ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦଳି ଦେଲା ଦନ୍ତା

The Sakala Picture
Published On

ଦେବଗଡ଼: ମହିଳାଙ୍କୁ ଦଳି ଦେଲା ଦନ୍ତା। ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ତିଳେଇପଶି ଗ୍ରାମରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦନ୍ତା ଦଳି ଦେଇଛି। ମୃତ ମହିଳା ତିଳେଇପଶି ମାହାର ସାହିର ଜିତୁ ମାହାରଙ୍କ ସ୍ତ୍ରୀ ପୂଜା ମାହାର। ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ଵାମୀ ଜିତୁ ଓ ତିନି ସନ୍ତାନ। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ […]

ଦେବଗଡ଼: ମହିଳାଙ୍କୁ ଦଳି ଦେଲା ଦନ୍ତା। ଏଭଳି ଅଭାବନୀୟ ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ତିଳେଇପଶି ଗ୍ରାମରେ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘର କାନ୍ଥ ଭାଙ୍ଗି ମହିଳାଙ୍କୁ ଟାଣି ଆଣି ଦନ୍ତା ଦଳି ଦେଇଛି। ମୃତ ମହିଳା ତିଳେଇପଶି ମାହାର ସାହିର ଜିତୁ ମାହାରଙ୍କ ସ୍ତ୍ରୀ ପୂଜା ମାହାର। ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ଵାମୀ ଜିତୁ ଓ ତିନି ସନ୍ତାନ। ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର