଳେ ଆହୁରି ୬୨୯ ପାନବରଜକୁ ଅଧିଗ୍ରହଣ କରାଯାଇ ପାରି ନ ଥିଲା ଓ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇପାରିନଥିଲା। ଏବେ ସେହି ୬୨୯ ବରଜକୁ ଡିସିମିଲ ପ୍ରତି ୧୭, ୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଏହି ୬୨୯ ବରଜ ମଧ୍ୟରେ ମାହାଳର ୩୨୭ଟି, ପାଟଣାର ୨୦୬ ଟି, ଗୋବିନ୍ଦପୁରର ୪୬ଟି, ନୂଆଗାଁର ୧୨ଟି, ପୋଲାଙ୍ଗର ୭ଟି ଓ ବାୟାନାଳକନ୍ଦାର ୧୦୧ଟି ବରଜ ସହିତ ଢିଙ୍କିଆ ଗ୍ରାମର ୩୦ଟି ବରଜ ରହିଛି। ତେବେ ଅନ୍ୟ ଗ୍ରାମରେ ପ୍ରକଳ୍ପକୁ ବରଜ ଦେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ରହିଥିବାବେଳେ କେବଳ ଢିଙ୍କିଆ ଗ୍ରାମରେ ଥିବା ମାତ୍ର ୩୦ଟି ବରଜକୁ ନେଇ ପ୍ରକଳ୍ପ ବିରୋଧରେ ବିରୋଧ ଜାରି ରହିଛି। ଶିଳ୍ପକୁ ବିରୋଧ କରୁଥିବା କେତେକ ଲୋକ ଲୁଚାଛପା ଖେଳ ଜାରି ରଖିଥିବାରୁ ଏହାକୁ ସ୍ଥାନୀୟ ଅଞ୍ଚଳର ଶହ ଶହ ପ୍ରକଳ୍ପ ସପକ୍ଷବାଦୀ ବିରୋଧ କରିଛନ୍ତି। ଶିଳ୍ପାୟନ ବ୍ୟତୀତ ଧାନ, ପାନ ଓ ମୀନ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିପାରିବନି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

17 Jan 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର