ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ପ୍ୟାଡ୍‌ ଓମ୍ୟାନ୍‌ ଅଙ୍କିତା

The Sakala Picture
Published On

ଢେଙ୍କାନାଳ(ଅମରେନ୍ଦ୍ର ଦାସ) : ବୃତ୍ତିରେ ସାମ୍ବାଦିକା ହେଲେ ଲୋକଙ୍କ ସେବା ଓ ଶିକ୍ଷା ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ପରିବାର ଲୋକଙ୍କଠାରୁ ଆରମ୍ଭ କରି ଆଖପାଖର ଲୋକଙ୍କ ପାଇଁ ସେ ସାଜିଛନ୍ତି ସାଥୀ। ଝିଅମାନଙ୍କୁ ମାସିକ ଋତୁସ୍ରାବ ଏବଂ ସୁରକ୍ଷା ବିଷୟରେ ସଚେତନ କରି ନାରୀ ଜାତି ପାଇଁ ପାଲଟିଛନ୍ତି ପ୍ରେରଣା। ସେ ହେଉଛନ୍ତି ଓଡ଼ିଶାରେ ‘ପ୍ୟାଡ୍‌‌ ଓମ୍ୟାନ୍‌’ ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା ଗଦିଁଆ ବ୍ଲକ ଦଧିସିଙ୍ଗା ଗ୍ରାମର ଝିଅ ଅଙ୍କିତା ସାହୁ। ମଧ୍ୟବିତ୍ତ ପରିବାରରେ […]

ଢେଙ୍କାନାଳ(ଅମରେନ୍ଦ୍ର ଦାସ) : ବୃତ୍ତିରେ ସାମ୍ବାଦିକା ହେଲେ ଲୋକଙ୍କ ସେବା ଓ ଶିକ୍ଷା ଦେବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ପରିବାର ଲୋକଙ୍କଠାରୁ ଆରମ୍ଭ କରି ଆଖପାଖର ଲୋକଙ୍କ ପାଇଁ ସେ ସାଜିଛନ୍ତି ସାଥୀ। ଝିଅମାନଙ୍କୁ ମାସିକ ଋତୁସ୍ରାବ ଏବଂ ସୁରକ୍ଷା ବିଷୟରେ ସଚେତନ କରି ନାରୀ ଜାତି ପାଇଁ ପାଲଟିଛନ୍ତି ପ୍ରେରଣା। ସେ ହେଉଛନ୍ତି ଓଡ଼ିଶାରେ ‘ପ୍ୟାଡ୍‌‌ ଓମ୍ୟାନ୍‌’ ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା ଗଦିଁଆ ବ୍ଲକ ଦଧିସିଙ୍ଗା ଗ୍ରାମର ଝିଅ ଅଙ୍କିତା ସାହୁ।

ମଧ୍ୟବିତ୍ତ ପରିବାରରେ ଜନ୍ମିତା ଅଙ୍କିତା ଢେଙ୍କାନାଳ ସ୍ୱୟଂ ସହାୟକ ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମାସ୍‌‌ କମ୍ୟୁନିକେସନରୁ ସାମ୍ବାଦିକତା ଶିକ୍ଷା କଲେ। ଏହାପରେ କାର୍ଯ୍ୟରତ ସାମ୍ବାଦିକା ଭାବେ ଯେତେବେଳେ ଖବର ସଂଗ୍ରହ ପାଇଁ ଲୋକଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ବୁଝିଲେ ଲୋକଙ୍କ ଅସଲ ସମସ୍ୟା। ଦେଖିଲେ ସେମାନଙ୍କ ସମସ୍ୟା କେବଳ କାଗଜ କଲମରେ ହିଁ ସୀମିତ ରହିଯାଉଛି। ତେଣୁ କେବଳ ସମ୍ବାଦପତ୍ରରେ ନ ଲେଖି, ସମସ୍ୟାର ସମାଧାନ ଦିଗରେ ବିଭିନ୍ନ କାର୍ଯ୍ୟ କରିବା ଆରମ୍ଭ କଲେ।

ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରିବା ପାଇଁ ଆରମ୍ଭ କଲେ ଟୁଇଟ୍‌‌। ଜଣେ ନାରୀଟିଏ ହୋଇଥିବାରୁ ନାରୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଅଧିକ ଗୁରୁତ୍ୱ ଦେଲେ। ପ୍ରତି ମାସରେ ଗାଁ ଗହଳି ଓ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ଘରେ ଘରେ କିଶୋରୀ, ଯୁବତୀ ଏବଂ ମହିଳାଙ୍କୁ ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍‌‌ ଓ ଏହାର ବ୍ୟବହାର ଉପରେ ଗୁରୁତ୍ୱ ଦେବା ପାଇଁ ଶିକ୍ଷା ଦେଉଛନ୍ତି। ବହୁ ବର୍ଷ ଧରି ଗାଁ ଗାଁରେ ସାନିଟାରୀ ନାପକିନ୍‌‌ ବାଣ୍ଟୁଥିବାରୁ ଅଙ୍କିତା ସାରା ରାଜ୍ୟରେ ପ୍ୟାଡ୍‌‌ ଓମ୍ୟାନ୍‌ ଭାବେ ପରିଚିତ। କେବଳ ସେତିକି ନୁହେଁ ଅଙ୍କିତା ଅର୍ଥ ଅଭାବରୁ ପଢ଼଼ିପାରୁ ନ ଥିବା ଗରିବ ପିଲାଙ୍କୁ ଯୋଗାଇଛନ୍ତି ସ୍ମାର୍ଟଫୋନ୍‌‌।

ମହିଳାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟ କରୁଥିବା ସାମ୍ବାଦିକା ଅଙ୍କିତା ସାହୁ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସମାଜସେବାକୁ ଅଙ୍କିତା ଯେତିକି ଭଲ ପାଆନ୍ତି, ସେତିକି ମଧ୍ୟ ପିଲାଟିବେଳୁ ପେଣ୍ଟିଂ, କ୍ରାଫ୍ଟ ପ୍ରତି ବିଶେଷ ରୁଚି ରହିଛି। ଚିତ୍ର ମାଧ୍ୟମରେ ସମାଜକୁ ଦିଅନ୍ତି ବାର୍ତ୍ତା ଓ କରାଇଥାନ୍ତି ସଚେତନ। ଆଗକୁ ମଧ୍ୟ ନାରୀ ସଶକ୍ତିକରଣକୁ ନେଇ ଅନେକ କାର୍ଯ୍ୟ କରିବାର ସେ ଲକ୍ଷ୍ୟ ରଖିଛନ୍ତି ବୋଲି ଅଙ୍କିତା କହିଛନ୍ତି।

05 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର