ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଯୋରନ୍ଦା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଢେଙ୍କାନାଳ ମହିମାଗାଦି ଉନ୍ନତିକରଣ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଦେବଭୂମି ଓଡ଼ିଶା, ପୁଣ୍ୟଭୂମି ଓଡ଼ିଶା । ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର ଓ ପ୍ରସିଦ୍ଧ କରିଛି। ଏ ମାଟିରେ ଆପଣମାନଙ୍କ ସହ ମିଶି ବହୁତ ଖୁସି ଲାଗୁଛି। ସରଳ ଜୀବନ ଯାପନରେ ବିଶ୍ବସ କରେ ମହିମା ଧର୍ମ । ସେବା ଓ ଜଗତକଲ୍ୟାଣର ବାର୍ତ୍ତା ଦେଇଥାଏ ମହିମା ଧର୍ମ । […]
ଭୁବନେଶ୍ବର: ଢେଙ୍କାନାଳ ମହିମାଗାଦି ଉନ୍ନତିକରଣ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ, ଦେବଭୂମି ଓଡ଼ିଶା, ପୁଣ୍ୟଭୂମି ଓଡ଼ିଶା । ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର ଓ ପ୍ରସିଦ୍ଧ କରିଛି। ଏ ମାଟିରେ ଆପଣମାନଙ୍କ ସହ ମିଶି ବହୁତ ଖୁସି ଲାଗୁଛି। ସରଳ ଜୀବନ ଯାପନରେ ବିଶ୍ବସ କରେ ମହିମା ଧର୍ମ । ସେବା ଓ ଜଗତକଲ୍ୟାଣର ବାର୍ତ୍ତା ଦେଇଥାଏ ମହିମା ଧର୍ମ । ବିଶ୍ବକୁ ଏକ ପରିବାର ଭାବେ ବିଶ୍ବାସ କରେ ଏହି ଧର୍ମ । ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଯୋରନ୍ଦା ପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। ୩ ବର୍ଷ ମଧ୍ୟରେ ସବୁ ଉନ୍ନତିକରଣ କାମ ଶେଷ ହେବ । ଭାରତର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଯୋରନ୍ଦା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ମାଘ ମେଳା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରକଳ୍ପ ଦ୍ବାରା ଯୋରନ୍ଦା ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବ। ମହିମା ଧର୍ମର ଆହୁରି ପ୍ରଚାର ପ୍ରସାର ହେବ। ମହିମା ସାଧୁଙ୍କ ସହ ଶ୍ରଦ୍ଧାଳୁମାନେ ମଧ୍ୟ ଉପକୃତ ହେବେ। ରୂପାନ୍ତରଣ ପ୍ରକଳ୍ପରେ ପୀଠର ସାମଗ୍ରିକ ବିକାଶ ସହ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି। ପ୍ରକଳ୍ପରେ ୨୦ରୁ ଅଧିକ କ୍ଷେତ୍ରର ବିକାଶ କରାଯିବ। ପିଲିଗ୍ରିମ ହଲ୍, ପିଲିଗ୍ରିମ୍ ରେଷ୍ଟ୍ ସେଡ, ଓ୍ବେଟିଂ ହଲ୍, ଶୂନ୍ୟ ମଣ୍ଡପ ଗେଟ୍, ଭିକ୍ଷା ମଣ୍ଡପ ଓ ବେଢ଼ା, ଅଖଣ୍ଡ ବତୀ ମଣ୍ଡପ, ଭଜନ ମଣ୍ଡପ, ଅଖଣ୍ଡ ଧୂନି, ଅମଣିଆ ମଣ୍ଡପ, ମୁଖ୍ୟ ନୀତି, ପୂଜକ ଘର, ଚନ୍ଦନ ଘର, ମଠ ନୀତି ଘର, ସରଞ୍ଜାମ ଘର, ରୋଷେଇ ଘର, ଭେକ ବାନା ମଣ୍ଡପ, ପୋଖରୀ, ଭକ୍ତଙ୍କ ରାତ୍ରୀ ଯାପନ ପାଇଁ ଘର, ପାର୍କିଂ ବ୍ୟବସ୍ଥା, ମହିମା ଗାଦିକୁ ସଂଯୋଗ କରୁଥିବା ରାସ୍ତା, ନୂଆ ଶୂନ୍ୟ ମଣ୍ଡପ ଆଦିର ନିର୍ମାଣ ଏବଂ ଉନ୍ନତିକରଣ କରାଯିବ ।